ପୁଣି ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ୍

ପୁଣି ଶ୍ରୀମନ୍ଦିର ସୁରକ୍ଷା କୁ ନେଇ ଉଠିଲା ପ୍ରଶ୍ନ। ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ୍। ନୋ ଫ୍ଲାଇଂ ଜୋନ୍ ରେ ଉଡିଲା ଡ୍ରୋନ୍। ଅଧଘଣ୍ଟାଏ ପର୍ଯ୍ୟନ୍ତ ଶ୍ରୀମନ୍ଦିର ନୀଳଚକ୍ର ଉପରେ ଓ ଚାରିପଟେ ଉଡିଲା ଡ୍ରୋନ୍। କିଏ ଏବଂ କାହିଁକି ଡ୍ରୋନ୍ ଉଡାଇଲା ତା’କୁ ନେଇ ଉଠିଛି ପ୍ରଶ୍ନ। ପୂର୍ବରୁ ମଧ୍ୟ ଶ୍ରୀମନ୍ଦିର ଉପରେ ବାରମ୍ବାର ଉଡିଛି ଡ୍ରୋନ୍। ହେଲେ ଡ୍ରୋନ ଉଡାଣ ଉପରେ ରୋକ୍ ଲଗାଇବେ ରେ କୌଣସି ସ୍ଵତନ୍ତ୍ର ପଦକ୍ଷେପ ପୋଲିସ୍ ପକ୍ଷରୁ ନିଆଯାଉନାହିଁ। ଶ୍ରୀ ମନ୍ଦିର ସୁରକ୍ଷା ବ୍ୟବସ୍ଥା ଏଭଳି ତ୍ରୁଟି କୁ ନେଇ ଭକ୍ତ ଓ ସେବାୟତ ମହଲରେ ଅସନ୍ତୋଷ ପ୍ରକାଶ ପାଇଚି।
ପୁଣି ପଦା ପଡ଼ିଚି ଶ୍ରୀ ମନ୍ଦିର ର ଢିଲା ସୁରକ୍ଷା ବ୍ୟବସ୍ଥା। କିଛି ମାସ ତଳେ ଜଣେ ଯୁବକ ଡ୍ରୋନ ଉଡ଼ାଇ ଶ୍ରୀ ମନ୍ଦିର ଉପରୁ ଅତି ନିକଟ ରୁ ଭିଡ଼ିଓ ଉତୋଳନ କରିଥିଲେ। ଏହାକୁ ସେ ନିଜ ସୋସିଆଲ ମିଡ଼ିଆ Instagram ରେ ଅପଲୋଡ଼ କରିଥିଲେ। ତେବେ ଏହି ଘଟଣା ଜଣା ପଡ଼ିବା ପରେ ଭକ୍ତ ମହଲରେ ପୁଣି ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଶ୍ରୀ ମନ୍ଦିର ଭଳି ଏକ ସମ୍ବେଦନସ୍ଥଳ ସ୍ଥାନ ରେ ଭିଡ଼ିଓ ଉତୋଳନ ନିଷିଦ୍ଧ ଥିବା ବେଳେ କେମିତି ଜଣେ ଯୁବକ ଡ୍ରୋନ ଉଡ଼ାଇ ଭିଡ଼ିଓ ନେଲେ, ତାହା ପୁଣି ପୁରୀ ପୋଲିସ ଜାଣି ପାରିଲା ନାହିଁ ସେ ନେଇ ସାଧାରଣ ରେ ପ୍ରଶ୍ନ ଉଠିଛି। ତେବେ ଏହି ଘଟଣା ରୁ ପ୍ରମାଣିତ ହୋଇଯାଇଛି ଜେ ଶ୍ରୀ ମନ୍ଦିର ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ ଢିଲା।
ଶ୍ରୀ ମନ୍ଦିର ର ସୁରକ୍ଷା ପାଇଁ କୋଟି କୋଟି ଟଂକା ଖର୍ଚ୍ଚ ହେଉଥିବା ବେଳେ, ମାଳ ମାଳ ପୋଲିସ୍ ସୁରକ୍ଷା ରେ ଥିବା ବେଳେ ଶ୍ରୀ ମନ୍ଦିର ଭିତରକୁ ମୋବାଇଲ ଯାଉଥିବା ବେଳେ ଶ୍ରୀ ମନ୍ଦିର ଉପରେ ଅନାୟାସ ରେ ଡ୍ରୋନ ଉଡୁଛି। ହେଲେ ଦୁର୍ଭାଗ୍ୟ ର ବିଷୟ ଏହାର ଟେର ପାଇ ପାରୁନାହିଁ ପୋଲିସ୍। ଯଦି ଡ୍ରୋନ ମାଧ୍ୟମ ରେ କେହି ଜଦି କିଛି ବିସ୍ଫୋରକ ସାମଗ୍ରୀ ନେଇ ଶ୍ରୀ ମନ୍ଦିର ଉପରେ ଏବଂ ଭକ୍ତ ଙ୍କ ଉପରେ ଆକ୍ରମଣ କରି କିଛି ଅଘଟଣ ଘଟାଏ କିଏ ଦାୟୀ ରହିବ ବୋଲି ପ୍ରଶ୍ନ ଉଠିଛି। ଶ୍ରୀ ମନ୍ଦିର ଭଳି ଏକ ଗୁରୁତ୍ବପୁର୍ଣ ସ୍ଥାନ ରେ ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ରାଜ୍ୟ ସରକାର ନ ନେବା ଦୁର୍ଭାଗ୍ୟ ର ବିଷୟ ବୋଲି ଭକ୍ତ କହିଚନ୍ତି। ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ରେ ହଜାର ହଜାର କୋଟି ଟଂକା ସରକାର ଖର୍ଚ୍ଚ କରିଥିବା ବେଳେ ଶ୍ରୀ ମନ୍ଦିର ସୁରକ୍ଷା ଓ ଭକ୍ତ ଙ୍କ ସୁରକ୍ଷା ଦିଗ ରେ ସରକାର ଗୁରୁତ୍ଵ ନ ଦେବା ଭକ୍ତ ମହଲରେ ଅସନ୍ତୋଷ ସୃଷ୍ଟି କରିଚି। ତୁରନ୍ତ ଶ୍ରୀ ମନ୍ଦିର ର ସୁରକ୍ଷା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବାକୁ ଦାବୀ ହେଇଛି। ଗତ 2023 ମସିହାରେ ଜଣେ ୟୁଟ୍ୟୁବର ଶ୍ରୀ ମନ୍ଦିର ଉପରେ ଡ୍ରୋ ନ ଉଡ଼ାଇ ଭିଡ଼ିଓ ନେଇଥିଲେ। ଏହାକୁ ନେଇ ବିରୋଧ ହେବା ପରେ ଉକ୍ତ ୟୁଟ୍ୟୁବର ବିରୋଧ ରେ ପୋଲିସ୍ ମାମଲା ରୁଜୁ କରି ଗିରଫ କରିଥିଲା। ଶ୍ରୀ ମନ୍ଦିର ରେଡ ଜୋନ୍ ଆସିଥିବାରୁ ଏହା ଉପରେ dron ଉଡ଼ାଇବା ନେଇ କଟକଣା ରହିଚି।
ପୁରୀ ଏସପି ବିନିତ ଅଗ୍ରୱାଲ କହିଛନ୍ତି, ଶ୍ରୀ ମନ୍ଦିର ଉପରେ ଆଜି ଡ୍ରୋନ ଉଡ଼ିବା ନେଇ ପୋଲିସ୍ କୁ ଖବର ଆସିଥିଲା। ଘଟଣାର ତଦନ୍ତ ଜାରି ରହିଛି। ଦୁଇଟି ଟିମ ଏଥି ପାଇଁ ଗଠନ କରାଯାଇ ବିଭିନ୍ନ ଦିଗ କୁ ନେଇ ତଦନ୍ତ ଚାଲିଚି। ଆମେ ଖୁବ୍ ଶୀଘ୍ର ଉକ୍ତ ବ୍ୟକ୍ତି କୁ ଧରିବୁ ଓ ଆଇନଗତ କାର୍ଯ୍ୟନୁଷ୍ଠାନ ନେବୁ। ତେବେ ଶ୍ରୀ ମନ୍ଦିର ଚାରି ପାଖ ରେ ୱାଚ ଟାୱାର କରାଯାଇ ପୋଲିସ ମୁତୟନ କରାଯିବା। ଶ୍ରୀ ମନ୍ଦିର ର ସୁରକ୍ଷା ବ୍ୟବସ୍ଥା କୁ ଆହୁରି କଡ଼ାକଡ଼ି କରାଯିବ।
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )