February 28, 2026
Home » ପୁନେ ରେ ପ୍ରବାସୀ ପଶ୍ଚିମ ଓଡ଼ିଶାବାସୀ ଙ୍କ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ l

ପୁନେ ରେ ପ୍ରବାସୀ ପଶ୍ଚିମ ଓଡ଼ିଶାବାସୀ ଙ୍କ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ l

0
WhatsApp Image 2024-09-24 at 12.02.26 PM

ନୂଆଁଖାଇ ପଶ୍ଚିମ ଓଡ଼ିଶାର ମହାନ ଗଣ ପର୍ବ। ଏହି ନିଆରା କୃଷି ଭିତ୍ତିକ ପର୍ବ ରେ ପ୍ରବାସୀ ପଶ୍ଚିମ ଓଡ଼ିଶା ବାସୀ ନୂତନ ଭାବେ ଅମଳ ଧାନ ନେଇ ଓ ତହିଁରେ ପ୍ରସ୍ତୁତ ଭୋଗ କୁ ଇଷ୍ଟଦେବୀ ଙ୍କ ଠାରେ ଅର୍ପଣ କରିଥିଲେ l ସଂଘ ର ସଭାପତି ହେମସାଗର ସାହୁ ଙ୍କ ଅଧ୍ୟକ୍ଷତା ର ନୂଆଁଖାଇ ଭେଟଘାଟ ଉତ୍ସବ ସେପଟେମ୍ବର ମାସ ୨୨ ତାରିଖ ଦିନ ଅଙ୍କୁଶ ରାଓ ଲାଣ୍ ଗେ ହଳ, ଭୋଷରି, ପୁନେ ଠାରେ ମନାଇ ଥିଲେ । ମହାରାଷ୍ଟ୍ର ପୁନେ ର ପ୍ରବାସୀ ପଶ୍ଚିମ ଓଡ଼ିଶାବାସୀ ଙ୍କ ଦ୍ଵାରା ପଞ୍ଜୀକୃତ “ଭେଟଘାଟ କଲଚରାଳ ଏସୋସିଏସନ୍” ୨୦୦୫ ରୁ ପ୍ରତ୍ୟେକ ବର୍ଷ ଏହା ପାଳନ କରି ଆସୁଛି। ଏହି ବର୍ଷ ନୂଆଁଖାଇ ଭେଟ୍ ଘାଟ୍ ରେ ପ୍ରାୟ ୬୦୦ ରୁ ଅଧିକ ମାନ୍ୟଗଣ୍ୟ, ବୁଦ୍ଧିଜୀବୀ, ସଂସ୍କୃତି ପ୍ରେମୀ ଉପସ୍ଥିତ ଥିଲେ । ସମସ୍ତେ ସମ୍ବଲପୁରୀ ବସ୍ତ୍ର ପରିଧାନ କରିଥିବା ଦେଖିବାକୁ ମିଳଥିଲା l ସେହିପରି ସୁସ୍ବାଦୁ ଖାଦ୍ୟ ଭାତ , ଡାଲି, କରଡ଼ି ଲେଥା, ଆରିସା ପିଠା, ଆମ୍ବୁଲ ରାଇ ପ୍ରଭୃତି ବ୍ୟଞ୍ଜନ ପ୍ରସ୍ତୁତ କରିଥିଲେ। ପ୍ରଥମେ ବାଦ୍ୟ ଯନ୍ତ୍ର ଗୁଡ଼ିକୁ ପୂଜା କରି ଜୁଗାଡ ଯାତ୍ରା ରୁ ଆରମ୍ଭ କରିଥିଲେ l
ଚଳିତ ବର୍ଷ ପଶ୍ଚିମ ଓଡ଼ିଶା ର ଢ଼ଲିଆଖୁସା କଳାପରିଷଦ, ବରଗଡ଼, ର ଗିତ ବାଦ୍ୟ ରେ ଖୁବ୍ ଝୁମିଥିଲେ ଦର୍ଶକ । କମେଡି କିଙ୍ଗ ମନ ପଟେଲ, କେଦାର ପଟେଲ ଓ ଚାନ୍ଦିନୀ ସୁନା ଙ୍କ ହାସ୍ୟ ନାଟକ ରେ ହସି ହସି ବେଦମ୍ ହେଇଥିଲେ ସମସ୍ତେ । କଳା ଓ ସଂସ୍କୃତି କୁ ପ୍ରଚାର୍ ପ୍ରସାର କରିବା ସହିତ ନାରୀ ମାନଙ୍କୁ ଉପାର୍ଜନ କ୍ଷମତା ଦେଇ ଆସୁ ଥିବା ଦଣ୍ଡରତ୍ନ ବିପିନ ଜାଲ ଙ୍କୁ ଦଣ୍ଡ ଅର୍ଜୁନ ଉପାଧି ରେ ସମ୍ମାନୀତ କରାଯାଇଥିଲା । ପିଙ୍କି ଶର୍ମା ଙ୍କର କରିଓଗ୍ରାଫ କରିଥିବା ଆର୍ମିସ୍କୁଲ ର କୁନି କୁନି ପିଲାଙ୍କ ଡାନ୍ସ ବହୁତ୍ ହ୍ରୁଦୟ ସ୍ପର୍ଶି ହୋଇଥିଲା । ଏହି ଅବସରରେ ଏକ ବାର୍ଷିକ ପତ୍ରିକା ଉନ୍ମୋଚନ ହୋଇଥିଲା l ଜିତେନ୍ଦ୍ର ମିଶ୍ର, ପ୍ରତ୍ୟୁଷା ଗୁରୁ ଓ ପିଙ୍କି ଶର୍ମା ମଞ୍ଚ ପରିଚାଳନା ରେ ଥିବା ବେଳେ ସମସ୍ତ ସଭ୍ୟ ମନେ ପ୍ରମୁଖ ଦାୟିତ୍ଵ ତୁଲଇଥିଲେ । ଶେଷରେ ସୁନିଲ୍ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *