December 18, 2025
Home » ପିକନିକ୍ କରିବାକୁ ଆସି ସମୁଦ୍ରରେ ବୁଡ଼ି ଛାତ୍ରୀଙ୍କ ମୃତ୍ୟୁ

ପିକନିକ୍ କରିବାକୁ ଆସି ସମୁଦ୍ରରେ ବୁଡ଼ି ଛାତ୍ରୀଙ୍କ ମୃତ୍ୟୁ

0
WhatsApp Image 2025-12-17 at 7.01.26 PM

ଶିକ୍ଷକ ଗୁରୁତର ,ଛାତ୍ରୀ ମୃତ ।ଏଭଳି ଦୁଃଖଦ ଓ ଅଭାବନୀୟ ଘଟଣା ଘଟିଛି ପୁରୀ କୋଣାର୍କର ବେଳାଭୂମି ରାସ୍ତାର ବେଲେଶ୍ୱର ମହାଦେବଙ୍କ ସମ୍ମୁଖ ସମୁଦ୍ରରେ ।ପିକନିକ୍ କରିବାକୁ ଆସି ସମୁଦ୍ରରେ ବୁଡ଼ି ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରୀ ହେଉଛନ୍ତି କଟକ ବକ୍ସି ବଜାର ବଣିଆ ସାହିର ଶିଳ୍ପାଶ୍ରୀ ସାହୁ। ଗୁରୁତର ଶିକ୍ଷକ ହେଉଛନ୍ତି ବିଶ୍ୱଜିତ୍ ସାହୁ । ବେଲେଶ୍ଵର ମନ୍ଦିର ସାମ୍ନା ବେଳାଭୂମିରେ ଘଟିଛି ଅଘଟଣ । କଟକ ବାଦାମବାଡି ନିକଟସ୍ଥ AR CREATIONକୋଚିଂ ସେଣ୍ଟର ଶତାଧିକ ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକ ପୁରୀ ବୁଲିବାକୁ ଆସି ବେଲେଶ୍ୱର ନିକଟ କୋକୋପାମ ଫାର୍ମ ହାଉସରେ ରହୁଥିଲେ।ସେଠାରେ ନାଚଗୀତ ସହ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ପରେ ସମୁଦ୍ରରେ ସ୍ନାନ ବେଳେ ଅଘଟଣ ଘଟିଥିଲା।ମୃତଦେହ ଜବତ ହୋଇ ସଦର ମୁଖ୍ୟ ଚିକିତ୍ସାଳୟରେ ରଖାଯାଇଛି।ତେବେ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି କଟକ ବାଦାମବାଡି ନିକଟସ୍ଥ AR CREATIONକୋଚିଂ ସେଣ୍ଟରର ଶତାଧିକ ଛାତ୍ରଛାତ୍ରୀ,ଶିକ୍ଷକ ମାତ୍ର ୪ ଜଣ ଲାଇଫଗାର୍ଡଙ୍କୁ ନେଇ ଗଭୀର ବେଲେଶ୍ୱର୍ ବେଳାଭୂମିରେ ଗାଧୋଉଥିଲେ। ରିପ୍ କରେଣ୍ଟ ଯୋଗୁଁ ଶିଳ୍ପାଶ୍ରୀ ବୁଡିଯାଉଥିଲେ।ତାଙ୍କୁ ବଞ୍ଚାଇବାକୁ ଯାଇ ଶିକ୍ଷକ ବିଶ୍ୱଜିତ୍ ସାହୁ ଗୁରୁତର ଆହତ ହୋଇଛନ୍ତି।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *