July 1, 2025
Home » ପୁଅ ପାଇଁ ମାଆର ମାନସିକ, ବାଘ ବେଶ ପଡ଼ି ପୂରଣ କରୁଛି ନାତି

ପୁଅ ପାଇଁ ମାଆର ମାନସିକ, ବାଘ ବେଶ ପଡ଼ି ପୂରଣ କରୁଛି ନାତି

0
WhatsApp Image 2025-04-21 at 1.24.35 PM

ବ୍ରହ୍ମପୁର : ବାପାଙ୍କ ପାଇଁ ମାନସିକ ଥିଲା । କିନ୍ତୁ ପୂରଣ କଲା ପୁଅ। ଷୋହଳ ବର୍ଷର ପୁଅ ଅଂଶୁମାନ ପଣ୍ଡା ବାଘ ବେଶ ଧାରଣ କରି ବାପାଙ୍କ ମାନସିକ ପୂରଣ କରିଛି। ଇଞ୍ଜିନିୟରିଂ ସ୍କୁଲ ଛକ ନିକଟ ପଣ୍ଡା କଲୋନୀ ନିବାସୀ ନୀତାରାଣୀ ପଣ୍ଡା ନିଜ କନିଷ୍ଠ ପୁତ୍ର ସୁଶୀଲ କୁମାର ପଣ୍ଡାଙ୍କ ପାଇଁ ମାନସିକ ରଖିଥିଲେ। ସୁଶୀଲ ଇଟାଲିରେ ରହି ପାଠ ପଢ଼ିବା ସହ ସେଠାରେ ହିଁ ଚାକିରି କରିବାକୁ ଇଚ୍ଛା କରୁଥିଲେ। ସେତେବେଳେ ମାଆ ନୀତା ପୁଅ ଘରକୁ ଫେରିଲେ ବାଘ ବେଶ ଧାରଣ କରିବା ପାଇଁ ଠାକୁରାଣୀଙ୍କ ପାଖରେ ମାନସିକ ରଖି ଥିଲେ। ଏହାପରେ ସୁଶୀଲ ବ୍ରହ୍ମପୁର ଫେରିଥିଲେ। ସୁଶୀଲ ଙ୍କ ବିବାହ ମଧ୍ୟ ହେଲା। ପଙ୍କଜିନୀ ପଣ୍ଡାଙ୍କୁ ବିବାହ କରିବା ପରେ ଜନ୍ମ ହୋଇଥିଲା ପୁଅ ଅଂଶୁମାନ। ସବୁ କିଛି ଭଲରେ ଚାଲିଥିଲା। ୨୦୧୪ରେ ହଠାତ୍ ଟ୍ରେନ୍ ଦୁର୍ଘଟଣାରେ ସୁଶୀଲଙ୍କ ମୃତ୍ୟୁ ହୋଇଥିଲା। ସେତେବେଳେ ପୁଅ ଅଂଶୁମାନ ୪ବର୍ଷର ଶିଶୁ। ଏହାପରେ ୨୦୧୮ରେ ସୁଶୀଲଙ୍କ ବଡ଼ ଭାଇଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା। ଅଂଶୁମାନ ଏବେ ଗୋସାଇଁନୂଆଗାଁ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ୧୦ମ ଶ୍ରେଣୀରେ ପଢ଼ି ମାଟ୍ରିକ ପରୀକ୍ଷା ଦେଇଛନ୍ତି । ବାଘବେଶ ଧାରଣ କରି ଜେଜେମାଙ୍କ ମାନସିକ ସ୍ୱର୍ଗୀୟ ବାପାଙ୍କ ପାଇଁ ସୁଶିଲ ପୂରଣ କରିଥିବାରୁ ବିଭିନ୍ନ ମହଲରୁ ତାଙ୍କର ପ୍ରଶଂସା କରା ଯାଉଛି ।

ବ୍ରହ୍ମପୁର ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *