ପାରାଦୀପ ପୌରପାଳିକା ର ଓଡ଼ିଆ ପକ୍ଷ ପାଳନ
ପାରାଦୀପ – ପାରାଦୀପ ପୌରପାଳିକା ପକ୍ଷରୁ ଅପ୍ରେଲ ୧ ତାରିଖରେ ଉତ୍କଳ ଦିବସ ତଥା ରାଜ୍ୟର ପ୍ରତିଷ୍ଠା ଦିବସ ଏବଂ ଓଡିଆ ପକ୍ଷ ପାଳିତ ହୋଇଯାଇଛି l ଏହି ଅବସରରେ ସକାଳ ୮ଟା ରେ ସମସ୍ତ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଦିନ ୧୦ଟା ସମୟରେ ପୌରପାଳିକା ପ୍ରଶାସନିକ ଭବନର ସମ୍ମିଳନୀ କକ୍ଷରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସରକାରଙ୍କ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସୌଜନ୍ୟରେ ଏବଂ ପାରାଦ୍ଵୀପ ପୌର ପରିଷଦ ପକ୍ଷରୁ ଆୟୋଜିତ ସଭାରେ ପୌରାଧ୍ଯକ୍ଷ ବସନ୍ତ ବିଶ୍ଵାଳ ପୌରହିତ୍ୟ କରିବା ସହ ଏହାର ଉଦ୍ଦେଶ୍ୟ ସଂପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ l ସକାଳେ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ଉପାଧ୍ଯକ୍ଷା ଶ୍ରୀମତୀ ଛବିଲତା ରାଉତ, ସ୍ଥାନୀୟ ବିଧାୟକଙ୍କ ପ୍ରତିନିଧ ସର୍ବେଶ୍ଵର ବଳିଆରସିଂହ, ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା, ସମସ୍ତ ପାରିଷଦ ଓ ପୌର କର୍ମଚାରୀ ମାନେ ଉପସ୍ଥିତ ଥିଲେ । ପୌର ସମ୍ମିଳନୀ କକ୍ଷରେ ଆୟୋଜିତ ସଭାରେ ଅଧ୍ଯକ୍ଷତା କରି ପୌରାଧ୍ୟକ୍ଷ ଶ୍ରୀ ବିଶ୍ଵାଳ ଉପସ୍ଥିତ ଥିବା ସମସ୍ତ ପାରିଷଦ, ପୌର କର୍ମଚାରୀ ମାନଙ୍କୁ ରାଜ୍ୟ ପ୍ରତିଷ୍ଠା ଦିବସ ଅବସରରେ ୧୯୩୬ ମସିହାରେ ଓଡ଼ିଶା ରାଜ୍ୟ ଦେଶର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବରେ ପ୍ରତିଷ୍ଠା ସମ୍ବନ୍ଧରେ ବିସ୍ତୃତ ଭାବରେ ଅବଗତ କରାଇଥିଲେ । ଏଥିପାଇଁ ଉତ୍କଳ ଗୌରବ ମଧୁସୁଦନ ଦାସ, ଉତ୍କଳ ମଣି ଗୋପବନ୍ଧୁ ଦାସ, ପାରଳା ମହାରାଜ କୃଷ୍ଣଚନ୍ଦ୍ର ଗଜପତି ଓ ଅନ୍ୟାନ୍ୟ ବରପୁତ୍ର ମାନଙ୍କ ତ୍ୟାଗ ଓ ସଂଗ୍ରାମକୁ ସ୍ମରଣ କରି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ I ଏହି ଅବସରରେ ସମସ୍ତ ପାରିଷଦ ଉତ୍କଳ ଦିବସର ବାର୍ତ୍ତା ପ୍ରଦାନ କରିଥିଲେ I

ଏହି ଅବସରରେ ନିର୍ବାହୀ ଅଧୂକାରୀ କହିଥିଲେ ଯେ, ରାଜ୍ୟ ସରକାର ଅପ୍ରେଲ ୧ ତାରିଖ ଠାରୁ ଅପ୍ରେଲ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରିବା ପାଇଁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି I ପ୍ରତ୍ୟେକ ଦିନ ପାଇଁ ସରକାରଙ୍କ ବିଭିନ୍ନ ବିଭାଗ ତରଫରୁ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ଏହି ଅବସରରେ ପାରାଦ୍ଵୀପ ପୌର ପାଳିକା ତରଫରୁ ୩ ଅପ୍ରେଲରେ ହସ୍ତତନ୍ତ ବସ୍ତ୍ର ପରିଧାନ କରାଯିବ, ୪ ଅପ୍ରେଲରେ ଓଡିଆ ନାମ ଫଳକ ଲେଖା ଅଭିଜାନ କାର୍ଯ୍ୟକ୍ରମରେ ବଡପଡିଆ ମାର୍କେଟରେ ସଚେତନତା କାର୍ଯ୍ୟକ୍ରମ କରାଯିବା, ୬ ଅପ୍ରେଲରେ ସ୍ଵଚ୍ଛତା କାର୍ଯ୍ୟକ୍ରମରେ ନେହେରୁ ବଙ୍ଗଳା ଠାରେ ସଫେଇ କାର୍ଯ୍ୟକ୍ରମ, ୧୩ ଅପ୍ରେଲରେ ଆମ ରୁଚି ଆମ ଖାଦ୍ୟ କାର୍ଯ୍ୟକ୍ରମରେ ମହିଳା ମାନଙ୍କ ମଧ୍ୟରେ ଝୋଟି, ଚିତା, ମୁରୁଜ ଓ ବିଭିନ୍ନ ପ୍ରକାରର ପିଠା ଓ ଓଡ଼ିଆ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା କରାଯିବ ଏବଂ ୧୪ ଅପ୍ରେଲରେ ମହା ବିଷୁବ ସଂକ୍ରାନ୍ତି ତଥା ଓଡିଆ ନବବର୍ଷ ପାଳନ ଅବସରରେ ବେଳାଭୂମି କଳିଙ୍ଗ ବାଲିଯାତ୍ର ପଡିଆରେ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ lଅପ୍ରେଲ ୧ ତାରିଖ ଠାରୁ ସାରା ଦେଶରେ ଜନଗଣନା କାର୍ଯ୍ୟକମ ଆରମ୍ଭ କରାଯାଉଛି। ଏହି ଜନ ଗଣନା ଦୁଇଟି ପର୍ଯ୍ୟାୟରେ କରାଯିବ l ଅପ୍ରେଲ ୨୦୨୬ ମସିହାରେ ପ୍ରଥମେ ଘର ଗୁଡିକର ତାଲିକା ସହ ଜନଗଣନା ୨୦୨୭ ଅପ୍ରେଲ ପର୍ଯ୍ୟନ୍ତ କରାଯିବା ଏଥିପାଇଁ ସରକାରଙ୍କ ତରଫରୁ ଜାରି କରାଯାଇଥିବା ସ୍ୱ – ଗଣନା ପୋର୍ଟାଲରେ ନିଜର ତଥ୍ୟ ପ୍ରଦାନ କରାଯାଇପାରିବ I ତେଣୁ ପୌରାଧ୍ୟକ୍ଷ ଏଥିପାଇଁ ସମସ୍ତ ପାରିଷଦ ଓ କର୍ମଚାରୀଙ୍କ ସହଯୋଗ କାମନା କରିଥିଲେ I
paradeep ru prasanta dash nka report epa news
