July 2, 2025
Home » ପାରାଦୀପ ରେ ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ

ପାରାଦୀପ ରେ ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ

0
WhatsApp Image 2025-04-08 at 11.53.19 PM

ପାରାଦୀପ,(ଉତ୍କଳ ସମାଜ): ସୋମାବାର ଦିନ ବିଶ୍ଵ ସ୍ଵାସ୍ଥ୍ୟ ଦିବସ ଉପଲକ୍ଷେ ସ୍ଥାନୀୟ ଶ୍ରୀ ସାଇ ହସ୍ପିଟାଲ ଆନୁକୁଲ୍ୟରେ ପୋର୍ଟ କ୍ଲବ ମହିଳା କକ୍ଷ ପକ୍ଷରୁ ଏକ ମେଗା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ପୋର୍ଟ କ୍ଲବ ପରିସରରେ ଅନୁଷ୍ଠିତ ହୋଇ ଯାଇଛି ।ମୁଖ୍ୟ ଅତିଥି ଭାବେ ପାରାଦୀପ ବନ୍ଦର ପ୍ରାଧିକରଣ ହସ୍ପିଟାଲ ର ମୁଖ୍ୟ ଚିକତ୍ସାଧିକାରୀ ଶ୍ରୀ ବି ବି ଦାସ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।ଶ୍ରୀ ସାଇ ହସ୍ପିଟାଲ ର ଅଭିଜ୍ଞ ଚିକିତ୍ସକ ମାନଙ୍କ ଦ୍ଵାରା ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏଥିରେ ମୁଖ୍ୟତଃ ସ୍ତ୍ରୀ ଓ ପ୍ରସୂତି ବିଭାଗ,ଦାନ୍ତ ବିଭାଗ,ଭେଷଜ ବିଭାଗ ଏବଂ ଡାଇବେଟିସ ପ୍ରଭୃତି ଲୋକମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହିତ ଉଚିତ ମାର୍ଗ ଦର୍ଶନ ଦିଆଯାଇଥିଲା ।

ଏହି ଶିବିରରେ ମୋଟ୍ ୧୬୨ ଜଣ ଲୋକ ଙ୍କୁ ଚିକିତ୍ସା କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ପୋର୍ଟ କ୍ଲବ ମହିଳା କକ୍ଷର ସମସ୍ତ ସଭ୍ୟା ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।ଆଗକୁ ଏଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି ମହିଳା କକ୍ଷର ସଭାନେତ୍ରୀ କବିତା ସାହୁ ଏବଂ ସମ୍ପାଦିକା ଦୀପିକା ବାସନ୍ତିଆ ପ୍ରକାଶ କରିଛନ୍ତି ।ପୋର୍ଟ କ୍ଲବ ମହିଳା କକ୍ଷର ଏହିଭଳି ମହତ କାର୍ଯ୍ୟକ୍ରମର ପ୍ରୟାସ କୁ ସାଧାରଣରେ ପ୍ରଶଂସା କରାଯାଇଛି ।

ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *