December 20, 2025
Home » ପାରାଦୀପ ତୈଳ ବିଶୋଧନାଗାର ରେ ମଧ୍ୟରାତ୍ର ୨-ସ୍ତରୀୟ ବିପର୍ଯ୍ୟୟ ପ୍ରଶମନ ଅଭ୍ୟାସ କୌଶଳ

ପାରାଦୀପ ତୈଳ ବିଶୋଧନାଗାର ରେ ମଧ୍ୟରାତ୍ର ୨-ସ୍ତରୀୟ ବିପର୍ଯ୍ୟୟ ପ୍ରଶମନ ଅଭ୍ୟାସ କୌଶଳ

0
WhatsApp Image 2025-12-05 at 1.43.10 PM

 

ପାରାଦୀପ – ଭାରତୀୟ ତୈଳ ନିଗମ ପାରାଦୀପ ତୈଳ ବିଶୋଧନାଗାରରେ ଗତ ଡିସେମ୍ବର ୩ ତାରିଖ ବୁଧବାର ମଧ୍ୟରାତ୍ର ସମୟରେ ଏକ ୨-ସ୍ତରୀୟ ବିପର୍ଯ୍ୟୟ ପ୍ରଶମନ ଅଭ୍ୟାସ କୌଶଳ ଆୟୋଜନ କରାଯାଇଥିଲା l  ​​ଯାହାର ଉଦ୍ଦେଶ୍ୟ ଥିଲା ବିଶୋଧନାଗାରରେ ଜରୁରୀକାଳୀନ ପ୍ରତିକ୍ରିୟାର ପ୍ରଭାବ ଏବଂ ପ୍ରସ୍ତୁତି ଯାଞ୍ଚ କରିବା। ଏହି ଅଭ୍ୟାସ ପାରାଦୀପ ତୈଳ ବିଶୋଧନାଗାର ଜରୁରୀକାଳୀନ ପ୍ରତିକ୍ରିୟା ଏବଂ ବିପର୍ଯ୍ୟୟ ପରିଚାଳନା ଯୋଜନା ସଂସ୍ଥା ଦ୍ୱାରା ଅନୁମୋଦିତ। ଏହି କାର୍ଯ୍ୟକ୍ରମରେ ବିଶୋଧନାଗାର ସମେତ ପାରିପାର୍ଶ୍ଵିକ ସହଯୋଗୀ ଶିଳ୍ପ ସଂସ୍ଥା ର ପ୍ରତିନିଧି ମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ l ଏହି ଅଭ୍ୟାସ କୌଶଳରେ ଏଫସିସି-ଏଲପିଜି ୟୁନିଟ୍ ରୁ ଗ୍ୟାସ କ୍ଷରଣ ବା ଲିକେଜ୍ ଓ ପ୍ରତିକ୍ରିୟା ଏବଂ ନିୟନ୍ତ୍ର ଏବଂ ବିପର୍ଯ୍ୟୟ ପରିଚାଳନା ଯୋଜନା ଅନୁଯାୟୀ ନିଆଯାଇଥିବା ପଦକ୍ଷେପଗୁଡ଼ିକ ଉତ୍ତମ ଭାବରେ ସମନ୍ୱିତ ହୋଇଥିଲା ଏବଂ ସମସ୍ତ କର୍ତ୍ତୃପକ୍ଷ ଏହାକୁ ପ୍ରଶଂସା କରିଥିଲେ। ପାରାଦୀପ ବିଶୋଧନାଗାର ର କାର୍ଯ୍ୟକାରୀ ନିର୍ଦ୍ଦେଶକ ତଥା ମୂଖ୍ୟ କୌସିକ ବାସୁ ଏହି ଅଭ୍ୟାସ ସଂକ୍ରାନ୍ତୀୟ ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ।

 

ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *