July 1, 2025
Home » ପାରାଦୀପ ବନ୍ଦର ପକ୍ଷରୁ ସାଂସ୍କୃତିକ ମହୋତ୍ସବ

ପାରାଦୀପ ବନ୍ଦର ପକ୍ଷରୁ ସାଂସ୍କୃତିକ ମହୋତ୍ସବ

0
WhatsApp Image 2025-01-04 at 7.33.45 PM (1)

ଜଗନ୍ନାଥ ଲଳିତ କଳା ସଂସଦ ପାରାଦୀପ ବନ୍ଦର ପକ୍ଷରୁ ସାଂସ୍କୃତିକ ମହୋତ୍ସବ ୨୦୨୫ ଆରମ୍ଭ ହୋଇଯାଇଛି। ଏହି ମହୋତ୍ସବ ୫ଦିନଧରି ଚାଲିବ ବୋଲି ସୂଚନା ମିଳିଛି। ପାରାଦୀପ ବନ୍ଦର ନଗରୀରେଥିବା ସମସ୍ତ ବିଦ୍ୟାଳୟର କୁନିକୁନି ପିଲାମାନଙ୍କ ଦ୍ବାରା ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସମାଜକୁ ବାର୍ତ୍ତା ଦେଲାଭଳି ନାଟକ ମଞ୍ଚସ୍ଥ ହୋଇଥିଲା।ଆଜିର ଉଦ୍ଘାଟନି ସଂନ୍ଧ୍ୟାରେ ଶ୍ରୀଅରବିନ୍ଦ ଶିକ୍ଷା କେନ୍ଦ୍ରର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ମଞ୍ଚସ୍ଥ ହୋଇଥିଲା ନାଟକ “ବିଶ୍ବାସ”।ରଚନା ନିର୍ଦ୍ଦେଶନା ଦେଇଥିଲେ ସିଦ୍ଧାର୍ଥ ସାହୁ। ମୁଖ୍ୟ ଅତିଥି ଭାବେ ପାରାଦୀପ ବନ୍ଦର ଉପ ସଂରକ୍ଷକ କପ୍ତାନ ଅଲେଖ ସାହୁ, ବନ୍ଦର ଚିକିତ୍ସାଳୟର ବରିଷ୍ଠ ଉପ ଚିକିତ୍ସା ଅଧିକାରୀ ଡାକ୍ତର ଦୁର୍ଗାପ୍ରସାଦ ସେଠୀ, ଜଗନ୍ନାଥ ଲଳିତ କଳା ସଂସଦ ର ସମ୍ପାଦକ ପ୍ରଶାନ୍ତ ମହାରଣା, ନାଟ୍ୟ ନିର୍ଦ୍ଦେଶକ ନିରଞ୍ଜନ ଗାନ୍ ଓ ଅନ୍ୟ ମାନଙ୍କ ମଧ୍ୟରେ ପ୍ରଦୀପ ସାର୍,ମିଲୁସାର,ସାନୁସାର ଉପସ୍ଥିତ ରହି ଶୁଭାରମ୍ଭ କରିଥଲେ।ମଞ୍ଚ ପରିଚାଳନା କରିଥିଲେ ହେମନ୍ତ ମାଝୀ।

Leave a Reply

Your email address will not be published. Required fields are marked *