August 27, 2025
Home » ପୁଣି ଜନନୀ ଯନ୍ତ୍ରଣା, ବାଟ ରେ ଜନ୍ମ ହେଲା ନବଜାତ ଶିଶୁ

ପୁଣି ଜନନୀ ଯନ୍ତ୍ରଣା, ବାଟ ରେ ଜନ୍ମ ହେଲା ନବଜାତ ଶିଶୁ

0
WhatsApp Image 2025-08-01 at 7.37.07 PM

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ ସର୍ଗିପାନି ଗାଁ ଜଙ୍ଗଲ ମଧ୍ୟରେ ରହିଥିବା ବେଳେ ଜଙ୍ଗଲ ରାସ୍ତା ରେ ଆମ୍ବୁଲାନ୍ସ ଯିବା ସମ୍ଭବ ହେଉନାହିଁ, ଫଳରେ ଗର୍ଭବତୀ ଙ୍କୁ ଖଟିଆ ରେ ବୁହା ହେବା ଘଟଣା ଏହି ଅଞ୍ଚଳ ପାଇଁ ନୂଆ ନୁହେଁ।
ଘଟଣାର ପୁନରାବୃତ୍ତି ଘଟିଛି କଳାହାଣ୍ଡି ଜିଲ୍ଲାରେ।


ପୁଣି ଜଣେ ଜନନୀ ଙ୍କୁ ପ୍ରସବ ବେଦନା ହେବାରୁ ପୁଣି ଖଟିଆ ରେ ବୁହା ହୋଇଛି।ଆଜି ସର୍ଗିପାନି ର ଜାଗର ସାନ୍ତା ଙ୍କ ସ୍ତ୍ରୀ ହୀରାମଣି ସାନ୍ତା ଙ୍କ ପ୍ରସବ ବେଦନା ହେବାରୁ ସ୍ଥାନୀୟ ଆଶା କର୍ମି ଉର୍ମିଳା ଠାକୁର ଙ୍କୁ ଖବର ଦେଇଥିଲେ, ଆଶା କର୍ମି ୧୦୨ ଆମ୍ବୁଲାନ୍ସ କୁ ଖବର ଦେଇଥିଲେ, ତେବେ ସର୍ଗିପାନି କୁ ରାସ୍ତା ନଥିବାରୁ ପ୍ରାୟ ୩ କିମି ରାସ୍ତା ବୁହା ହୋଇ ଅଣାଯିବା ବାଟରେ ଏକ ଶିଶୁ ସନ୍ତାନ କୁ ଜନ୍ମ ଦେଇଥିଲେ ଗର୍ଭବତୀ ମହିଳା, ପରେ ତାଙ୍କୁ ଆମ୍ବୁଲାନ୍ସ ରେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନବଜାତ ଶିଶୁ ସ୍ୱାସ୍ଥ୍ୟ ଠିକ ଥିବାବେଳେ ମହିଳାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି।

କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *