ପାରୀକ୍ଷିତି ପଞ୍ଚାୟତରେ ପେସା ଆଇନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ରାମନାଗୁଡା:-୨୪-୧୨-୨୦୨୪-ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ପାରୀକ୍ଷିତି ପଞ୍ଚାୟତ ସଦ୍ଭାବନା ଗୃହରେ ପେସା ଦିବସ ଅବସରରେ ଏକ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ନରହରି ଦାଶ, ଭାରପ୍ରାପ୍ତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଥୋମାସ କୁମାର ତାଣ୍ଡାସୀ, ଶିଶୁ ବିକାଶ ବିଭାଗର ରାମନାଗୁଡା ମଣ୍ଡଳ ପରିଦର୍ଶିକା ସୁବୁଦ୍ଧି ଶବର,ପାରୀକ୍ଷିତି ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ସ୍ୱାତୀ ତ୍ରିପାଠୀ, ମହିଳା ସ୍ୱାସ୍ଥ୍ୟ କର୍ମୀ ସୁଜାତା ପାତ୍ର, ଯୋଗାଣ ସହାୟକ ଶିବ ଶଙ୍କର ଧୋବା ପ୍ରମୁଖ ମଞ୍ଚାସୀନ ରହି ଗାଁର ସମସ୍ତ ନିଷ୍ପତ୍ତି ଗ୍ରାମସଭା ଦ୍ୱାରା ଚୂଡାନ୍ତ କରାଯିବା ସହ ପେସା ଆଇନ ମୁତାବକ ଗ୍ରାମସଭାର ନିଷ୍ପତ୍ତି କୁ ଲାଗୁ କରିବା ପାଇଁ ବାଧ୍ୟ ବୋଲି କହିଥିଲେ ସେହିପରି ସାଂସ୍କୃତିକ ମୂଲ୍ୟବୋଧ ସହମତି ଆଧାରରେ ସାମାଜିକ ସଂରଚନା ,ସ୍ଥାନୀୟ ସମ୍ବଳକୁ ପାଥେୟ କରି ଗୋଷ୍ଠୀ ନେତୃତ୍ୱରେ ପାରମ୍ପରିକ ପଦ୍ଧତିରେ ଗ୍ରମ୍ୟ କଲହର ସମାଧାନକୁ ଏହା ସୁନିଶ୍ଚିତ କରିଥାଏ ।
ସାମ୍ବିଧାନିକ ବ୍ୟବସ୍ଥାକୁ ଅନୁସରଣ କରି ପାରମ୍ପରିକ ପଦ୍ଧତିରେ ଗ୍ରାମରେ ଥିବା ଜଳ, ଜଙ୍ଗଲ, ଜମି ଓ ପ୍ରାକୃତିକ ସମ୍ପଦର ଉପଯୁକ୍ତ ପରିଚାଳନା ଏବଂ ସେହି ସମ୍ବନ୍ଧୀୟ ଅନ୍ୟାନ୍ୟ ଆଇନଗତ ପ୍ରବଧାନ ସହିତ ସମନ୍ୱୟ ରକ୍ଷା କରିବା।କୌଣସି ପ୍ରକାରର ମାଦକ ଦ୍ରବ୍ୟ ବିକ୍ରି ଓ ଏହାର ବ୍ୟବହାର ଉପରେ ନିୟନ୍ତ୍ରଣ ଜାହିର କରିବା ବେଳେ ଅନୁସୂଚିତ ଅଞ୍ଚଳରେ ଜମି ହସ୍ତାନ୍ତରିକରଣର ନିଷେଧ ତଥା ବେଆଇନ ଭାବେ ଅନୁସୂଚିତ ଜନଜାତିଙ୍କ ଠାରୁ ହସ୍ତାନ୍ତର କରାଯାଇଥିବା ଜମିର ପୁନରୁଦ୍ଧାର ପାଇଁ ପଦକ୍ଷେପ ଗ୍ରହଣ କରିବା ସହ ମହାଜନୀ ଓ ଋଣ କାରବାର ଉପରେ ନିୟନ୍ତ୍ରଣ ଜାହିର କରିବା ସହିତ ସାମ୍ପ୍ରତିକ ଅନ୍ୟାନ୍ୟ ବିଦ୍ଧି ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆ ଯାଉଥିବା ଅନ୍ୟାନ୍ୟ କାର୍ଯ୍ୟ ବା ଦାଇତ୍ୱ ମଧ୍ୟ ଗ୍ରାମସଭା ମାଧ୍ୟମରେ କରାଯିବା ନେଇ ବିଦ୍ଧି ବ୍ୟବସ୍ଥା ଓ ପେସା ଆଇନ ଅନୁସାରେ ଏହି ସମସ୍ତ ନିୟମ ରହିଥିବା ମଞ୍ଚାସୀନ ଅତିଥି କହିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ପଞ୍ଚାୟତ ଅଧୀନରେ ଥିବା ସମସ୍ତ ମହିଳା ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନବାଡି କର୍ମୀ ,ଏମବିକେ, ଆଶା କର୍ମୀ ଏବଂ ସିଆରପି ପ୍ରମୁଖଙ୍କ ଉପସ୍ଥିତିରେ ଆଲୋଚନା କରାଯାଇଥିଲା।କାର୍ଯ୍ୟକ୍ରମ ପରିଶେଷରେ ଯୋଗାଣ ସହାୟକ ଶିବ ଶଙ୍କର ଧୋବା ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।
ରାମନାଗୁଡାରୁ ନରସିଂହ ପରିଛା ଙ୍କ ରିପୋର୍ଟ ଇପିଏ ଉଇକ୍କି