November 12, 2025
Home » ପାରାଦୀପ ପୌରପାଳିକା ପକ୍ଷରୁ ‘ସଫେଇ ଆପଣାଅ, ରୋଗ ହଟାଅ’ କାର୍ଯ୍ୟକ୍ରମ

ପାରାଦୀପ ପୌରପାଳିକା ପକ୍ଷରୁ ‘ସଫେଇ ଆପଣାଅ, ରୋଗ ହଟାଅ’ କାର୍ଯ୍ୟକ୍ରମ

0
WhatsApp Image 2025-08-03 at 6.34.47 PM

ପାରାଦୀପ – ପାରାଦୀପ ପୌରପାଳିକା ପକ୍ଷରୁ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ଙ୍କ ନେତୃତ୍ୱ ରେ ‘ସଫେଇ ଆପଣାଅ, ରୋଗ ହଟାଅ’ ଶୀର୍ଷକ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ରବିବାର ସକାଳେ ସମୁଦ୍ର ବେଳାଭୂମି କଳିଙ୍ଗ ବାଲିଯାତ୍ରା ପଡିଆରେ ଆୟୋଜିତ ହୋଇଯାଇଛି l ଏହି ଅବସରରେ ପୌରାଧ୍ୟକ୍ଷ ଶ୍ରୀ ବିଶ୍ୱାଳ ଙ୍କ ସଭାପତିତ୍ୱରେ ଆୟୋଜିତ ସଚେତନତା ସଭାରେ ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା, ଅତିରିକ୍ତ ନିର୍ବାହୀ ଅଧିକାରିଣୀ ସ୍ମୃତି ସ୍ୱାଇଁ,ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଙ୍କ ପ୍ରତିନିଧି ସର୍ବେଶ୍ୱର ବଳିୟାରସିଂହ, ପାରିଷଦ ସୁବ୍ରତ ପ୍ରଧାନ ଉପସ୍ଥିତ ରହି ପରିବେଶ ସ୍ୱଚ୍ଛ ରହିଲେ ବିଭିନ୍ନ ରୋଗ ପ୍ରତିହତ ହେବା ନେଇ ସମସ୍ତଙ୍କୁ ସଚେତନ କରିଥିଲେ l ଏହି ପରିପ୍ରେକ୍ଷୀରେ ଗ୍ରୀନ ପାରାଦୀପ ଟ୍ରଷ୍ଟ, ପାରାଦୀପ ମହାବିଦ୍ୟାଳୟ ଏନସିସି ଆଲୁମୁନି ଆସୋସିଏସନ, ନୀଳଚକ୍ର, ସ୍ୱାମୀ ବିବେକାନନ୍ଦ ୟୁଥ କ୍ଲବ, କଳିଙ୍ଗ ମହିଳା ଶକ୍ତି, ସାର୍ଥିକ ସୋଲ ଆହ୍ୱାନ କମ୍ବାଇନ୍ସ, ଆମ୍ବେଦକର ୟୁଥ କ୍ଲବ ର ବହୁ ସ୍ବେଛାସେବୀ ଯୋଗଦେଇ ସାମୁହିକ ଭାବେ ବେଳାଭୂମି ସଫେଇ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ l ଏହି କାର୍ଯ୍ୟକ୍ରମ ଜୁଲାଇ ୧୫ ରୁ ଆରମ୍ଭ ହୋଇ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ l

ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *