February 27, 2026
Home » ପିସିସି ପକ୍ଷରୁ ମଧୁସୂଦନ ଦାସଙ୍କ ଜୟନ୍ତୀ ଉତ୍ସବ ପାଳିତ

ପିସିସି ପକ୍ଷରୁ ମଧୁସୂଦନ ଦାସଙ୍କ ଜୟନ୍ତୀ ଉତ୍ସବ ପାଳିତ

0
WhatsApp Image 2025-04-29 at 10.20.23 AM

ଭୁବନେଶ୍ବର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଉତ୍ସବ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ କଂଗ୍ରେସ ଭବନ, ଭୁବନେଶ୍ଵର ଠାରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସକାଳେ ପିସିସି ସଭାପତି ଶ୍ରୀ ଦାସଙ୍କ ସମେତ ବହୁ କଂଗ୍ରେସ ନେତୃବୃନ୍ଦ ରାଜଭବନ ଛକ ସ୍ଥିତ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ କଂଗ୍ରେସ କାର୍ଯ୍ୟାଳୟରେ ଥ‌ିବା ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଶିବାନନ୍ଦ ରାୟ, ପଞ୍ଚାନନ କାନୁନଗୋ, ଦେବାଶିଷ ନାୟକ, ନଗେନ୍ଦ୍ର ପ୍ରଧାନ, ସୁରେଶ କୁମାର ରାଉତରାୟ, ସମିର କୁମାର ରାଉତରାୟ, ମନୋରଞ୍ଜନ ଦାଶ, କିଶୋର ଜେନା, ଅମିୟ ପଟ୍ଟନାୟକ, ସୁଧାଂଶୁ ଦେଓ, ମିହିର ଆଚାର୍ଯ୍ୟ, ବାଙ୍କନିଧୂ ବେହେରା, ରଜନୀ ମହାନ୍ତି, ଲିଙ୍ଗରାଜ ସାହୁ, ମନୋରଞ୍ଜନ ରାଉତରାୟ, ସୁଧାଂଶୁ ମହାନ୍ତି, ନଜିବୁର ରହମନ ଖାଁ, ପ୍ରଣତୀ ମିଶ୍ର, ସତ୍ୟବ୍ରତ ନାୟକ, ମନୋଜ ସାହୁ, ରାଜକିଶୋର ବାରିକ, ଅରବିନ୍ଦ ଦାସ, ମୋଟରାଜ ଡୁଙ୍ଗଡୁଙ୍ଗ, ମୋତିଲାଲ ଦାସ, ହିମାଂଶୁ ଲେଙ୍କା, ଉଷାରାଣୀ ବେହେରା, ଶଙ୍କର ଜିଲ୍ଲାକରା, ଉମାକାନ୍ତ ମିଶ୍ର, ଭାସ୍କର ସେଠୀ, ଖଗେଶ୍ଵର ମଲ୍ଲିକ, ସଂଜୟ ମିଶ୍ର, ସୁଭାଷ ପ୍ରଧାନ, ମାଧବ କୁମ୍ଭାର, ପ୍ରଭାତ ବେହେରା ପ୍ରମୁଖ ବହୁ କଂଗ୍ରେସ ନେତା ଓ କର୍ମୀ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *