November 19, 2025
Home » ପିପିଏମଏସ ସହ ଐତିହାସିକ ତ୍ରିପାକ୍ଷିକ ଚୁକ୍ତିନାମା ରେ ବୃଦ୍ଧି ପାଇଲା ଶ୍ରମିକ ଙ୍କ ବେତନ

ପିପିଏମଏସ ସହ ଐତିହାସିକ ତ୍ରିପାକ୍ଷିକ ଚୁକ୍ତିନାମା ରେ ବୃଦ୍ଧି ପାଇଲା ଶ୍ରମିକ ଙ୍କ ବେତନ

0
WhatsApp Image 2025-03-31 at 8.03.30 PM

ପାରାଦୀପ – ପାରାଦୀପ ବନ୍ଦରରେ କାର୍ଯ୍ୟ କରୁଥିବା ଚେନାଇରାଧା କମ୍ପାନୀରେ ଦୀର୍ଘ ଦିନ ଧରି କାର୍ଯ୍ୟ କରୁଥିବା ଶ୍ରମିକ ମାନେ ନାନା ପ୍ରକାରର ନିର୍ଯ୍ୟାତିତ ହେବା ସହ ବିଭିନ୍ନ ଶ୍ରମିକ ସଙ୍ଘ ଦ୍ୱାରା ପ୍ରତାରିତ ହେବା ପରେ ଶ୍ରମିକ ନେତା ପ୍ରକାଶ ତ୍ରିପାଠୀ ଙ୍କ ନେତୃତ୍ବାଧୀନ ପାରାଦୀପ ପୋର୍ଟ ମଜଦୁର ସଙ୍ଘ (ପିପିଏମଏସ) ସଂଘରେ ସାମିଲ ହୋଇଥିଲେ l ତେବେ ଏହି ଶ୍ରମିକ ମାନଙ୍କ ସ୍ୱାର୍ଥ ରକ୍ଷାଲାଗି ଶ୍ରମିକ ନେତା ଶ୍ରୀ ତ୍ରିପାଠୀ ଓ ତାଙ୍କ ସଙ୍ଘ ଚେନାଇରାଧା କମ୍ପାନୀ ସହ ଆଲୋଚନା କରି ଶେଷରେ ଗତ ମାର୍ଚ୍ଚ ୨୫ ତାରିଖରେ ଆଞ୍ଚଳିକ ଶ୍ରମ କମିଶନର (କେନ୍ଦ୍ରୀୟ), ଭୁବନେଶ୍ୱର ରେ ଏକ ତ୍ରିପାକ୍ଷିକ ଚୁକ୍ତିନାମା ସ୍ଵାକ୍ଷରିତ ହୋଇଥିଲା l ଏଥିରେ ଚାରୋଟି ବିଭିନ୍ନ ବିଭାଗର ଚେନାଇରାଧା କମାନୀରେ କାର୍ଯ୍ୟରତ ଶ୍ରମିକ ଙ୍କ ବେତନ ଯଥାକ୍ରମେ ୧୩ ହଜାର ୫ ଶହ ଓ ସର୍ବନିମ୍ନ ୧0 ହଜାର ୫0 ଟଙ୍କା ବୃଦ୍ଧି ଘଟିଛି l ତେବେ ଏହି ଐତିହାସିକ ପଦକ୍ଷେପ ଗ୍ରହଣ ପରେ ରବିବାର ଦିନ ସଙ୍ଘ କାର୍ଯ୍ୟାଳୟ ରେ ପିପିଏମଏସ ର ସଭାପତି ପ୍ରକାଶ ତ୍ରିପାଠୀ ଙ୍କ ସଭାପତିତ୍ୱ ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ରେ କାର୍ଯ୍ୟକାରୀ ସଭାପତି ଅଭିମନ୍ୟୁ ବେହେରା, ସାଧାରଣ ସମ୍ପାଦକ ପରେଶ ମୁର୍ମୁ, ଉପସଭାପତି ସୁବ୍ରତ ପ୍ରଧାନ,ଉପଦେଷ୍ଟା ସର୍ବେଶ୍ୱର ବଳିୟାରସିଂହ ଓ ସମ୍ପାଦକ ରତ୍ନାକର ଜେନା ପ୍ରମୁଖ ଉପସ୍ଥିତ ରହି ଚେନାଇରାଧା ଶ୍ରମିକ ଙ୍କ ବେତନ ବୃଦ୍ଧି ଓ ଛଟେଇ ଶ୍ରମିକ ଙ୍କ ପୁନଃ ନିଯୁକ୍ତି ସମ୍ପର୍କରେ ସୂଚନା ଦେବା ସହ ପାରାଦୀପ ର ବିଭିନ୍ନ ଶିଳ୍ପରେ କାର୍ଯ୍ୟ କରୁଥିବା ଶ୍ରମିକ ମାନେ ସେମାନଙ୍କ ନ୍ୟାର୍ଯ୍ୟ ଦାବୀ ଓ ସ୍ୱାର୍ଥ ରକ୍ଷା ଲାଗି ସମସ୍ତେ ଏକଜୁଟ ହେବାକୁ ଆହ୍ୱାନ ଦେଇଥିଲେ l ସଭାପତି ପ୍ରକାଶ କହିଥିଲେ ଦୀର୍ଘ ୨୫ ବର୍ଷ ପରେ ଚେନାଇରାଧା ରେ କାର୍ଯ୍ୟରତ ଶ୍ରମିକ ମାନେ ଆଜି ଯେଉଁ ଐତିହାସିକ ଚୁକ୍ତିନାମା କରି ସଫଳତା ପାଇଛନ୍ତି ଏହା କେବଳ ଚେନାଇରାଧା ରେ କାର୍ଯ୍ୟରତ ଶ୍ରମିକ ମାନଙ୍କ ଏକତା ଓ ଦୃଢ଼ ନେତୃମଣ୍ଡଳୀ ପାଇଁ ଆଜି ଏହା ସମ୍ଭବ ହୋଇପାରିଛି l ଏଣୁ ଯଦି ପାରାଦୀପ ରେ କାର୍ଯ୍ୟରତ ଶ୍ରମିକ ମାନେ ଚେନାଇରାଧା କମ୍ପାନୀ ଶ୍ରମିକ ଙ୍କ ପରି ନିଜ ଭିତରେ ଏକତା ରକ୍ଷା କରିପାରିବେ ତେବେ ସେମାନେ ତାଙ୍କ ନ୍ୟାର୍ଯ୍ୟ ଅଧିକାର ଫେରିପାଇବେ l

ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *