July 27, 2025
Home » ପିଏମ ଶ୍ରୀ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ, ଦହ୍ୟାରେ ବିଶ୍ଵ ସର୍ପ ଦିବସ ପାଳିତ

ପିଏମ ଶ୍ରୀ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ, ଦହ୍ୟାରେ ବିଶ୍ଵ ସର୍ପ ଦିବସ ପାଳିତ

0
WhatsApp Image 2025-07-16 at 2.15.00 PM

ସୁବର୍ଣ୍ଣପୁର —ବୌଦ୍ଧ ଜିଲ୍ଲା ଦହ୍ୟା ପିଏମ ଶ୍ରୀ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ବିଶ୍ଵ ସର୍ପ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ରାଜଲକ୍ଷ୍ମୀ ସ୍ୱାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ଭାବରେ କଣ୍ଟାମାଳ ବିଧାୟକ ଶ୍ରୀଯୁକ୍ତ କହ୍ନାଇ ଚରଣ ଡାଙ୍ଗ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଘାସିରାମ ମିଶ୍ର , ରାଜ୍ୟସ୍ତରୀୟ ଯୁଗ୍ମ ସମ୍ପାଦକ ତଥା ତୀରନ୍ଦାଜ ପ୍ରଶିକ୍ଷକ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ସେଠୀ , ବୌଦ୍ଧ ପ୍ରାଣୀ କଲ୍ୟାଣ ମଞ୍ଚ ସମ୍ପାଦକ ଶ୍ରୀଯୁକ୍ତ ଅରୁଣ କୁମାର ମେଣ୍ଡିଲି, ବୌଦ୍ଧ ପ୍ରାଣୀ କଲ୍ୟାଣ ମଞ୍ଚ ଉପଦେଷ୍ଟା ଶ୍ରୀଯୁକ୍ତ ସମୀର କୁମାର ସାହୁ, ସାମ୍ବାଦିକ, ସମ୍ପାଦକ ଜ୍ଞାନେନ୍ଦ୍ର ନାରାୟଣ ରଥ ଓ ଉପଦେଷ୍ଟା ପ୍ରାଣବନ୍ଧୁ ମହାପାତ୍ର ଉପସ୍ଥିତ ଥିଲେ । ମାନ୍ୟବର ବିଧାୟକଙ୍କ କରକମଳରେ ଶ୍ରୀଯୁକ୍ତ ଘାସିରାମ ମିଶ୍ରଙ୍କୁ “ଆଦର୍ଶ ଶିକ୍ଷକ” ସମ୍ମାନ, ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ସେଠୀଙ୍କୁ “ପାର୍ଥ ସାରଥୀ” ସମ୍ମାନ, ଶ୍ରୀମତୀ ରାଜଲକ୍ଷ୍ମୀ ସ୍ୱାଇଁଙ୍କୁ ପରିବେଶ ମିତ୍ର ସମ୍ମାନରେ ସମ୍ମାନୀତ କରାଯାଇଥିଲା। ଜିଲ୍ଲାସ୍ତରୀୟ କଳାକାରମାନଙ୍କ ଦ୍ବାରା ଏକ ସଚେତନତାଧର୍ମୀ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ଅବସରରେ ମାନ୍ୟବର ବିଧାୟକ ଶ୍ରୀ ଡାଙ୍ଗଙ୍କ ଦ୍ଵାରା “ମାଆ ପାଇଁ ଗଛଟିଏ” କାର୍ଯ୍ୟକ୍ରମରେ ବିଦ୍ୟାଳୟର ଇକୋ କ୍ଲବ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଏବଂ ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ । ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *