ପାରାଦୀପ ପ୍ରେସ୍ ମିଡିଆ ଏବଂ ଓଡିଶା ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ
ପାରାଦୀପ: ପାରାଦୀପ ପ୍ରେସ୍ ମିଡିଆ ଏବଂ ଓଡିଶା ସାମ୍ବାଦିକ ସଂଘ ପାରାଦୀପ ଶାଖା ପକ୍ଷରୁ ମିଳିତ ଭାବେ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଯାଇଛି | ଏହି ପରିପ୍ରେକ୍ଷିରେ ପାରାଦୀପର ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ରାମଚନ୍ଦ୍ର ସ୍ବାଇଁ ଙ୍କ ଅଧ୍ଯକ୍ଷତାରେ ନୁଆବଜାର ସ୍ଥିତ ଅଟଳ ବିହାରୀ ବାଜପେୟୀ ଟ୍ରଷ୍ଟ ସମ୍ମିଳନୀ କକ୍ଷରେ ଏକ ସଭା ଅନୁଷ୍ଠିତ ହୋଇଥିଲା | ଏହି ଅବସରରେ ପାରାଦୀପର ଜଣାଶୁଣା ସାମ୍ବାଦିକ ପ୍ରତାପ ରୁଦ୍ର ନାୟକଙ୍କ ବିୟୋଗରେ ଶୋକ ପ୍ରକାଶ କରିବାସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରି ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା | ସାମ୍ବାଦିକତା ବୃତ୍ତିରେ ଥିବା ସମସ୍ତ ଗଣମାଧ୍ଯମ ପ୍ରତିନିଧି ମାନେ ଆଗାମି ଦିନରେ ଗୋଟିଏ ଛାତତଳେ ଏକତ୍ର ରହି ସରକାରଙ୍କ ଠାରୁ ଦାବି ପୁରଣ ଦିଗରେ କାର୍ଯ୍ଯ କରିବା ଉଚିତ୍ | ଗଣମାଧ୍ଯମକୁ ସମସ୍ତେ ଚତୁର୍ଥ ସ୍ତମ୍ଭ ଭାବେ କହୁଥିଲେ ସୁଧା ସମ୍ବିଧାନ କିମ୍ବା ସରକାରଙ୍କ ପକ୍ଷରୁ ଏଥିପାଇଁ କୌଣସି ବିଦ୍ଧିବଦ୍ଧ ବ୍ଯବସ୍ଥା ନାହିଁ | ସାମ୍ବାଦିକମାନେ ସମ୍ମୁଖିନ ହେଉଥିବା ବିଭିନ୍ନ ସମସ୍ଯା ସଂପର୍କରେ ଆଲୋଚନା କରାଯିବାସହ ସରକାର ଏଥିପ୍ରତି ଦୃଷ୍ଟି ଦେବା ନିତ୍ଯାନ୍ତ ଆବଶ୍ଯକ ବୋଲି ସଭାରେ ଯୋଗ ଦେଇଥିବା ଅତିଥୀମାନେ ଦାବି କରିଥିଲେ | ଏହି ସଭାରେ ଓ.ଜେ.ୟୁ. ପାରାଦୀପ ଶାଖା ସଭାପତି କର୍ମେଶ୍ବର ସ୍ବାଇଁ, ସାମ୍ବାଦିକ କଲ୍ଯାଣ ଟ୍ରଷ୍ଟ ସଂପାଦକ ପ୍ରଶାନ୍ତ କୁମାର ରାଉତ, ଜଗନ୍ନାଥ ସଂସ୍କୃତି ଗବେଷକ ଧୃତିଧର ଦାସ, ବରିଷ୍ଠ ସାମ୍ବାଦିକ ଅଜିତ୍ କୁମାର ଦାସ , ପାରାଦୀପ ପ୍ରେସ୍ ମିଡିଆ ସଂପାଦକ ବଟକୃଷ୍ନ ଦାସ ଅତିଥୀ ଭାବେ ମଂଚାସୀନ ହୋଇଥିଲେ | ଏଥିସହ ଅନ୍ଯମାନଙ୍କ ମଧ୍ଯରେ ପାରାଦୀପ ପ୍ରେସ୍ ମିଡିଆ ସଭାପତି ବସନ୍ତ କୁମାର ସାହୁ, କୋଷାଧ୍ଯକ୍ଷ ସୁରେନ୍ଦ୍ର କୁମାର ବିଶ୍ବାଳ, ବରିଷ୍ଠ ସାମ୍ବାଦିକ ସଞ୍ଜିବ୍ ମିଶ୍ର, ଶୁସିଲ୍ ପଟନାୟକ, ଜଗନ୍ନାଥ ଶତପଥୀ, ସମିର କୁମାର ମହାନ୍ତୀ, ମନୋଜ କୁମାର ଦାସ, ନିରଞ୍ଜନ ଆଚାର୍ଯ୍ଯ, ସନ୍ତୋଷ ବେହେରା, ରାଜଦୀପ ବିଶ୍ବାସ, ମନୋଜ କୁମାର ମହାନ୍ତୀ, ପ୍ରଭାତ ମହାପାତ୍ର, ନିଶାକର ପାତ୍ର ଓ ପୁରୁଷୋତ୍ତମ ଶତପଥୀଙ୍କ ସମେତ ବିଭିନ୍ନ ଗଣମାଧ୍ଯମ ପ୍ରତିନିଧି ଯୋଗଦେଇଥିଲେ |
paradeep ru prasant das nka report