July 6, 2025
Home » ପିଇବା ପାଣି ସମସ୍ୟା ପାଇଁ ରାସ୍ତା ଅବରୋଧ କଲେ ବେଲପଡା ବାସିନ୍ଦା

ପିଇବା ପାଣି ସମସ୍ୟା ପାଇଁ ରାସ୍ତା ଅବରୋଧ କଲେ ବେଲପଡା ବାସିନ୍ଦା

0
WhatsApp Image 2025-03-07 at 10.06.22 PM

ସୁବର୍ଣ୍ଣପୁର ଜିଲ୍ଲା ବିନିକା-ରାମପୁର ମୁଖ୍ୟରାସ୍ତା ବେଲପଡ଼ା ଛକଠାରେ ଟାୟାର ଜାଳି ରାସ୍ତାରୋକ କରିଥିଲେ ବେଲପଡା ବାସୀ I ବର୍ଷବର୍ଷ ଧରି ରାସ୍ତାକାମ କଚ୍ଛପ ଗତିରେ ଚାଲିବା ସହିତ ନିମ୍ନ ମାନର ପାଣି ପାଇପ୍ ଯୋଗୁ ବିନିକା ସହରର ବେଲପଡାବାସୀ ପାଣି ଟୋପାଏ ପାଇବାରୁ ବଞ୍ଚିତ ରହିଥିବା ବେଳେ ବାରମ୍ବାର ଠିକାଦାର ଓ ପିଏଚଡି ବିଭାଗ ଜେଇଙ୍କୁ ଅଭିଯୋଗ କରି ଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ବାଧ୍ୟହୋଇ ବେଲପଡ଼ାବାସୀ ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଥିଲେ ଇ ଏହି ଆନ୍ଦୋଳନ ପାଇଁ ପ୍ରଶାସନ ଓ ପୋଲିସ ପାଖରୁ କୌଣସି ଅନୁମତି ଆଣିନଥିଲେ ଆନ୍ଦୋଳନକାରୀ l ପୋଲିସ ଓ ପ୍ରଶାସନକୁ ଲିଖିତ ଆକାରରେ ନ ଜଣାଇଥିବାରୁ ଆନ୍ଦୋଳନ ସ୍ଥଳକୁ ବିନିକା ପୋଲିସ ପହଞ୍ଚି ୪ଜଣ ଆନ୍ଦୋଳନକାରୀକୁ ଉଠାଇ ଆଣି ଥାନାରେ ଅଟକ ରଖି ପଚରାଉଚରା କରି ସାରିବା ପରେ ସେମାନଙ୍କ ବିରୁଦ୍ଧରେ ଥାନାରେ ମକଦ୍ଦମା ରୁଜୁ କରିବା ସହ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି ।

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *