ପାରାଦୀପ ବନ୍ଦର ମୁଖ୍ୟ ଅର୍ଥ ପରାମର୍ଶଦାତା ଡି.ଏନ.ସୋନ୍ଧୀ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ପାରାଦୀପ – ପାରାଦୀପ ବନ୍ଦର ପ୍ରାଧିକରଣ ର ମୁଖ୍ୟ ଅର୍ଥ ପରାମର୍ଶଦାତା ଡ଼ଃ. ଡି.ଏନ.ସୋନ୍ଧୀ ଙ୍କ ଚଳିତ ଜୁଲାଇ ୩୧ ତାରିଖ ରେ ଅବସର ଗ୍ରହଣ କରୁଛନ୍ତି l ଏହି ପରିପ୍ରେକ୍ଷୀରେ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଉଥିବା ବେଳେ ବୁଧବାର ଦିନ ପୂର୍ବାହ୍ନ ରେ ସ୍ଥାନୀୟ ପୋର୍ଟ ପେନସନର୍ସ ଆସୋସିଏସନ, ପାରାଦୀପ କାର୍ଯ୍ୟାଳୟ ପରିସରରେ ଆସୋସିଏସନ ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ ତାଙ୍କର ଦୀର୍ଘ ସୁସ୍ଥ ନିରାମୟ ଜୀବନ କାମନା କରାଯାଇଥିଲା l ଆସୋସିଏସନ ର ସଭାପତି ରବିନ୍ଦ୍ର କୁମାର ଦାସ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ କାର୍ଯ୍ୟକାରୀ ସଭାପତି ଗୁଣନିଧି ଚୌଧୁରୀ, ଉପସଭାପତି ଅନନ୍ତ କୁମାର ଦାସ ଓ ନିମାଇଁ ଚରଣ ରାଉତ,ସାଧାରଣ ସମ୍ପାଦକ ସୁରେଶ ଚନ୍ଦ୍ର ଦାଶ, କୋଷାଧ୍ୟକ୍ଷ ଭାବଗ୍ରାହୀ ମିଶ୍ର, କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ ଦାସ, ନିରଞ୍ଜନ ସ୍ୱାଇଁ, ମହେଶ୍ୱର ବାରିକ ପ୍ରମୁଖ ଉପସ୍ଥିତ ରହି ଅବସର ହେବାକୁ ଯାଉଥିବା ଶ୍ରୀ ସୋନ୍ଧୀ ଙ୍କୁ ଫୁଲତୋଡ଼ା ଓ ଉତ୍ତରୀୟ ପ୍ରଦାନ କରି ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ l ଏହି ସମ୍ବର୍ଦ୍ଧନା ସଭାରେ ଶ୍ରୀ ସୋନ୍ଧୀ ପାରାଦୀପ ବନ୍ଦରରେ ନିଜ କାର୍ଯ୍ୟ ର ଅଭିଜ୍ଞତା ଓ କର୍ମଚାରୀ ମାନଙ୍କ ଭଲପାଇବା ସମ୍ପର୍କରେ ନିଜର ଅନୁଭୂତି ସମ୍ପର୍କରେ ଆଲୋକପାତ କରିଥିଲେ l
ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ