December 21, 2024
Home » ପାରାଦୀପ ଆୟୋଜିତ ହେବ ୬୩ ତମ ସିନିୟର ପୁରୁଷ ଆନ୍ତଃ ଜିଲ୍ଲା ସାହାଣୀ କପ ଫୁଟବଲ ପ୍ରତିଯୋଗିତା

ପାରାଦୀପ ଆୟୋଜିତ ହେବ ୬୩ ତମ ସିନିୟର ପୁରୁଷ ଆନ୍ତଃ ଜିଲ୍ଲା ସାହାଣୀ କପ ଫୁଟବଲ ପ୍ରତିଯୋଗିତା

0

 

ପାରାଦୀପ – ପାରାଦୀପ ବନ୍ଦର ପ୍ରାଧିକରଣ ଏବଂ ଫୁଟବଲ ଆସୋସିଏସନ ଓଡିଶା ମିଳିତ ସହଯୋଗରେ ୬୩ତମ ସିନିୟର ଆନ୍ତଃ ଜିଲ୍ଲା ପୁରୁଷ ଫୁଟବଲ ପ୍ରତିଯୋଗିତା ‘ସାହାଣୀ କପ’ ଚଳିତ ମାସ ସେପ୍ଟେମ୍ବର ୨୫ ରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଗୋପବନ୍ଧୁ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବ l ଏହି ପ୍ରତିଯୋଗିତାରେ ପାରାଦୀପ ସମେତ ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଫୁଟବଲ ଜିଲ୍ଲା ର ୮ ଟି ଦଳର ପାଖାପାଖି ୧୮୪ ଜଣ ଖେଳାଳି ଓ ୨0 ଜଣ ଅଫିସିଆଲ ଓ ଚୟନକର୍ତ୍ତା ଯୋଗଦେବେ l ଜିଲ୍ଲା ଗୁଡିକୁ ୨ ଟି ପୁଲରେ ଅର୍ଥାତ ଗୋଟିଏ ପୁଲରେ ୪ ଗୋଟି ଦଳ ହିସାବରେ ଲିଗ ମ୍ୟାଚ ଖେଳିବେ l

ପ୍ରତ୍ୟେକ ପୁଲର ବିଜେତା ଅକ୍ଟୋବର ୨ ତାରିଖ ଦିନ କ୍ଵାଟର ଫାଇନାଲ ଖେଳିବେ l ପ୍ରତ୍ୟକ ଦିନ ପ୍ରଥମ ମ୍ୟାଚ ଅପରାହ୍ନ ୩ ଟା ବେଳେ ଓ, ଦ୍ଵିତୀୟ ମ୍ୟାଚ ସନ୍ଧ୍ୟା ୫ ଟାରେ ଫ୍ଲଡ ଲାଇଟ ରେ ଖେଳାଯିବ l ଉଦଘାଟନୀ ଉତ୍ସବ ରେ ପାରାଦୀପ ବନ୍ଦର ଅଧ୍ୟକ୍ଷ ପି.ଏଲ.ହରନାଦ ମୁଖ୍ୟ ଅତିଥି ଭାବେ ଏବଂ ବନ୍ଦର ଉପାଧ୍ୟକ୍ଷ ନୀଳାଭ୍ର ଦାସଗୁପ୍ତା ଓ ଓଡିଶା ଫୁଟବଲ ଓ ଆଥଲେଟିକ ଆସୋସିଏସନ ର ସମ୍ପାଦକ ଡ଼ଃ. ଆର୍ଶୀବାଦ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେବେ ବୋଲି ସୋମବାର ଦିନ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପାରାଦୀପ ବନ୍ଦର ଗୋପବନ୍ଧୁ କ୍ରୀଡା ସଂସଦ ର ସଭାପତି ଡି.ଏନ.ସୋନ୍ଧି ସୂଚନା ଦେଇଥିଲେ l ତେବେ ସାହାଣୀ କପ ଫୁଟବଲ ପ୍ରତିଯୋଗିତା ଆୟୋଜନ କରିବାର ସୁଯୋଗ ମିଳିଥିବାରୁ ପାରାଦୀପ ବନ୍ଦର ପକ୍ଷରୁ ଓଡିଶା ଫୁଟବଲ ଆସୋସିଏସନ କୁ ଧନ୍ୟବାଦ ଦେବା ସହ ଖୁସିବ୍ୟକ୍ତ କରାଯାଇଥିବା ନେଇ ଶ୍ରୀ ସୋନ୍ଧି କହିଥିଲେ l ଏହି ସାମ୍ବାଦିକ ସମ୍ମିଳନୀ ରେ ଅନ୍ୟମାନଙ୍କ ମଧ୍ୟରେ ପାରାଦୀପ ଗୋପବନ୍ଧୁ କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ଡା. ଦୁର୍ଗା ପ୍ରସାଦ ସେଠୀ, ସମ୍ପାଦକ ରଞ୍ଜନ ରଶ୍ମି ବେଉରା, ବନ୍ଦର କ୍ରୀଡା ଉପଦେଷ୍ଟା ରବି ଦାସ, ବନ୍ଦର ଲୋକସମ୍ପର୍କ ଅଧିକାରୀ ରତିକାନ୍ତ ନାୟକ ଙ୍କ ସମେତ ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ

Leave a Reply

Your email address will not be published. Required fields are marked *