April 6, 2026
Home » ପିକଅପ ଓଲଟି ଲକ୍ଷାଧିକ ଟଙ୍କାର ବ୍ରଏଲର୍ କୁକୁଡ଼ା ମୃତ

ପିକଅପ ଓଲଟି ଲକ୍ଷାଧିକ ଟଙ୍କାର ବ୍ରଏଲର୍ କୁକୁଡ଼ା ମୃତ

0
WhatsApp Image 2026-04-05 at 5.11.27 PM

 

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଘୋଟିଆ ମଣ୍ଡି ନିକଟରେ ରବିବାର ବିଳମ୍ବିତ ରାତ୍ରିରେ କୁକୁର କୁ ବଞ୍ଚାଇବାକୁ ଯାଇ ଭାରସାମ୍ୟ ହରାଇ କୁକୁଡ଼ା ବୋଝେଇ ପିକଅପ ଭ୍ୟାନ ଓଲଟି ପଡିଥିଲା। ମିଳିଥିବା ସୂଚନା ଅନୁସାରେ ଓଡି ୩୦ ଏଚ ୦୩୮୧ ନମ୍ବର ବିଶିଷ୍ଟ ଏକ କୁକୁଡ଼ା ବୋଝେଇ ପିକଅପ ରବିବାର ବିଳମ୍ବିତ ରାତ୍ରିରେ ସିନାପାଲି ରୁ ନବରଙ୍ଗପୁର କୁ ଯାଉଥିବା ବେଳେ ଘୋଟିଆ ମଣ୍ଡି ନିକଟରେ ଏକ କୁକୁର ଗାଡି ସମ୍ମୁଖକୁ ପଳେଇ ଆସିଥିଲା।

ତେବେ ପିକଅପ ଡ୍ରାଇଭର କୁକୁର କୁ ବଞ୍ଚାଇବାକୁ ଚେଷ୍ଟା କରିଥିବା ବେଳେ ଭାରସାମ୍ୟ ହରାଇ ପିକଅପ ଭ୍ୟାନ ଓଲଟି ପଡିଥିଲା। ଦୁର୍ଘଟଣା ହେବା ଫଳରେ ଲକ୍ଷାଧିକ ଟଙ୍କାର ବ୍ରଏଲର୍ କୁକୁଡ଼ା ମୃତ ହୋଇଯାଇଥିବା ଜଣା ପଡିଛି। ଦୁର୍ଘଟଣା ରେ ପିକଅପ ଚାଳକ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *