November 13, 2025
Home » ପିଏମଶ୍ରୀ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠର ବାର୍ଷିକ ଉତ୍ସବ

ପିଏମଶ୍ରୀ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠର ବାର୍ଷିକ ଉତ୍ସବ

0
WhatsApp Image 2025-04-11 at 7.11.15 PM

ଗଣିଆ – ପିଏମଶ୍ରୀ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠର ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ନିହାର ବାଳା ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟଅତିଥି ଭାବେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ନୟାଗଡ ବିଧାୟକ ଡଃ ଅରୁଣ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା,ବ୍ଳକ ଅଧ୍ୟକ୍ଷା ଝୁନା ଜେନା, ଉପାଧ୍ୟକ୍ଷ ରାଜକିଶୋର ସାହୁ, ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା, ସରପଞ୍ଚ ଗିରିଧାରୀ ସେଠୀ, ସମିତି ସଭ୍ୟ ଫକୀର ମୋହନ ଡାକୁଆ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସମୀର କୁମାର ସାହୁ,ପଞ୍ଚସଖା ଶିକ୍ଷା ସେତୁ ସଂଗଠନର ସଭାପତି ଦେବାନନ୍ଦ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ସରକାରଙ୍କର ପିଏମଶ୍ରୀ ଯୋଜନା ଆଗାମୀ ଦିନରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଅନେକ ଉପକାରୀ ହେବ ବୋଲି କନ୍ଧମାଳ ସାଂସଦ ଜଣାଇଥିଲେ । ଶିକ୍ଷାର ମାନକୁ ବୃଦ୍ଧି କରିବା ପାଇଁ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରୟାସ ଫଳରେ ପିଏମଶ୍ରୀ ଯୋଜନା କାର୍ଯ୍ୟକାରୀ କରାଯାଇଛି । ସାଂସଦ ଏହି ବିଦ୍ୟାଳୟରେ ପାଠ ପଢିବା ସମୟରେ କିଛି ଅଭୂଲା ସ୍ମୃତି ବର୍ଣ୍ଣନା କରିଥିଲେ । ସେତେବେଳର ଖେଳପଡିଆ ସେମିତି ରହିଥିବା ବେଳେ ଉଚ୍ଚ ଉଚ୍ଚ ଗୃହ ନିର୍ମାଣ ହୋଇଥିବା ସେ ପ୍ରକାଶ କରିଥିଲେ ।

ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟରେ ଶିଖିବା ମନୋବୃତ୍ତି ନେଇ ଶିକ୍ଷା ଗ୍ରହଣ କରିବା ନିତାନ୍ତ ଆବଶ୍ୟକ ବୋଲି ମୁଖ୍ୟ ବକ୍ତା ପ୍ରକାଶ କରିଥିଲେ । ଏହି ବିଦ୍ୟାଳୟ ତାଙ୍କୁ ପରିଚୟ ଦେଇଥିବାରୁ ସେ ବିଦ୍ୟାଳୟ ପ୍ରତି କୃତଜ୍ଞ ବୋଲି ପ୍ରକାଶ କରିଥିଲେ । ସରକାରୀ ବିଦ୍ୟାଳୟରେ ସବୁ ସୁବିଧା ସୁଯୋଗ ପ୍ରଦାନ କରାଯାଉଥିବା ବେଳେ ଅଭିଭାବକ ମାନେ କାହିଁକି ବେସରକାରୀ ବିଦ୍ୟାଳୟ ମୁହାଁ ହେଉଛନ୍ତି ତାହା ପ୍ରଶ୍ନବାଚୀ ବୋଲି ସେ ପ୍ରକାଶ କରିଥିଲେ । ପୂର୍ବ ସରକାର ୫ଟି ଯୋଜନାରେ ସ୍ମାର୍ଟ୍ କ୍ଳାସ ରୁମ ଠାରୁ ଆରମ୍ଭ କରି ଖେଳପଡିଆ, ଲାଇବ୍ରେରୀ ପର୍ଯ୍ୟନ୍ତ ଅନେକ କାର୍ଯ୍ୟ କରିଥିବାରୁ ଆଜି ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ହସ ଫୁଟି ପାରିଥିବା ଦଶପଲ୍ଲା ବିଧାୟକ ପ୍ରକାଶ କରିବା ସହିତ ଛାତ୍ର ଛାତ୍ରୀ ମାନଙ୍କର ମାର୍ଗଦର୍ଶକ ହେବାକୁ ଶିକ୍ଷକ ମାନଙ୍କୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟ ତରଫରୁ ଅତିଥି ମାନଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବିଦ୍ୟାଳୟର ଶିକ୍ଷକ ପବିତ୍ର କୁମାର ବେହେରା,ରାକେଶ କୁମାର ସାହୁ,ପ୍ରିୟବ୍ରତ ଦାଶ,ଶୋଭନ କୁମାର ପଣ୍ଡା, ସଶ୍ମିତା ମଣ୍ଡଳ,ଉର୍ଜା ସାହୁ, ସତ୍ୟଭାମା ସେନାପତି, ରିଙ୍କି ମଲ୍ଲିକ,ଦୀପକ କୁମାର ମହାରଣା,କୈଶଲ୍ଲ୍ୟା ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସଂପୂର୍ଣ୍ଣ ସହଯୋଗ କରିଥିଲେ । ଅଧ୍ୟାପକ ଜିତେନ କୁମାର ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିଲେ । ଦୁଇ ଦିନ ଧରି ଏହି ଉତ୍ସବ ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଥିବାରୁ ପ୍ରଧାନଶିକ୍ଷୟତ୍ରୀ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । କୃତି ଛାତ୍ର ଛାତ୍ରୀ ମାନଙ୍କୁ ବିଦ୍ୟାଳୟ ତରଫରୁ ପୁରସ୍କାର ବଣ୍ଟନ କରାଯାଇଥିଲା ।

ବ୍ରଜକିଶୋର ସାହୁ, ଗଣିଆ ନୟାଗଡ

Leave a Reply

Your email address will not be published. Required fields are marked *