July 16, 2025
Home » ପାରାଦୀପ ବଡ଼ପଡ଼ିଆ ପରିବା ମାର୍କେଟ ରେ ଅଗ୍ନିକାଣ୍ଡ

ପାରାଦୀପ ବଡ଼ପଡ଼ିଆ ପରିବା ମାର୍କେଟ ରେ ଅଗ୍ନିକାଣ୍ଡ

0
WhatsApp Image 2025-07-14 at 8.06.00 PM

ପାରାଦୀପ – ବନ୍ଦର ସହର ପାରାଦୀପର ବଡପଡିଆରେ ଥିବା ଅସ୍ଥାୟୀ ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ ଘଟି ୫ଟି ଦୋକାନ ପୋଡ଼ି ପାଉଁଶ ହୋଇଯାଇଛି। ରବିବାର ବିଳମ୍ବିତ ରାତି ସାଢେ ୩ଟାରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଖବର ପାଇ ପାରାଦୀପ ବନ୍ଦର ଓ କୁଜଙ୍ଗ ଅଗ୍ନିଶମ ବିଭାଗ ର ଗାଡି ଓ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଏହି ଅଗ୍ନିକାଣ୍ଡ ଯୋଗୁଁ ୫ ଲକ୍ଷ ଟଙ୍କାର ସମ୍ପତ୍ତି ଜଳିଯାଇଥିବା କୁହାଯାଉଛି l

ପାରାଦୀପ ବନ୍ଦର ତରଫରୁ ପରିବା ଦୋକାନ ପାଇଁ ଅସ୍ଥାୟୀ ପିଣ୍ଡି ଯୋଗାଇ ଦିଆଯାଇଥିବା ବେଳେ ପ୍ରତ୍ୟେକ ବ୍ୟବସାୟୀ ପଲିଥିନ ଓ ପାଲ ବାନ୍ଧି ପରିବା ବ୍ୟବସାୟ କରିଥାନ୍ତି। ରବିବାର ବିଳମ୍ବିତ ରାତିରେ କୋୖଣସି କାରଣରୁ ପଲିଥିନ ପାଲରେ ନିଆଁ ଲାଗି ଏକାଧିକ ଦୋକାନ ଜଳି ଯାଇଛି। ଦୋକାନୀ ବାବୁନି ସାହୁ, ଚାବୁନି ସାହୁ, ଜୟଦେବ ମହାପାତ୍ର,ମଣ୍ଟୁ ନାୟକ,ସୁରେନ୍ଦ୍ର ସାହୁଙ୍କ ଦୋକାନ ପୋଡ଼ି ଯାଇଥିବା ଜଣାପଡିଛି। ଦୋକାନରେ ଥିବା ପନିପରିବା, କ୍ୟାସ ବାକ୍ସ, ଇଲେକଟ୍ରୋନିକ୍ସ କମ୍ପ୍ୟୁଟର କଣ୍ଟା,ପରିବା,ଫ୍ୟାନ ଆଦି ପୋଡ଼ି ପାଉଁଶ ହୋଇଯାଇଛି।

ତେବେ ଅସ୍ଥାୟୀ ପରିବା ଦୋକାନ ପିଣ୍ଡିରେ କୋୖଣସି ବିଦ୍ୟୁତ ସଂଯୋଗ ନଥିବା ବେଳେ କେଉଁ କାରଣରୁ ନିଆଁ ଲାଗଛି ତାହା ସ୍ପଷ୍ଟ ହୋଇ ପାରିନାହିଁ। ମଶା ଧୂପରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ସକାଳେ ପାରାଦୀପ ବନ୍ଦର ବଣିକ ସଂଘ ସଭାପତି କ୍ଷୀରୋଦ ଚନ୍ଦ୍ର ସ୍ଵାଇଁ ପହଞ୍ଚି ସ୍ଥିତି ସମୀକ୍ଷା କରି ଏହି ମାର୍କେଟ ରେ ସ୍ଥାୟୀ ପିଣ୍ଡି ନିର୍ମାଣ ପାଇଁ ବନ୍ଦର ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଛନ୍ତି l ସେହିପରି l ପ୍ରକାଶ ଥାଉକି, ବଡ଼ପଡିଆ ପରିବା ମାର୍କେଟରେ ସବୁ ଜିନିଷ ମିଳିଥାଏ। ପାରାଦୀପ ସହରର ପ୍ରାୟ ସମସ୍ତ ଲୋକେ ଏହି ପରିବା ମାର୍କେଟ ଉପରେ ନିର୍ଭରଶୀଳ।

ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *