ପାରାଦୀପରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ଶତାଦ୍ଦୀ ଓ ପଥ ସଞ୍ଚଳନ କାର୍ଯ୍ୟକ୍ରମ

ପାରାଦୀପ – ପାରାଦୀପ ରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ପକ୍ଷରୁ ଶତାଦ୍ଦୀ ଓ ପଥ ସଞ୍ଚଳନ କାର୍ଯ୍ୟକ୍ରମ ରବିବାର ଦିନ ଅପରାହ୍ନ ରେ ଆୟୋଜିତ ହୋଇଯାଇଛି l ଏହି ଅବସରରେ ପାରାଦୀପ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଠାରୁ ନଗରର ସମସ୍ତ ସ୍ୱୟଂ ସେବକ ପୂର୍ଣ୍ଣଗଣ ବେଶରେ ଏକ ଭବ୍ୟ ପଥ ସଞ୍ଚଳନ ନଗର ପରିକ୍ରମା କରି ପୁନଶ୍ଚ ବିଦ୍ୟାମନ୍ଦିର ଠାରେ ପହଞ୍ଚିଥିଲେ l
ସେଠାରେ ସଂଘର ଶତାଦ୍ଧିର ଯାତ୍ରା, ଆଗାମୀ ସପ୍ତସୁତ୍ରୀ କାର୍ଯ୍ୟକ୍ରମ ତଥା ପଞ୍ଚ ପରିବର୍ତ୍ତନ, କୁଟୁମ୍ବ ପ୍ରବୋଧନ, ସାମାଜିକ ସମରସତା ର ଭାବ, ପରିବେଶ ସନ୍ତୁଳନ, ରାଷ୍ଟ୍ର ସମୃଦ୍ଧି ନିମନ୍ତେ ସ୍ୱ ଭାବର ଜାଗରଣ ଓ ନାଗରିକ ମାନଙ୍କ କର୍ତ୍ତବ୍ୟ ମାଧ୍ୟମରେ ରାଷ୍ଟ୍ରର ପୂର୍ଣ୍ଣାଙ୍ଗ ବିକାଶ ହୋଇପାରିବ ବୋଲି ଆଲୋଚନା କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ବିଭାଗ ପ୍ରଚାରକ ଲକ୍ଷ୍ମୀଧର ପରିଡା, ଜିଲ୍ଲା ବୌଦ୍ଧିକ ପ୍ରମୁଖ, ସହ ଜିଲ୍ଲା ବୌଦ୍ଧିକ ପ୍ରମୁଖ, ନଗର କାର୍ଯ୍ୟବାହ ଓ ବ୍ୟବସ୍ଥା ପ୍ରମୁଖ ଏବଂ ଅନ୍ୟ ବରିଷ୍ଠ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ l
ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ kela
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )