ପାରାଦୀପ ବଡ଼ପଡ଼ିଆ ଅସ୍ଥାୟୀ ପରିବା ମାର୍କେଟରେ ଅବ୍ୟବସ୍ଥା ! ଗ୍ରାହକ ହନ୍ତସନ୍ତ

ପାରାଦୀପ – ପାରାଦୀପ ବନ୍ଦର ସହରରେ ବଡ଼ପଡ଼ିଆ ମାର୍କେଟ ଅଞ୍ଚଳରେ ଥିବା ଅସ୍ଥାୟୀ ପରିବା ମାର୍କେଟ ରେ ବହୁ ସ୍ଥାନୀୟ ଲୋକେ ନିର୍ଭର କରୁଥିବା ବେଳେ ଏଠାରେ ଘୋର ଅବ୍ୟବସ୍ଥା ଯୋଗୁଁ ଗ୍ରାହକ ମାନଙ୍କ ମାର୍କେଟିଙ୍ଗ କରିବା କଷ୍ଟସାଧ୍ୟ ହୋଉପଡ଼ିଛି l ଏହି ପରିବା ମାର୍କେଟ ମଝିରେ ଯିବା ଆସିବା ବାଟରେ ଦୋକାନୀ ମାନେ ତାଙ୍କ ସାମଗ୍ରୀ ଗଦା କରିବା ଏବଂ ସାଇକେଲ ଓ ମଟର ସାଇକେଲ ରଖିବା ଯୋଗୁଁ ଗ୍ରାହକ ମାନେ ମାର୍କେଟରେ ପଶିବା କଷ୍ଟସାଧ୍ୟ ହୋଇଥିବା ବେଳେ ଷଣ୍ଡ ଗାଇଙ୍କ ଅବାଧ ବିଚରଣ ଯୋଗୁଁ ସଧାରଣରେ ଏହା ବିପଦ ସୃଷ୍ଟି କରିଛି l ଯଦିଓ ପୌର ପ୍ରଶାସନ ପକ୍ଷରୁ ଦୈନିକ ସକାଳେ ଏହି ମାର୍କେଟ ଅଞ୍ଚଳରୁ ଅଳିଆ ସଫା କରାଯାଉଛି ତେବେ ଦୋକାନୀ ମାନେ ତାଙ୍କ ନଷ୍ଟ ପରିବା ସାମଗ୍ରୀ ଓ ଅଳିଆ ଆବର୍ଜନା ପାଖରେ ଥିବା ନଦୀ ଜୋରରେ ପକାଇବା ଦ୍ୱାରା ବର୍ଷା ଦିନେ ସହରର ନିଷ୍କାସିତ ଜଳ ର ଗତିପଥ ଅବରୋଧ ହୋଇ ବିଭିନ୍ନ ଡ୍ରେନ ଜାମ ରହି ଅସ୍ୱାସ୍ଥ୍ୟକାର ପରିସ୍ଥିତି ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି l ତେବେ ଏଥିପ୍ରତି ପାରାଦୀପ ବନ୍ଦର ଇଷ୍ଟେଟ ବିଭାଗ ଓ ପୌର ପ୍ରଶାସନ କଡ୍ଡା ଆଭିମୁଖ୍ୟ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି l
ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ