ପାରାଦୀପ ଶାରଳା ମନ୍ଦିର ସୁପରିଚାଳନା ପାଇଁ ନୂତନ ପରିଚାଳନା କମିଟି ଗଠିତ

ପାରାଦୀପ – ପାରାଦୀପ ର ବଡ଼ପଡ଼ିଆ ବସଷ୍ଟାଣ୍ଡ ନିକଟସ୍ଥ ମା ଶାରଳା ମନ୍ଦିର ର ନୂତନ ପରିଚାଳନା କମିଟି ରବିବାର ଦିନ ଗଠିତ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ ମନ୍ଦିର ପରିଚାଳନା କମିଟିର ବରିଷ୍ଠ ସଦସ୍ୟ ଅନ୍ତର୍ଯ୍ୟାମୀ ସାହୁ ଙ୍କ ଆବାହକତ୍ୱ ଓ ହରେକୃଷ୍ଣ ପ୍ରଧାନ ଙ୍କ ସଭାପତିତ୍ୱରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା l ମନ୍ଦିର ସୁପରିଚାଳନା ପାଇଁ ସର୍ବସମ୍ମତି କ୍ରମେ ନୂତନ ମନ୍ଦିର ପରିଚାଳନା କମିଟି ଗଠନ କରାଯାଇଥିଲା l ଏଥିରେ ସଭାପତି ଭାବେ ଅମରେଶ ରାଉତରାୟ, ଉପସଭାପତି ଭାବେ ଅରୁଣ କୁମାର ଲେଙ୍କା, ମନୋଜ ମହାନ୍ତି, ସାଧାରଣ ସମ୍ପାଦକ ଭାବେ ସରୋଜ କୁମାର ନାଥ, ସହ ସମ୍ପାଦକ ରଞ୍ଜିତ କୁମାର ସାହୁ, କୋଷାଧ୍ୟକ୍ଷ ସବ୍ୟସାଚୀ ମହାପାତ୍ର ମନୋନୀତ ହୋଇଥିବା ବେଳେ କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ଆଇନଜୀବୀ ସଞ୍ଜୟ କୁମାର ମିଶ୍ର, ମାନସ ବିଶ୍ୱାଳ, ନିରଞ୍ଜନ ପାତ୍ର, କୃଷ୍ଣ ଚରଣ ବିଶ୍ୱାଳ, ତାପସ ପରିଜା, ରତ୍ନାକର ସ୍ୱାଇଁ ଓ ଧୂଳେଶ୍ୱର ମଲ୍ଲିକ ମନୋନୀତ ହୋଇଛନ୍ତି l
ଏହି ବୈଠକ ରେ ଉପଦେଷ୍ଟା ଅନ୍ତର୍ଯ୍ୟାମୀ ସାହୁ, ପ୍ରହଲ୍ଲାଦ ସାହୁ, ନରେନ୍ଦ୍ର ପରିଡା, ଗଗନ ବିହାରୀ ସାହୁ, ବରିଷ୍ଠ ସଦସ୍ୟ ଆଇନଜୀବୀ କୈଳାସ ଚନ୍ଦ୍ର ସାହୁ, ଶଶାଙ୍କ ଶେଖର ଆଚାର୍ଯ୍ୟ, ଅୟସକାନ୍ତ ସାମଲ, ପ୍ରଭାସ କୁମାର ଦାସ, ସଦାନନ୍ଦ ମଲ୍ଲିକ, ସନ୍ତୋଷ ଭାରତୀ, ମୁରଲୀଧର ବେହେରା ପ୍ରମୁଖ ଉପସ୍ଥିତ ରହି ମନ୍ଦିର ପରିଚାଳନା ରେ ସୁଧାର ଆଣିବା ସହିତ ମନ୍ଦିରର ନୀତିକାନ୍ତି ଆଦି ସମ୍ପର୍କରେ ବିଷଦ ଆଲୋଚନା କରିଥିଲେ l ସୂଚନାଥାଉକି ଏହି ଶାରଳା ମନ୍ଦିର ପରିଚାଳନା କମିଟି ଉଦୟବଟ ଧାମ ରେ ଥିବା ଜଗନ୍ନାଥ ମନ୍ଦିରର ମଧ୍ୟ ପରିଚାଳନା କରିଥାଏ, ଯାହାକି ଶାରଳା ମନ୍ଦିର ପ୍ରତିଷ୍ଠାତା ବାବା ସର୍ବେଶ୍ୱର ଦାସ ଙ୍କ ନିର୍ଦ୍ଦେଶରେ ଆରମ୍ଭ ହୋଇଥିଲା l
ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ