July 1, 2025
Home » ପାରାଦୀପ ରେ ପ୍ରେସିଡେଣ୍ଟ କପ ଗଲ୍ଫ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ପାରାଦୀପ ରେ ପ୍ରେସିଡେଣ୍ଟ କପ ଗଲ୍ଫ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

0
WhatsApp Image 2025-05-12 at 7.57.06 PM

ପାରାଦୀପ – ପାରାଦୀପ ଗଲ୍ଫ ପଡିଆ ଠାରେ ରବିବାର ଦିନ ଏକ ଦିନିକିଆ ପ୍ରେସିଡେଣ୍ଟ କପ ଗଲ୍ଫ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି l ପାରାଦୀପ ଗଲ୍ଫ କ୍ଲବ ଦ୍ୱାରା ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ହାଣ୍ଡିକ୍ୟାପ o-୧୮ ବର୍ଗରେ ଓସ୍କାର ଡୁଙ୍ଗଡୁଙ୍ଗ ଚମ୍ପିୟନ ହୋଇଥିବା ବେଳେ ରଞ୍ଜିତ କୁମାର ବୋମାଲୀ ବେଷ୍ଟ କ୍ରସର ଓ ଦୀପକ କୁମାର ଷଢଙ୍ଗୀ ରନର୍ସଅପ ହୋଇଥିଲେ l ୧୯-୨୪ ବର୍ଗରେ ନୀଳାଭ୍ର ଦାସଗୁପ୍ତା ଚମିୟନ, ସୁବାସ ଆଚାର୍ଯ୍ୟ ରନର୍ସଅପ,ଲଙ୍ଗେଷ୍ଟ ଡ୍ରାଇଭ ରେ ଧର୍ମେନ୍ଦ୍ର ମିଶ୍ର ଓ ନିଅରେଷ୍ଟ ଟୁ ପିନ ରେ ବବଲୁ ସିକଦାର ବିଜେତା ହୋଇଥିଲେ l

ସେହିପରି ମହିଳା ପୁଟିଙ୍ଗ ବିଭାଗରେ ମିସ ସାଗରିକା ଗୋପ ଚମ୍ପିୟନ,ପ୍ରଥମ ରନର୍ସଅପ ଭାବେ ଶ୍ରୀମତୀ ମଧୁସ୍ମିତା ସେଠୀ ଓ ଦ୍ଵିତୀୟ ରନର୍ସଅପ ଭାବେ ଅମ୍ବାରିକା ସୁତାର ବିଜୟୀ ହୋଇଥିଲେ l ଏହି ଅବସରରେ ପାରାଦୀପ ବନ୍ଦର ଅଧ୍ୟକ୍ଷ ପି.ଏଲ.ହରନାଦ ମୁଖ୍ୟ ଅତିଥି ଏବଂ ଉପାଧ୍ୟକ୍ଷ ନୀଳାଭ୍ର ଦାସଗୁପ୍ତା ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଜେତା ଖେଳାଳି ମାନଙ୍କୁ ଟ୍ରଫି ଓ ପୁରସ୍କାର ପ୍ରଦାନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ବନ୍ଦର ସିଏମଇ ସୁଶୀଲ ଚନ୍ଦ୍ର ନାହାକ, ଡେପୁଟି ସିଏମଇ ମଣିପୁଷ୍ପକ ସେଠୀ, ଡେପୁଟି ସିଇଇ ଚନ୍ଦନ ପାଣିଗ୍ରାହୀ,କୋଷ୍ଟଗାର୍ଡ ଡିଆଇଜି ସଞ୍ଜୟ ନେଗୀ, ସିଆଇଏସଏଫ କମାଣ୍ଡାଣ୍ଟ ସନତ ପଟେଲ,କେଆଇସିଟି କମ୍ପାନୀ ସିଇଓ ସୁଧିର ମୁଲଗଡା ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ l ଏହି ଟୁର୍ଣ୍ଣାମେଣ୍ଟ କୁ ପାରାଦୀପ ଗଲ୍ଫ କ୍ଲବ ର ସଭାପତି ତଥା ବନ୍ଦର ମୁଖ୍ୟ ଅର୍ଥ ପରାମର୍ଶଦାତା ଧର୍ମେନ୍ଦ୍ର ନାଥ ସୋନ୍ଧୀ, କ୍ଲବ ର କାର୍ଯ୍ୟକାରୀ ସଭାପତି ବବଲୁ ସିକଦାର, ଅଧିନାୟକ ଅକ୍ଷୟ ଚନ୍ଦ୍ର ସୁତାର, ଗୋପବନ୍ଧୁ କ୍ରୀଡା ସଂସଦ ର କାର୍ଯ୍ୟକାରୀ ସଭାପତି ଡା.ଦୁର୍ଗା ପ୍ରସାଦ ସେଠୀ ଓ ଉପସଭାପତି ସୁବାସ ଆଚାର୍ଯ୍ୟ ପ୍ରମୁଖ ସଫଳତାର ସହ ପରିଚାଳନା କରିଥିଲେ l

Leave a Reply

Your email address will not be published. Required fields are marked *