January 15, 2025
Home » ପାରାଦୀପ ରେ ଉତ୍ସାହ ଉଦ୍ଦୀପନା ସହ ୭୮ ତମ ସ୍ୱାଧୀନତା ଦିବସ ପାଳିତ 

ପାରାଦୀପ ରେ ଉତ୍ସାହ ଉଦ୍ଦୀପନା ସହ ୭୮ ତମ ସ୍ୱାଧୀନତା ଦିବସ ପାଳିତ 

0

 

ପାରାଦୀପ – ବନ୍ଦର ସହର ପାରାଦୀପ ରେ ୭୮ ତମ ସ୍ୱାଧୀନତା ଦିବସ ଅଗଷ୍ଟ ୧୫ ତାରିଖ ଗୁରୁବାର ଦିନ ଉତ୍ସାହ ଓ ଉଦ୍ଦୀପନା ସହ ପାଳିତ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ ପାରାଦୀପ ବନ୍ଦର ପ୍ରାଧିକରଣ ପକ୍ଷରୁ ସ୍ଥାନୀୟ ଗୋପବନ୍ଧୁ ଷ୍ଟାଡିୟମ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବନ୍ଦର ଅଧ୍ୟକ୍ଷ ପି.ଏଲ.ହରନାଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ସାମୁହିକ ପରେଡ ରେ ଅଭିବାଦନ ଗ୍ରହଣ କରିଥିଲେ l ଏହି ଅବସରରେ ବନ୍ଦର ଅଧ୍ୟକ୍ଷ ଶ୍ରୀ ହରନାଦ ନିଜ ବକ୍ତବ୍ୟରେ ପଣ୍ୟ କାରବାରରେ ପାରାଦୀପ ବନ୍ଦର ଅଭିବୃଦ୍ଧି ଏବଂ ଏହାର ଆନୁସଙ୍ଗିକ ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ l ଏତଦବ୍ୟତୀତ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତି ସ୍କୁଲ ଛାତ୍ରଛାତ୍ରୀ, ବନ୍ଦର ର ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଙ୍କୁ ବନ୍ଦରାଧ୍ୟକ୍ଷ ପୁରସ୍କୃତ କରିବା ସହିତ ପରେଡ ରେ ଭାଗ ନେଇଥିବା ପ୍ରଥମ ଓ ଦ୍ଵିତୀୟ ବିଜେତା ଙ୍କୁ ଟ୍ରଫି ପ୍ରଦାନ କରିଥିଲେ l ସେହିପରି ଉତ୍ତମ ସେବା ପାଇଁ ରାଷ୍ଟ୍ରପତି ଙ୍କ ଦ୍ୱାରା ପୋଲିସ ମେଡାଲ ପାଇଥିବା ଅଗ୍ନିଶମ ବିଭାଗର ଏଏସଆଇ ଏଚ.ଏଚ.ଦାସ ଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା l ଏହି ଅବସରରେ ଦେଶାତ୍ମକ କବିତା ପାଠ,ପ୍ରଦର୍ଶନୀ ଫୁଟବଲ ମ୍ୟାଚ, ଆନ୍ତଃ ବିଦ୍ୟାଳୟ ନୃତ୍ୟ ପ୍ରତିଯୋଗିତା ଇତ୍ୟାଦି ଅନୁଷ୍ଠିତ ହୋଇଥିଲା l ଏଥିରେ କୃତି ପ୍ରତିଯୋଗୀ ଙ୍କୁ ବନ୍ଦର ଉପାଧ୍ୟକ୍ଷ ନୀଳାଭ୍ର ଦାସଗୁପ୍ତା ପୁରସ୍କୃତ କରିଥିଲେ l
ସେହିପରି ବିଭିନ୍ନ ଅନୁଷ୍ଠାନ ଓ ସଂଗଠନ ପକ୍ଷରୁ ସ୍ୱାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇଥିଲା l ପାରାଦୀପ କାର୍ଯ୍ୟରତ ସାମ୍ବାଦିକ ଓ ଖବରକାଗଜ ବିତରକ ସଙ୍ଘ ପକ୍ଷରୁ ଥାନା ନିକଟସ୍ଥ ପ୍ରେସ ଛକ ଠାରେ ଆୟୋଜିତ ସ୍ୱାଧୀନତା ଦିବସ ପାଳନ କାର୍ଯ୍ୟକ୍ରମରେ ବିତରକ ସଂଘର ସଭାପତି ପ୍ରଦୀପ କୁମାର ଜେନା ଜାତୀୟ ପତାକା ଉତ୍ତୋଳନ କରିଥିଲେ l ଏହି ଅବସରରେ ଉପସ୍ଥିତ ସମସ୍ତ ସାମ୍ବାଦିକ ଓ ବିତରକ ସଂଘର ସଦସ୍ୟ ମାନେ ଜାତୀୟ ସଂଗୀତ ଗାନ କରିଥିଲେ l ସେହିପରି ପାରାଦୀପ ପୋର୍ଟ ମଜଦୁର ସଙ୍ଘ କାର୍ଯ୍ୟାଳୟ ପରିସରରେ ସଭାପତି ପ୍ରକାଶ ତ୍ରିପାଠୀ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଭାରତୀୟ ବନ୍ଦର ମଜଦୁର ସଙ୍ଘ କାର୍ଯ୍ୟାଳୟରେ ସଭାପତି ରାକେଶ ପଟ୍ଟନାୟକ, ପାରାଦୀପ ପୋର୍ଟ ବଣିକ ସଂଘରେ ସଭାପତି ସନ୍ତୋଷ ପଟ୍ଟନାୟକ, ଅଠରବାଙ୍କି ସ୍ଥିତ ବିଜୁ ପଟନାୟକ ପ୍ରତିମୂର୍ତ୍ତୀ ଏବଂ ପୌର ପ୍ରଶାସନିକ ଭବନ ଠାରେ ପାରାଦୀପ ବିଜେଡି ଦଳ ସଭାପତି ତଥା ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ଷଣ୍ଡକୁଦ ସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ ସଭାପତି ସୁବ୍ରତ ପ୍ରଧାନ ଏବଂ କଂଗ୍ରେସ ନେତା ନିରଞ୍ଜନ ନାୟକ ପତାକା ଉତ୍ତୋଳନ କରିଥିଲେ l ସେହିପରି ନୂଆବଜାର ସ୍ଥିତ ବିଜେଡି କାର୍ଯ୍ୟାଳୟ ପରିସରରେ ଜିଲ୍ଲା ଉପସଭାପତି କୁମରବର ନାୟକ, ପାରାଦୀପ ମହାବିଦ୍ୟାଳୟ ପରିସରରେ କଲେଜ ଅଧ୍ୟକ୍ଷା ଡ଼ଃ. ସସ୍ମିତା ଶତପଥୀ ଏବଂ ଅଞ୍ଚଳରେ ଥିବା ବିଭିନ୍ନ ବିଦ୍ୟାଳୟ, ଅନୁଷ୍ଠାନ ଓ ସଂଗଠନ ପକ୍ଷରୁ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା l

Leave a Reply

Your email address will not be published. Required fields are marked *