April 24, 2025
Home » ପାଲିଆଛତ୍ରପୁର ଗ୍ରାମରେ ଦିନିକିଆ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

ପାଲିଆଛତ୍ରପୁର ଗ୍ରାମରେ ଦିନିକିଆ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

0

!

ଛତ୍ରପୁର ରୋଟାରୀ କ୍ଲବ ଓ ବ୍ରହ୍ମପୁର ବିଜୁ ପଟ୍ଟନାକ ହୋମିଓପାଥିକ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ର ମିଳିତ ଆନୁକୂଲ୍ୟରେ ବୁଧବାର ଏକ ମାଗଣା ସ୍ବାସ୍ଥ୍ୟ ଶିବିର ପାଲିଆ-ଛତ୍ରପୁର ଗ୍ରାମର ଶିବମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଥମ ପର୍ଯ୍ୟାୟରେ ଏକ ସ୍ଵାସ୍ଥ୍ୟ ସଚେତନତା ଶୋଭାଯାତ୍ରା ପାଲିଆ-ଛତ୍ରପୁର ଗ୍ରାମରେ ଅନୁଷ୍ଠିତ ହୋଇଥିଲା । ଟିବି ହାରିବ ଦେଶ ଜିତିବ ନାମରେ ସ୍ଲୋଗାନ ଦେଇ ଏକ ରାଲି ବାହାରି ଗ୍ରାମ ପରିକ୍ରମଣ କରିଥିଲା । ପରେ ଶିବିର ଆରମ୍ଭ ହୋଇଥିବା ବେଳେ ଗ୍ରାମବାସୀ ଉତ୍ତମ ପ୍ରକାର ସ୍ବାସ୍ଥ୍ୟ ସେବା ପାଇବା ସହିତ ୧୪୦ ଜଣଙ୍କର ଚିକିତ୍ସିତ ହୋଇଥିଲେ ଓ ଉପସ୍ଥିତ ରୋଗୀ ସମସ୍ତଙ୍କୁ ବିଭିନ୍ନ ପ୍ରକାର ଔଷଧ ମଗଣାରେ ବିତରଣ କରାଯାଇଥିଲା । ଆୟୋଜିତ ଶିବିରରେ ଡ଼ାକ୍ତର ଶ୍ୟାସୁନ୍ଦର ମହାରଣାଙ୍କ ନେତୃତ୍ୱରେ ବ୍ରହ୍ମପୁର ବିଜୁ ପଟ୍ଟନାୟକ ମେଡିକାଲ କଲେଜ୍ ର ସମସ୍ତ ଟିମ୍ ଡ଼ାକ୍ତର ମିତେଶ ମିଶ୍ର, ଡାକ୍ତର ଶ୍ୱେତା ମହାନ୍ତି,ଡାକ୍ତର ଶ୍ରୀତମ ଉପାଧ୍ୟାୟ, ଡାକ୍ତର ଜ୍ୟୋତ୍ସ୍ନାରାଣୀ ମହାପାତ୍ର , ଡାକ୍ତର ଦେବବିହାରି ପାଣିଗ୍ରାହୀ , ଡ଼ାକ୍ତର ଲକ୍ଷ୍ମୀ ପ୍ରିୟା ସେଠୀ ଡାକ୍ତର ୱାଇ. ଲକ୍ଷ୍ମୀ , ନୀଳମାଧବ, ସମାହିତା ପଣ୍ଡାଙ୍କ ସହିତ ଛତ୍ରପୁର ରୋଟାରୀ କ୍ଲବର ପୂର୍ବତନ ସଭାପତି ରେଖା ମହାନ୍ତି , ପୂର୍ବତନ ସଭାପତି ନିରଞ୍ଜନ ପାତ୍ର, ରୋଟାରୀ କ୍ଲବ ସଭାପତି ବିମଳ ପ୍ରସାଦ ସାହୁ , ରୋଟାରୀ ସମ୍ପାଦକ ଦ୍ବାରିକା ପଟ୍ଟନାୟକ, ଛତ୍ରପୁର ଏସ.ଡ଼ି.ଜେ.ଏମ୍. କୋର୍ଟର କ୍ୟାଡ଼ର ଏ.ପି.ପି. ରାଜେଶ କୁମାର ମିଶ୍ର, ସମାଜ ସେବୀ ମନୋଜ ମିଶ୍ର , ଉପସ୍ଥିତ ରହିଥିବା ସକ୍ରୀୟ ସହଯୋଗ କରିଥିଲେ । ସମାଜସେବୀ ଗୁପ୍ତ ବେହେରା କାର୍ଯ୍ୟକ୍ରମ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସକ୍ରୀୟ ସହଯୋଗ କରିଥିଲେ ।।

ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *