ପାରାଦୀପ କ୍ରିକେଟ ଲିଗ ଉଦଯାପିତ ଶ୍ରୀରାମ ସ୍ପୋର୍ଟିଂ ଚମ୍ପିୟାନ

ପାରାଦୀପ,: ତୃତୀୟ ପାରାଦୀପ କ୍ରିକେଟ ଲିଗ (ଗଙ୍ଗାଧର ଜେନା କପ) ଆଜି ଉଦଯାପିତ ହୋଇଯାଇଛି। ମଧୁବନ ଏନ୍ଏସି ଖେଳ ପଡ଼ିଆରେ ଏହି ଉଦଯାପନୀ ଦିବସ ବା ଫାଇନାଲ ମ୍ୟାଚ୍ ମଧ୍ୟହ୍ନରେ ଅନୁଷ୍ଠିତ ହୋଇଥିଲା।ଡିକେଟି ଷ୍ଟାର୍ସ ଓ ଶ୍ରୀରାମ ସ୍ପୋର୍ଟିଂ ଫାଇନାଲରେ ମୁହାଁମୁହିଁ ହୋଇଥିଲେ। ଫାଇନାଲ୍ ମ୍ୟାଚ ଖେଳିବା ପୂର୍ବରୁ ଦୁଇ ଟିମ ର କ୍ୟାପଟେନ ଙ୍କ ଉପସ୍ଥିତି ରେ ଖେଳ ପଡିଆ ମଧ୍ୟରେ ଟଚ ପଡିଥିଲା।ପ୍ରଥମେ ଡିକେଟି ଷ୍ଟାର୍ସ ଟସ୍ ଜିତି ଫିଲ୍କଡ୍ କରିବାର ନିଷ୍ପତ୍ତି ନେଇଥିଲା।ଶ୍ରୀରାମ ସ୍ପୋର୍ଟିଂ ଟିମ ପ୍ରଥମେ ବ୍ୟାଟିଂ କରି ୧୯.୨ ବଲରେ ୨୧୩ ରନ୍ ସଂଗ୍ରହ କରି ତାର ମୂଲ୍ୟବାନ ୧୦ ଟି ଉଇକେଟ୍ ହରାଇଥିଲେ। ଜବାବରେ ଡିକେଟି ଷ୍ଟାର୍ସ ଟିମ ମାତ୍ର ୧୩.୫ ବଲରେ ସମ୍ପୁର୍ଣ୍ଣ ୧୦ ଉଇକେଟ୍ ହରାଇ ମାତ୍ର ୯୩ ରନ୍ କରି ହାରି ଯାଇଥିଲା।ତେବେ ଖେଳ ପରେ ଉଦଯାପନୀ ରେ ଚମ୍ପିୟାନ ଟିମ କୁ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଡେପୁଟି ଚେୟାର ମ୍ୟାନ ନିଲର୍ଭ ଦାସ ଗୁପ୍ତା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସମାଜସେବୀ ସ୍ବର୍ଗତ ଗଙ୍ଗାଧର ଜେନା ଙ୍କ ସୁପୁତ୍ର ଇଂ ପ୍ରମୋଦ କିଶୋର ଜେନା, ପାରାଦୀପ ମୁନିସିପାଲିଟ୍ ର ଚେୟାର ମ୍ୟାନ୍ ବସନ୍ତ ବିଶ୍ଵାଳ, ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ଓ ଓସିଏ ର ସମ୍ପାଦକ ସଞ୍ଜୟ ବେହେରା ପ୍ରମୁଖ ଯୋଗ ଦେଇଥିଲେ।ଏହା ସହିତ ପିସିଏଲ୍ କମିଟି ପକ୍ଷରୁ ସଭାପତି ରବି ଦାସ, କାର୍ଯ୍ୟକାରୀ ସଭାପତି ଧର୍ମେନ୍ଦ୍ର ପତି, ଉପସଭାପତି ଅକ୍ଷୟ କୁମାର ସୁତାର, ସୁବାସ ଆଚାର୍ଯ୍ୟ, ସମ୍ପାଦକ ଜୁନିତ୍ ଦାସ, ଯୁଗ୍ନ ସମ୍ପାଦକ ଅଧିର ସାହୁ, ଭରଦ୍ଵାଜ ସାହୁ, କୋଷାଧ୍ୟକ୍ଷ ପ୍ରସାନ୍ତ ସାହୁ ଙ୍କ ସମେତ ଉତ୍କଳ ରାଉତ, ସତ୍ୟରଞ୍ଜନ ପ୍ରଧାନ, ଶୁଭ ରଞ୍ଜନ ପ୍ରଧାନ ଓ ପିସିଏଲ୍ ର ସମସ୍ତ କାର୍ଯ୍ୟକତା ଉପସ୍ଥିତ ଥିଲେ। ଖେଳ ପରିଚାଳନା କରିଥିଲେ ନିହାର ରଂଜନ ବଳିଆର ସିଂ ଓ ଦେବେନ୍ଦ୍ର ନାୟକ।