July 16, 2025
Home » ପାରାଦୀପ ମହାବିଦ୍ୟାଳୟ ଏନସିସି କ୍ୟାଡେଟ ଓ ପୁରାତନ ଛାତ୍ର ସଙ୍ଘ ର ସେବା କାର୍ଯ୍ୟ

ପାରାଦୀପ ମହାବିଦ୍ୟାଳୟ ଏନସିସି କ୍ୟାଡେଟ ଓ ପୁରାତନ ଛାତ୍ର ସଙ୍ଘ ର ସେବା କାର୍ଯ୍ୟ

0
WhatsApp Image 2025-07-07 at 7.57.01 PM

ପାରାଦୀପ – ପବିତ୍ର ବାହୁଡା ଯାତ୍ରା ଅବସରରେ, ପାରାଦୀପ କଲେଜ ଏନ.ସି.ସି.କ୍ୟାଡେଟ ଏବଂ ଏନ.ସି.ସି. ପୁରୁନା ଛାତ୍ର ସଂଘ ର ମିଳିତ ଆନୁକୂଲ୍ୟରେ ଭଗବାନ ଶ୍ରୀଜଗନ୍ନାଥଙ୍କ ଭକ୍ତମାନଙ୍କ ପାଇଁ ଦହିପଣି ସେବା ପ୍ରଦାନ କରିବାର ଦୀର୍ଘଦିନିଆ ପ୍ରଥାକୁ ଚାଲୁ ରଖିଛନ୍ତି l ଦୀର୍ଘ ୨୩ ବର୍ଷର ଏହି କାର୍ଯ୍ୟକ୍ରମକୁ ଭାରତୀୟ ତଟ ରକ୍ଷୀ ବାହିନୀ ର ଡେପୁଟି କମାଣ୍ଡାଣ୍ଟ ରୋହିତ୍ ଗୋଏଲ ଫିତା କାଟି ଏହି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। ଏଥିରେ ଏଏନଓ ଲେଫ୍‌ଟେନାଣ୍ଟ କମାଣ୍ଡର ଅକ୍ଷୟ ଚନ୍ଦ୍ର ମିଶ୍ର,,ଏନସିସି ପୁରାତନ ଛାତ୍ର ସଙ୍ଘ ର ଅଧ୍ୟକ୍ଷ ଅମ୍ବିକା ପ୍ରସାଦ ମହାପାତ୍ର, ଯୁଗ୍ମ ସମ୍ପାଦକ ଏନ.ସିମାଞ୍ଚଳମ୍, କୋଷାଧ୍ୟକ୍ଷ ଧର୍ମପଦ ବାଡୋଇ ଓ ସହ ସମ୍ପାଦକ – ନିଳିମା ପ୍ରିୟଦର୍ଶିନୀ, ହରପ୍ରିୟା ପଟ୍ଟନାୟକ, ପ୍ରିୟଙ୍କା ମଣ୍ଡଳ, ହୃଦାନନ୍ଦ ନାଥଶର୍ମା, ଲିପୁନା ବାରିକ, ରଞ୍ଜନ ମଲିକ, ପିକୁନ ସେନାପତି, ସାଇ ସତ୍ୟମ୍ ମହାପାତ୍ର, ବିଜୟ ଘଡ଼େଇ ଏବଂ ସଦସ୍ୟ ଶ୍ରେୟାଂଶ, ରାହୁଲ, ପି.ଚନ୍ଦୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳତାର ସହ ପରିଚାଳନା କରିଥିଲେ l ଏହି ସେବା କାର୍ଯ୍ୟକ୍ରମରେ ୪୨ ଜଣ ଏନସିସି କ୍ୟାଡେଟ୍ ଏବଂ ୨୦ ଜଣ ପୁରାତନ ଛାତ୍ର ସଙ୍ଘ ର ସଦସ୍ୟ ହଜାର ହଜାର ଭକ୍ତଙ୍କୁ ଦହିପାଣି ବଣ୍ଟନ କରିଥିଲେ। ବିଶେଷତଃ, ଏହି କାର୍ଯ୍ୟକ୍ରମରେ ସିଙ୍ଗଲ୍-ୟୁଜ୍ ପ୍ଲାଷ୍ଟିକ୍ ଗ୍ଲାସ୍ ବ୍ୟବହାରକୁ ପରିତ୍ୟାଗ କରାଯାଇ, ପରିବେଶ-ସହଯୋଗୀ ବିକଳ୍ପ ବ୍ୟବସ୍ଥା ଅବଲମ୍ବନ କରାଯାଇଥିଲା।

paradeep ru prasant das nka report epa news

Leave a Reply

Your email address will not be published. Required fields are marked *