March 21, 2026
Home » ପୁଆ ପଂଚାୟତ ରେ ବ୍ଲକ ସ୍ତରୀୟ ଖାଉଟି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ପୁଆ ପଂଚାୟତ ରେ ବ୍ଲକ ସ୍ତରୀୟ ଖାଉଟି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

0
WhatsApp Image 2026-03-19 at 1.29.42 PM

 

ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ପୁଆ ପଂଚାୟତ କାର୍ଯ୍ୟାଳୟ ରେ ଉପ ନିୟନ୍ତ୍ରକ ବୈଧ ମାପ ଓଜନ ବିଭାଗ ଓ ରେଆର ସୋନପୁରର ମିଳିତ ଆନୁକୂଲ୍ୟରେ ଓଡିଶା ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସହାୟତାରେ ବ୍ଲକ ସ୍ତରୀୟ ଖାଉଟି ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଅତିଥିଭାବେ ଉପ ନିୟନ୍ତ୍ରକ ବାଘରାଇ ସୋରେନ, ମହିଳା ପରିଦର୍ଶିକା ପୁଆ ଶ୍ୟାମଲା ତାଣ୍ଡି, ରେଆର ସାଧାରଣ ସମ୍ପାଦକ ଅନଙ୍ଗ ନେଗୀ,ଖାଉଟି ପରାମର୍ଶ କେନ୍ଦ୍ର ର ସୁଦାମ ଗାଈଗରିଆ ଯୋଗ ଦେଇ ଖାଉଟି ଅଧିକାର ବିଷୟରେ ଆଲୋଚନା କରିଥିଲେ l କାର୍ଯ୍ୟକ୍ରମ କୁ ଧନୁର୍ଦ୍ଧର ନାଏକ ସଂଯୋଜନା କରିଥିଲେ l ମିତ୍ରଭାନୁ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମ ରେ ଜିତେନ୍ଦ୍ର ସାହୁ, ଜିତେନ୍ଦ୍ର ବଗର୍ତ୍ତି , ଲକ୍ଷ୍ମଣ କହଁର , ନମିତା ଗାଈଗରିଆ, ଜ୍ୟୋତିର୍ମୟୀ ପଣ୍ଡା, ସୀମା ଗୁରୁ, ସୁଜାତା ନାଏକ, ଶୋଭାଗିନୀ ସରଭଙ୍ଗ, ସ୍ୱାଧୀନତା ପଧାନ ସହଯୋଗ କରିଥିଲେ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *