ପାରାଦ୍ଵୀପ ବନ୍ଦର ସାଂସ୍କୃତିକ ମହୋତ୍ସବ 2024ର ଚତୁର୍ଥ ସନ୍ଧ୍ୟା – ଇଞ୍ଜିନିୟରିଂ ବିଭାଗର ନାଟକ ହରିବୋଲ ମଞ୍ଚସ୍ଥ ।
ପାରାଦ୍ଵୀପ ବନ୍ଦର ଜଗନ୍ନାଥ ଲଳିତ କଳା ସଂସଦ ଆନୁକୁଲ୍ୟରେ ଆୟୋଜିତ ସାଂସ୍କୃତିକ ମହୋତ୍ସବ 2024ର ଚତୁର୍ଥ ସନ୍ଧ୍ୟାରେ ବନ୍ଦର ଇଞ୍ଜିନିୟରିଂ ବିଭାଗର କର୍ମଚାରୀ ମାନେ ମଳୟ ରାଉତଙ୍କ ରଚିତ ଓ ନିର୍ଦ୍ଦେଶନାରେ ଜୟଦେବ ସଦନ ଠାରେ ମଞ୍ଚସ୍ଥ କରିଥିଲେ ନାଟକ ହରିବୋଲ । ନାଟକରେ ବନ୍ଦର ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ଯନ୍ତ୍ରୀ ହିମାଂଶୁ ରାଉତ, ସୁଶାନ୍ତ ସେଠୀ, ଗଙ୍ଗାଧର ସେଠୀ, ସଂଗ୍ରାମ ସାମଲ, ଅନ୍ନଦା ମିଶ୍ର, ମୁକେଶ ପିଙ୍ଗୁଆ, ତପନ କିଶନ, ଅଜୟ ବେହେରା, ମନୋଜ ମାଲିଆ, ରତ୍ନାକର ସାହୁ, ପ୍ରିୟଙ୍କା ମହନ୍ତ, ସ୍ବପ୍ନ ବିଯଇନୀ , ପ୍ରେମ ରଞ୍ଜନ ଶତପଥୀ , ପ୍ରଦୀପ ନାୟକ ଆଦି କଳାକାର ମାନେ ଅଭିନୟ କରିଥିଲେ । ମଣିଷ ଏକ ସାମାଜିକ ପ୍ରାଣୀ ଓ ସମାଜରେ ରହିବାକୁ ଭଲ ପାଏ। ବାପା ମାଆଙ୍କୁ ଭକ୍ତି କରେ । ଈଶ୍ୱରଙ୍କୁ ପୂଜା କରେ। କିନ୍ତୁ ବେଳେବେଳେ କିଛି ପାଖଣ୍ଡ ଛଦ୍ମବେଶୀ ନିଜକୁ ଈଶ୍ବରଙ୍କ ଅବତାର କହି ଧର୍ମଭିରୁ ମଣିଷ ମାନଙ୍କୁ ଶିକାର କରନ୍ତି । ଜାହାପାଇଁ ପରିବାର ଓ ସମାଜ କ୍ଷତିଗ୍ରସ୍ତ ହୁଏ । ଭୁଶୁଡ଼ି ଯାଏ ବାପା-ମା, ଭାଇ- ଭଉଣୀ, ସ୍ବାମୀ-ସ୍ତ୍ରୀ ଆଉ ବନ୍ଧୁତାର ଅମୂଲ୍ୟ ସମ୍ପର୍କ । ଉଜୁଡ଼ି ଯାଏ ପରିବାର । ପୁଅ-ବୋହୂ ମାନେ ସଂସ୍କାରହିନ ହୋଇ ହରେଇ ବସନ୍ତି ସାମାଜିକ ଦାୟିତ୍ଵ ଓ କର୍ତ୍ତବ୍ୟ । ମରିଯାଏ ମାନବିକତା । ଫଳସ୍ଵରୂପ ବଢିଯାଏ ବୃଦ୍ଧାଶ୍ରମର ସଂଖ୍ୟା । ହେ ମଣିଷ, ସାବଧାନ । ସଚେତନ ନ ହେଲେ ମହଙ୍ଗା ପଡ଼ିବ ସମ୍ପର୍କ । ଅବକ୍ଷୟଗାମୀ ସାଂପ୍ରତିକ ସମାଜକୁ ସଜାଡ଼ିବା ଓ ସଙ୍ଗଠିତ କରିବା ଦିଗରେ ନାଟକ ହରିବୋଲ । କଳାକାର ମାନଙ୍କ ନିଖୁଣ ଅଭିନୟ ଅନେକ ସମୟ ଧରି ଦର୍ଶକ ମାନଙ୍କୁ ପ୍ରେକ୍ଷାଳୟ ଭିତରେ ବାନ୍ଧି ରଖିଥିଲା ।
paradeep ru prasant das nka report