ପିପିଏଲ ଡିଏଭି ସ୍କୁଲ ପକ୍ଷରୁ ସପ୍ତାହ ବ୍ୟାପି ବନମହୋତ୍ସବ ଆୟୋଜିତ

ପାରାଦୀପ – ପାରାଦୀପ ସ୍ଥିତ ପିପିଏଲ ଡ଼ି.ଏ.ଭି ପବ୍ଲିକ୍ ସ୍କୁଲ୍ ରେ ବନ ମହୋତ୍ସବକୁ ଅତି ଉତ୍ସାହ ଏବଂ ପ୍ରତିବଦ୍ଧତା ସହିତ ପାଳିତ ହୋଇଯାଇଛି | ବିଦ୍ୟାଳୟରେ ସପ୍ତାହ ବ୍ୟାପି ଆୟୋଜିତ ଏହି ବନ ମହୋତ୍ସବ ପାଳନ ଅବସରରେ ବୃକ୍ଷର ମହତ୍ତ୍ଵ ଏବଂ ନିରନ୍ତର ଜୀବନଯାପନ ବିଷୟରେ ସଚେତନତା ସୃଷ୍ଟି କରାଯାଇଥିଲା l ପ୍ରଥମ ଦିବସରେ ବୃକ୍ଷ ଉପରେ ଆଧାରିତ କବିତା ଆବୃତ୍ତି, ବକ୍ତୃତା ଏବଂ ପ୍ରବନ୍ଧ ଲେଖା ପ୍ରତିଯୋଗିତା କରାଯାଇଥିଲା । ସେହିପରି ଅନ୍ୟ ଦିବସରେ ବନମହୋତ୍ସବ ବିଷୟବସ୍ତୁ ଉପରେ ସ୍ଲୋଗାନ ଦେଇ ପ୍ଲାକାର୍ଡ ପ୍ରଦର୍ଶନ, ସ୍ଥାୟୀ ପରିବେଶ ବିଷୟ ବସ୍ତୁ ଆଧାରିତ କୋଲ୍ଲାଜ୍ ପ୍ରସ୍ତୁତ, ପତ୍ର ଏବଂ ଫୁଲ ଆଧାରିତ ଚିତ୍ରାଙ୍କନ,ଏକକ ଅଭିନୟ, ଜଙ୍ଗଲ ସଂରକ୍ଷଣ ଏବଂ ଜଳବାୟୁ ସ୍ଥିରତାର ପ୍ରଭାବ ଉପରେ ବିଶେଷଜ୍ଞ ଡ. ଆନନ୍ଦ ଶର୍ମା ଓ ଡ. ବି. ସୁଦର୍ଶନ ପାତ୍ରୋଙ୍କ ଦ୍ଵାରା ଆଲୋଚନା ଚକ୍ର, ପ୍ରତିଭାବାନ ଛାତ୍ରଛାତ୍ରୀମାନଙ୍କ କଳାତ୍ମକ ହସ୍ତ ଦ୍ୱାରା ନିର୍ମିତ ଚମତ୍କାର ରଙ୍ଗୋଲୀ, ସପ୍ତମ ତଥା ଶେଷ ଦିନରେ ବିଦ୍ୟାଳୟର ଅଧ୍ୟକ୍ଷ ସଞ୍ଜୀବ କୁମାର ସାହୁଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀମାନେ ପରିବେଶ ସୁରକ୍ଷା ପାଇଁ ପ୍ରତିଜ୍ଞା ନେଇଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ପିପିଏଲ ର ମୁଖ୍ୟ ପ୍ରବନ୍ଧକ ଏନ. ଡି. ପାଇ ପାନାଣ୍ଡିକର, ଯୁଗ୍ମ ପ୍ରବନ୍ଧକ ଅମ୍ବିକେଶ ମିଶ୍ର ଏବଂ ପିପିଏଲର ବରିଷ୍ଠ ପଦାଧିକାରୀମାନଙ୍କ ସହିତ ବିଦ୍ୟାଳୟର ଅଧ୍ୟକ୍ଷ ସଞ୍ଜୀବ କୁମାର ସାହୁ ଯୋଗଦେଇ ବୃକ୍ଷ ରୋପଣ କରି ଏକ ସଚେତନତା ର ବାର୍ତ୍ତା ପ୍ରଦାନ କରିଥିଲେ । ଶେଷରେ ଅତିଥି ମାନେ ସମସ୍ତଙ୍କୁ ଅନ୍ତତଃ ଗୋଟିଏ ବୃକ୍ଷ ରୋପଣ ପାଇଁ ବାର୍ତ୍ତା ଦେଇଥିଲେ । ଏ ସମସ୍ତ କାର୍ଯ୍ୟକ୍ରମ ବିଦ୍ୟାଳୟର ସଙ୍ଗୀତ ଶିକ୍ଷକ, କଳା ଶିକ୍ଷକ , ବିଜ୍ଞାନ ଶିକ୍ଷକ ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ସହାୟତା ରେ ଆୟୋଜିତ ହୋଇଥିଲା। ଏ ସମସ୍ତ କାର୍ଯ୍ୟକ୍ରମକୁ ବିଜ୍ଞାନ ବିଭାଗର ମୁଖ୍ୟ ଶିକ୍ଷକ ସମ୍ବିତ ସ୍ୱାଇଁ ଓ ଇଂରାଜୀ ବିଭାଗର ଶିକ୍ଷକ ଜୟଦେବ ଚକ୍ରବର୍ତ୍ତୀ ସୂଚାରୁ ରୂପେ ପରିଚାଳନା କରିଥିଲେ । ବିଦ୍ୟାଳୟର ସଂଯୋଜକ ବୃନ୍ଦାବନ ରାଉତ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ବନ ମହୋତ୍ସବ ସପ୍ତାହଟି ସୂଚାରୁ ରୂପେ ସମ୍ପାଦିତ ହୋଇଥିଲା l
paradeep ru prasant das nka report epa news