ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଯ୍ୟାତିୟ ମହିଳା ଦିବସ ପାଳିତ
ପାରାଦୀପ – ପାରାଦୀପ ବନ୍ଦର ପ୍ରାଧିକରଣ ପକ୍ଷରୁ ଆନ୍ତର୍ଯ୍ୟାତିୟ ମହିଳା ଦିବସ ମଙ୍ଗଳବାର ଦିନ ପାଳିତ ହୋଇଯାଇଛି l ବନ୍ଦର ର ବିଭିନ୍ନ ବିଭାଗରେ କାର୍ଯ୍ୟରତ ମହିଳା ଙ୍କ ଅତୁଳନୀୟ ଅବଦାନ, ସେମାନଙ୍କ ସମ୍ମାନ ଅକ୍ଷୁର୍ଣ୍ଣ ରଖିବା, ନାରୀ ସଶକ୍ତିକରଣ, ଲିଙ୍ଗଗତ ସମାନତା ପାରାଦୀପ ବନ୍ଦରର ପ୍ରତିବଦ୍ଧତା କୁ ଦର୍ଶାଉଛି l ଏହି ଅବସରରେ ବନ୍ଦର ଉପାଧ୍ୟକ୍ଷ ନୀଳାଭ୍ର ଦାସଗୁପ୍ତା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବନ୍ଦର ପରିଚାଳନା ଏବଂ ସମାଜର ବିଭିନ୍ନ କ୍ଷେତ୍ରରେ ମହିଳା ମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ l ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପାରାଦୀପ ବନ୍ଦର କାର୍ଯ୍ୟରତ ମହିଳା ସେଲ ର ସଚିବ ଓ ସଂଯୋଜକ କ୍ୟାପ୍ଟେନ ଏ.ସି.ସାହୁ, ଆଇସିଏସଏସଆର ର ଶ୍ରୀମତୀ ସ୍ଵର୍ଣ୍ଣମୟୀ ତ୍ରିପାଠୀ, ସମାଜସେବୀ ଶ୍ରୀମତୀ ତାପସୀ ପ୍ରହରାଜ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ମହିଳା ସଶକ୍ତିକରଣ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମ ର ବିଷୟବସ୍ତୁ ଥିଲା ‘ସମସ୍ତ ମହିଳା ଙ୍କ ଅଧିକାର, ସମାନତା, ସଶକ୍ତିକରଣ’ l ଏହି କ୍ଷର୍ଯ୍ୟକ୍ରମରେ କାର୍ଯ୍ୟରତ ମହିଳା ସେଲ ର ଅଧ୍ୟକ୍ଷା ଶ୍ରୀମତୀ ସୁସ୍ମିତା ସାମଲ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶ୍ରୀମତୀ ସୁପ୍ରିତି ବାରିକ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଅବସରରେ ନିଜ କାର୍ଯ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ବନ୍ଦର ମହିଳା ଅଧିକାରୀ ଓ କର୍ମଚାରୀ ମାନଙ୍କୁ ବନ୍ଦର ଉପାଧ୍ୟକ୍ଷ ସମ୍ବର୍ଦ୍ଧିତ କରିଥିଲେ l
