ପାରାଦୀପ ରିଫାଇନାରୀ ପରିସରରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ
ପାରାଦୀପ : ପାରାଦୀପ ରିଫାଇନାରୀ ପରିସରରେ ୭୭ତମ ସାଧାରଣତନ୍ତ୍ର ଦିବସ ଉତ୍ସାହ ଓ ଉଦ୍ଦିପନାର ସହିତ ପାଳିତ ହୋଇଯାଇଛି । ଏହି ଅବସରରେ ରିଫାଇନାରୀ ଟାଉନସିପ୍ ପରିସରରେ ଥିବା ନେତାଜୀ ସୁବାଷ ଚନ୍ଦ୍ର ବୋଷ ଷ୍ଟାଡିୟମ୍ରେ ଆୟୋଜିତ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତୋଳନ କରିଥିଲେ କାର୍ଯ୍ୟକାରୀ ନିର୍ଦ୍ଦେଶକ ତଥା ରିଫାଇନାରୀ ପ୍ରମୁଖ କୌଶିକ ବସୁ ।

ସମ୍ବିଧାନ ପ୍ରଣୟନରେ ପ୍ରମୁଖ ଭୂମିକା ନେଇଥିବା ମହାନ ବ୍ୟକ୍ତି ଏବଂ ସ୍ୱାଧୀନତା ଆନ୍ଦୋଳନରେ ଦେଶମାତୃତ୍ୱ ପାଇଁ ଉତ୍ସର୍ଗ ବ୍ୟକ୍ତିମାନଙ୍କୁ ଶ୍ରଦ୍ଧାଂଜଳି ଅର୍ପଣ କରିଥଲେ ଶ୍ରୀ ବସୁ । ପାରାଦୀପ ରିଫାଇନାରୀ

ଏହି ଅଂଚଳର ଅଭିବୃଦ୍ଧି ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଉଥିବା କହିବା ସହିତ ଶ୍ରୀ ବସୁ ରିଫାଇନାରୀ ପରିସରରେ ନୂତନ ପ୍ରକଳ୍ପ ଗୁଡିକ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । ଏହି ଅବସରରେ ୨୦ଗୋଟି ପରିବେଶ ଅନୂକୁଳ ପରିବହନ ପାଇଁ ଇ-ରିକ୍ସା ପ୍ରଦାନ କରାଯାଇ ଥିଲା । ପ୍ରାଥମିକ ସ୍ୱାସ୍ଥ୍ୟସେବା ନିମନ୍ତେ ଇଣ୍ଡିଆନ୍ ଅଏଲ୍ ଆରୋଗ୍ୟମ ଯୋଜନା ଅଧୀନରେ ଚାରିଗୋଟି ମୋବାଇଲ୍ ମେଡିକାଲ୍ ୟୁନିଟ୍ର ଶୁଭାରମ୍ଭ ହୋଇଥିଲା । ଶେଷରେ ଡିପିଏସ୍ ପାରାଦ୍ୱୀପର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା।
Paradeep ru prasanta Dash nka report epa news
