July 1, 2025
Home » ପାରାଦୀପରେ ଡେଙ୍ଗୁ ଓ ଡାଏରିଆ ସଚେତନତା କାର୍ଯ୍ୟକ୍ରମ

ପାରାଦୀପରେ ଡେଙ୍ଗୁ ଓ ଡାଏରିଆ ସଚେତନତା କାର୍ଯ୍ୟକ୍ରମ

0
WhatsApp Image 2025-06-24 at 10.25.45 PM

ପାରାଦୀପ – ପାରାଦୀପ ପୌରାଞ୍ଚଳର ୧୫ ନମ୍ବର ୱାର୍ଡ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ରବିବାର ଦିନ ନ୍ୟାସନାଲ ମେଡିକସ ଅର୍ଗାନାଇଜେସନ ପକ୍ଷରୁ ଡେଙ୍ଗୁ ଏବଂ ଡାଏଇରିଆ ବିଷୟରେ ଏକ ସ୍ୱାସ୍ଥ୍ୟ ସଚେତନତା ଶିବିର ସହ ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ସ୍ୱାସ୍ଥ୍ୟ ଓ ଆଖି ପରୀକ୍ଷା କରାଯାଇ ବସ୍ତି ବାସିନ୍ଦାଙ୍କୁ ଔଷଧ ବଣ୍ଟନ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ୧୫ ୱାର୍ଡ ପାରିଷଦ ଶ୍ରୀମତୀ ସୌଦାମିନୀ ସାହୁ ଉଦଘାଟନ କରିଥିଲେ l ଏଥିରେ ଶିଳ୍ପମନ୍ତ୍ରୀ ଙ୍କ ପ୍ରତିନିଧି ସର୍ବେଶ୍ୱର ବଳିୟାରସିଂ, ୮ ନମ୍ବର ୱାର୍ଡ ପାରିଷଦ ସୁବ୍ରତ ପ୍ରଧାନ, ସମାଜସେବୀ ଗୋଲେଖ ଚନ୍ଦ୍ର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମ୍ପ୍ରତି ସମୟରେ ଏହି ସଚେତନତା କାର୍ଯ୍ୟକ୍ରମ ର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ ଏପରି ଶିବିର ଆୟୋଜନ କୁ ଉଚ୍ଚ ପ୍ରଶଂସା କରି l ଏହି କାର୍ଯ୍ୟକ୍ରମରେ ୱାର୍ଡ ମହିଳା ସଂଘର ସଦସ୍ୟା,ଅଙ୍ଗନବାଡି କର୍ମୀ, ଆଶା ଦିଦି,ସ୍ୱଚ୍ଛ କର୍ମୀ ପ୍ରମୁଖ ସହଯୋଗ କରିଥିଲେ.8 ନମ୍ବର ପାରିଷଦ ସୁବ୍ରତ ପ୍ରଧାନ ଓ ମନ୍ତ୍ରୀଙ୍କ ପ୍ରତିନିଧି ସର୍ବେଶ୍ୱର ବଳିୟାରସିଂ ଶିବିର ରେ ପହଂଚି, କାର୍ଯ୍ୟକୁ ଉଚ ପ୍ରଶଂସା କରିଥିଲେ

ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *