November 13, 2025
Home » ପାରା ଲିଗାଲ ସ୍ବେଛାସେବୀଙ୍କ ତାଲିମ ଶିବିର

ପାରା ଲିଗାଲ ସ୍ବେଛାସେବୀଙ୍କ ତାଲିମ ଶିବିର

0
WhatsApp Image 2025-04-21 at 7.35.29 PM

ଜିଲ୍ଲା ଆଇନ ସେବା ପ୍ରାଧିକରଣ, କୋରାପୁଟ-ଜୟପୁର ଆନୁକୂଲ୍ୟରେ ଆଜି ବିକଳ୍ପ ବିବାଦ ସମାଧାନ କେନ୍ଦ୍ର ସଭାଗୣହରେ ୟପୁର ଠାରେ କୋରାପୁଟ ଜିଲ୍ଲା ରେ କାର୍ଯ୍ୟ ରତ ପାରା ଲିଗାଲ ସ୍ବେଛାସେବୀ ମାନଙ୍କୁ ନେଇ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ କୋରାପୁଟ ଜିଲ୍ଲା ରେ ରହିଥିବା ବିଚ଼ାରଳୟ ବିଭାଗ ଯଥା କୋରାପୁଟ, ଲକ୍ଷ୍ମୀପୁର, ସେମିଲିଗୁଡା, ଦଶମନ୍ତପୁର, ବୋରିଗୁମ୍ମା, ଜୟପୁର, କୋଟପାଡ଼ ସମସ୍ତ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଏବଂ ତାଲୁକା ଆଇନ ସେବା କମିଟି ମାଧ୍ୟମରେ କାମକରୁଥିବା ପାରା ଲିଗାଲ ସ୍ବେଛାସେବୀ ମାନଙ୍କୁ ବିଭିନ୍ନ ପ୍ରକାର ଆଇନ ଗତ ସମସ୍ୟା ସହିତ ତାଙ୍କର ଭୂମିକା କ’ଣ ରହିଛି ଏବଂ ସେମାନେ କିପରି ଜନସାଧାରଣ ମାନଙ୍କ ପାଖକୁ ଆଇନ ଗତ ସହାୟତା ପହଞ୍ଚାଇ ପାରିବେ ଏବଂ ଜଣେ ଅନ୍ୟ ଜଣଙ୍କ ପାଇଁ ସ୍ବେଛାସେବୀ ହିସାବରେ ସାହାଯ୍ୟ କରିବେ। ତାହା ବାବଦରେ ତାଲିମ ପ୍ରଦାନ କରାଯାଇଥିଲା। ତା ବ୍ୟତୀତ ଭାରତୀୟ ସମ୍ଭିଧାନ ରେ ରହିଥିବା କିଛି ଆଇନ ଉପରେ ଆଲୋଚନା କରାଯାଇଥିଲା ଯଥା: ଜୀବନ ଧରଣର ଅଧିକାର, ପ୍ରାଥମିକ ଶିକ୍ଷା ଅଧିକାର, ଏଫ୍. ଆଇ. ଆର୍, ଗିରଫ ସମ୍ପର୍କିତ, ବାଲ୍ୟ ବିବାହ, ପ୍ରାକ୍ ମକଦ୍ଦମା, ଶିଶୁ ଶ୍ରମିକ, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଆଇନ ସମ୍ପର୍କିତ ବିଷୟରେ ପାରା ଲିଗାଲ ସ୍ବେଛାସେବୀ ମାନଙ୍କୁ ତାଲିମ ଶିବିରରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଜଜ୍ ଶ୍ରୀ ପ୍ରଦୀପ କୁମାର ମହନ୍ତ କହିଥିଲେ। ଅନ୍ୟ ଅତିଥି ତଥା ତାଲିମ ପରାମର୍ଶ ଦାତ୍ତାଙ୍କ ମଧ୍ୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ତଥା ବିଚ଼ାରପତି ଶ୍ରୀ ସୁମନ ଜେନା, ଡେପୁଟି ଲିଗାଲ ଏଡ୍ ଡିଫେନ୍ସ କାଉନସେଲ ଶ୍ରୀ କେ. ଦିବାକର ରାଓ ଏବଂ ଶ୍ରୀ ହରିଶ୍ଚନ୍ଦ୍ର ମୁଦୁଲି ଏବଂ ସମ୍ମୁଖ କାର୍ଯ୍ୟାଳୟ ରିଟେନର୍ ତଥା ଆଇନଜୀବୀ ଶ୍ରୀ ଦିବାକର ଗୈାଡ଼ ଯୋଗ ଦେଇ ଉପସ୍ଥିତ ପାରା ଲିଗାଲ ସ୍ବେଛାସେବୀ ମାନଙ୍କୁ ବିଭିନ୍ନ ଆଇନ ବିଷୟରେ ତାଲିମ ପ୍ରଦାନ କରିଥିଲେ। ତାଲିମ ଶିବିର ଟିକୁ ପରିଚାଳନା କରିଥିଲେ ଶ୍ରୀ ଦେବେନ୍ଦର କହଁର।
ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *