October 23, 2025
Home » ପାରାଦୀପ ତୈଳ ବିଶୋଧନାଗାରରେ ଗାନ୍ଧୀ ଜୟନ୍ତୀ ଏବଂ ସ୍ବଚ୍ଛ ଭାରତ ଦିବସ ପାଳିତ

ପାରାଦୀପ ତୈଳ ବିଶୋଧନାଗାରରେ ଗାନ୍ଧୀ ଜୟନ୍ତୀ ଏବଂ ସ୍ବଚ୍ଛ ଭାରତ ଦିବସ ପାଳିତ

0
WhatsApp Image 2025-10-06 at 7.24.16 PM

 

ପାରାଦୀପ – ମହାତ୍ମା ଗାନ୍ଧୀଙ୍କ ୧୫୬ତମ ଜନ୍ମ ବାର୍ଷିକୀ ଦେଶଭକ୍ତି ଏବଂ ଉତ୍ସାହ ସହିତ ଇଣ୍ଡିଆନ୍ ଅଏଲ୍ ପାରାଦୀପ ତୈଳ ବିଶୋଧନାଗାର ପକ୍ଷରୁ ଅକ୍ଟୋବର ୨ ଗୁରୁବାର ଦିନ ପାଳିତ ହୋଇଯାଇଛି l ଏହି ଅବସରରେ ବରିଷ୍ଠ ଅଧୂକାରୀ ତଥା ଅନ୍ୟ ଅତିଥି ମାନଙ୍କ ଉପସ୍ଥିତିରେ କାର୍ଯ୍ୟକାରୀ ନିର୍ଦ୍ଦେଶକ ତଥା ରିଫାଇନରୀ ପ୍ରମୁଖ କୌଶିକ ବସୁ ପୁଷ୍ପମାଲ୍ୟ ଅର୍ପଣ କରି ଗାନ୍ଧିଜୀ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଗାନ୍ଧିଜୀଙ୍କ ଶିକ୍ଷାକୁ ମନେ ପକାଇ ଶ୍ରୀ ବସୁ କହିଥିଲେ ଯେ ସରଳତା, ସତ୍ୟ ଏବଂ ଅହିଂସା ପରି ମୂଲ୍ୟଗୁଡିକ ସମୟ ପରୀକ୍ଷିତ ଏବଂ ଚିରସ୍ଥାୟୀ ଅଟେ । ଶ୍ରୀ ବସୁ ସମସ୍ତଙ୍କୁ ସ୍ବଚ୍ଛତାର ଶପଥ ପାଠ ମଧ୍ୟ କରାଇଥିଲେ। ସ୍ବଚ୍ଛତା ହିଁ ସେବା ଅଭିଯାନର ସମାପନକୁ ଚିହ୍ନିତ କରି ଏହି କାର୍ଯ୍ୟକ୍ରମକୁ ସ୍ବଚ୍ଛ ଭାରତ ଦିବସ ଭାବରେ ପାଳନ କରାଯାଇଥିଲା।

 

 

ପାରାଦୀପ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *