ପାରାଦୀପରେ ହିନ୍ଦୁ ସମ୍ମିଳନୀ ଆୟୋଜିତ
ପାରାଦୀପ – ହିନ୍ଦୁ ସମାଜ ପକ୍ଷରୁ ଏକ ହିନ୍ଦୁ ସମ୍ମିଳନୀ ରବିବାର ଦିନ ମଧୁବନ ସ୍ଥିତ ଜଗନ୍ନାଥ କଲୋନୀ ଠାରେ ଆୟୋଜିତ ହୋଇଯାଇଛି l ପ୍ରଥମେ ଯଜ୍ଞ ଓ ହନୁମାନ ଚାଳିଶା ପାଠ ଓ ଗାୟତ୍ରୀ ସଂଗଠନ ଦ୍ୱାରା ଗାୟତ୍ରୀ ମନ୍ତ୍ର ପାଠ ସହିତ ସନ୍ଧ୍ୟାରେ ଦୀପ ଦାନ ଓ ଗାୟତ୍ରୀ ଭଜନ କରାଯାଇଥିଲା l ଏହି ଅବସରରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ (ଆରଏସଏସ) ପକ୍ଷରୁ ପ୍ରବଚନ କାର୍ଯ୍ୟକ୍ରମ କରାଯାଇଥିଲା l ଏଥିରେ ଆରଏସଏସ ଓଡିଶା ବିଭାଗ ବୌଦ୍ଧିକ ପ୍ରଚାରକ ବିଜୟ ନାୟକ ମୂଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସୁଧୀର ପ୍ରସାଦ ନନ୍ଦ, ବିଶ୍ୱହିନ୍ଦୁ ପରିଷଦ ପୁର୍ବ ଓଡିଶାର ଧର୍ମ ପ୍ରଚାରକ ପ୍ରମୁଖ ଓ ଗାୟତ୍ରୀ ସଂଗଠନର ପ୍ରସନ୍ନ ରାଉତରାୟ ଓ ଜଗନ୍ନାଥ କଲୋନୀର ମୁରବି ସୁବଳ ଦାସ, ଆରଏସଏସ ଜିଲ୍ଲା ପ୍ରମୁଖ ବାବାଜୀ ଚରଣ ବେହେରା ପ୍ରମୁଖ ଯୋଗଦେଇ ହିନ୍ଦୁମାନେ ଏକ ହେବା ପାଇଁ ଆହ୍ୱାନ ଦେଇଥିଲେ l ନିଜ ପିତା ମାତାଙ୍କୁ ବୃଦ୍ଧ ସମୟରେ ଜରାଶ୍ରମକୁ ନ ଛାଡି ସେମାନଙ୍କ ସେବା କରିବା ଓ ଜନ୍ମଦିନରେ କେକ କାଟି ମହମବତୀ ନଲଗାଇ ଦୀପ ଜାଳି ଜନ୍ମଦିନ ପାଳନ କରିବାକୁ ଅତିଥି ମାନେ ପରାମର୍ଶ ଦେଇଥିଲେ l ଅନ୍ୟ ବକ୍ତା ମନେ ସମାଜକୁ ଏକ ସୂତ୍ରରେ ବାନ୍ଧି ରଖିବା ପାଇଁ ଆହ୍ୱାନ ଦେଇଥିଲେ l ଏ ସମସ୍ତ କାଯ୍ୟକ୍ରମ କୁ ଜିଲ୍ଲା ସାମାଜିକ ଶାରୀରିକ ପ୍ରମୁଖ ହଟ କିଶୋର ସେଠି, ଗଜେନ୍ଦ୍ର ଗୁରୁଜୀ,ରୋଶନ ସାହାଣୀ, ସାରଦା ନାୟକ ପ୍ରମୁଖ ପରିଚାଳନା କରିଥିବା ବେଳେ ଜଗନ୍ନାଥ କଲୋନୀର ସମସ୍ତ ବାସିନ୍ଦା ଓ ୬ଟି ୱାର୍ଡ ର ବହୁ ଜନସାଧାରଣ ଯୋଗ ଦେଇଥିଲେ l
