ପାରାଦୀପ ବିଜେଡି ପକ୍ଷରୁ ମନ୍ଦିରରେ ଦୀପ ଦାନ ଓ ହନୁମାନ ଚାଳିଶା ପାଠ

ପାରାଦୀପ – ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ମୁଖ୍ୟ ନବୀନ ପଟନାୟକ ଅସୁସ୍ଥ ହୋଇ ମୁମ୍ବାଇ ସ୍ଥିତ ଏକ ହସ୍ପିଟାଲ ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ବେଳେ ତାଙ୍କର ଆଶୁ ଆରୋଗ୍ୟ କାମନା କରି ପାରାଦୀପ ବିଜୁ ଜନତା ଦଳ ର ସଭାପତି ତଥା ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ଙ୍କ ନେତୃତ୍ୱରେ ରବିବାର ସନ୍ଧ୍ୟାରେ ସ୍ଥାନୀୟ ହନୁମାନ ମନ୍ଦିରରେ ୧o୮ ଦୀପ ଦାନ ସହିତ ହନୁମାନ ଚାଳିଶା ପାଠ କରାଯାଇଥିଲା l ଏଥିରେ ବିଜେଡି ଯୁବ ସଭାପତି ଆଲୋକ ମହାପାତ୍ର,ପାରାଦୀପ ବିଜେଡି ର ସାଧାରଣ ସମ୍ପାଦକ ଶଙ୍କର ପ୍ରସାଦ ରାଉତ,କାର୍ଯ୍ୟକାରୀ ସଭାପତି ଉଲ୍ଲାସ ବିଶ୍ୱାଳ,ପାରିଷଦ ଅଜିତ ଷଢଙ୍ଗୀ, ସୁଶାନ୍ତ ଦାସ, ସ୍ବପ୍ନା ରାଣୀ ଜେନା, କବିତା ସାହୁ, ସରୋଜିନୀ ସାହୁ, ନବକିଶୋର ବେହେରା,ରୁନୁ ପରିଡା, ବନିତା ରାଉତ, ସୌଦାମିନୀ ସାହୁ,
ଜିଲ୍ଲା ମହିଳା ଉପସଭାନେତ୍ରୀ ଚପଳା ସ୍ୱାଇଁ, ପାରାଦୀପ ବିଜେଡି ମହିଳା ଉପସଭାନେତ୍ରୀ ନଳିନୀ ପ୍ରଭା ସାହୁ, ନାରୀନେତ୍ରୀ ଭାରତୀ ସାମନ୍ତରାୟ, ରେଖା ପରିଜା,ସତ୍ୟବାଦୀ ସ୍ୱାଇଁ, ଦିବ୍ୟଜ୍ୟୋତି ଲେଙ୍କା,ଆସନ୍ତ ପରିଡା, ବିଭୁତି ମହାରଣା,ରଞ୍ଜନ ସାହୁ,ସମୀର ସାହୁ,ଅନନ୍ତ ଜେନା, ତପନ ନାୟକ, ଚକ୍ରଧର ପରିଡା,ମନୋରଞ୍ଜନ ବାରିକ, କମଳ ଦାସ, ଅଟଳ ପରିଡା, ପପୁନି ପରିଡା,ବାବୁ ମଲିକ,ମନୋଜ ମଣ୍ଡଳ, ସୁବ୍ରତ ବଳ ପ୍ରମୁଖ ଙ୍କ ସମେତ ଶତାଧିକ ବିଜେଡି କାର୍ଯ୍ୟକର୍ତ୍ତା ଓ କର୍ମୀ ଉପସ୍ଥିତ ହୋଇ ଦଳର ସର୍ବୋଚ୍ଚ ନେତା ନବୀନ ପଟନାୟକ ଙ୍କ ଆଶୁ ଆରୋଗ୍ୟ କାମନା କରି ତାଙ୍କର ଦୀର୍ଘ, ସୁସ୍ଥ ଓ ନିରାମୟ ଜୀବନ ନିମନ୍ତେ ପ୍ରାର୍ଥନା କରିଥିଲେ l
ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ