ପାରାଦୀପ ଠାରେ ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ

ପାରାଦୀପ : ଅପରେସନ ସିନ୍ଦୂରର ସଫଳତା ଓ ଭାରତୀୟ ସେନାବାହିନୀର ଦକ୍ଷତାକୁ ସମ୍ମାନ ଜଣାଇ ଆଜି ପାରାଦୀପ ର ସମୁଦ୍ର କୂଳ ଠାରୁ ଗୋପବନ୍ଧୁ ଷ୍ଟାଡିୟମ ପର୍ଯ୍ୟନ୍ତ ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ମନ୍ତ୍ରୀ ଶିଳ୍ପ,ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଜାତୀୟ ପତାକା ଦେଖାଇ ଏହି ପରାକ୍ରମ ବାଇକ ଶୋଭାଯାତ୍ରାର ଶୁଭ ଉଦଘାଟନ କରିଥିଲେ। ମାନ୍ୟବର ମନ୍ତ୍ରୀ ଶ୍ରୀ ସ୍ୱାଇଁ ପରାକ୍ରମ ର ଏହି ଶୋଭାଯାତ୍ରା ଦେଶର ସୀମାନ୍ତ ରେ ଲଢ଼ୁଥିବା ଜାଗ୍ରତ ପ୍ରହରୀ ଭରତୀୟ ସେନା ଙ୍କ ଉଦ୍ଦେଶ୍ୟ ରେ ଉତ୍ସର୍ଗୀକୃତ ବୋଲି କହିଥିଲେ। ଦେଶଭକ୍ତି ର ଭାବନା ରେ ଉଦବୁଦ୍ଧ ହୋଇ ପ୍ରତ୍ୟେକ ଜନ ସାଧାରଣ ଏଥିରେ ଭାଗ ନେବାପାଇଁ ସେ ଉତ୍ସାହିତ କରିଥଲେ।ଭାରତୀୟ ସେନାର ଅଦମ୍ୟ ସାହସକୁ ସମ୍ମାନ ଜଣାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି ଶୋଭାଯାତ୍ରାରେ ସମାଜର ସବୁ ବର୍ଗର ନାଗରିକଙ୍କ ସହ ପ୍ରଶାସନିକ ଅଧିକାରୀ,ପୋଲିସ ବାହିନୀ, ଅବସର ପ୍ରାପ୍ତ ସେନା ଅଧିକାରୀ, ସ୍କାଉଟ୍,ଏନସିସି କ୍ୟାଡେ଼ଟ, ଏନ ଏସ ଏସ,ଶିକ୍ଷକ, ମିଶନ ଶକ୍ତି ମହିଳା, ଛାତ୍ରଛାତ୍ରୀ, କ୍ରୀଡ଼ାବିତ, ବୁଦ୍ଧିଜୀବୀ, ସିଭିଲ ଡିଫେନସ୍ ଓ ଗଣ ମାଧ୍ୟମ ପ୍ରତିନିଧି ପ୍ରମୁଖ ସାମିଲ ହୋଇଥିଲେ।
ଜାମ୍ମୁ କାଶ୍ମୀରର ପହେଲଗାଓଁଠାରେ ହୋଇଥିବା ଆତଙ୍କବାଦୀ ଘଟଣା ପ୍ରତିବଦଳରେ ଅପରେସନ ସିନ୍ଦୁରର ସଫଳତା,ଦେଶର ସୀମା ସୁରକ୍ଷା ଦାୟିତ୍ୱରେ ଥିବା ଜାଗ୍ରତ ପ୍ରହରୀଙ୍କୁ ସମ୍ମାନ ଜଣାଇ ପାରାଦୀପ ସମୁଦ୍ର କୂଳ ଠାରୁ ଆରମ୍ଭ ହୋଇଥିବା ପରାକ୍ରମ ରାଲି ସହର ପରିକ୍ରମା କରି ଗୋପବନ୍ଧୁ ଷ୍ଟାଡିୟମ ଠାରେ ପହଞ୍ଚିଥିଲା।
ଏହି ଅବସରରେ ପାରାଦୀପ ପୌର ପରିଷଦର ଅଧ୍ୟକ୍ଷ ଶ୍ରୀ ବସନ୍ତ ବିଶ୍ବାଳ ,ଅତିରିକ୍ତ ଜିଲ୍ଲାପାଳ, ପାରାଦୀପ ଶ୍ରୀ ନିରଞ୍ଜନ ବେହେରା , ନିର୍ବାହୀ ଅଧିକାରୀ , ପାରାଦୀପ ପୌର ପରିଷଦ ଶ୍ରୀ ଅଭିଷେକ ପଣ୍ଡା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ,ପାରାଦୀପ ଶ୍ରୀ ସ୍ମୃତି ରଞ୍ଜନ କର , ବିଭିନ୍ନ N.G.O , ଓ NCC ର କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ। ବହୁ ସଂଖ୍ୟାରେ ଜନସାଧାରଣ ଉତ୍ସାହିତ ହୋଇ ହାତରେ ତ୍ରିରଙ୍ଗା ଧରି ଏହି ବାଇକ୍ ଶୋଭାଯାତ୍ରରେ ସାମିଲ ହୋଇଥିଲେ।
ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )