February 3, 2026
Home » ପୁରପଲ୍ଲୀରେ ମା’ମାନେ କଲେ ଦାଣ୍ଡ ପହଁରା ଓ ବାଟ ଓଷା 

ପୁରପଲ୍ଲୀରେ ମା’ମାନେ କଲେ ଦାଣ୍ଡ ପହଁରା ଓ ବାଟ ଓଷା 

0
unnamed
 ନୟାଗଡ଼ ଜିଲ୍ଲାର ବିଭିନ୍ନ ଗ୍ରାମରେ ଦାଣ୍ଡ ପହଁରା ଓ ବାଟ ଓଷା ପାଳିତ ହୋଇଯାଇଛି।ମା’ମାନେ ଘର ପରିବାର ଓ ପିଲାମାନଙ୍କର ଶୁଭ ମନାସି ଦାଣ୍ଡ ପହଁରା ଓଷା କରିଥାନ୍ତି। ପୈ।ରାଣିକ ତଥ୍ୟ ଅନୁସାରେ ପୈ।ଷ ମାସର କୃଷ୍ଣ ପକ୍ଷ ଦ୍ବିତୀୟା ତିଥିରେ ଏହି ଓଷା କରିବାର ବିଧି ଥିଲାବେଳେ, ଇନ୍ଦ୍ରଙ୍କ ମୁଖ୍ୟ ଅସ୍ତ୍ର ବଜ୍ର ହୋଇଥିବାରୁ ମା’ମାନେ ବାଲିରେ ବଜ୍ରମୂଳୀ ଗଛକୁ ମେଣ୍ଟା କରି ସେଥିର ଧୂପ,ଦୀପ,ଫୁଲ ଦେଇ ଯେଝା ଘରୁ ଆଣିଥିବା ଭାତ,ତରକାରି ବଜ୍ରମୂଳୀ ଗଛ ମୂଳରେ ରଖି ପୂଜା କରିଥାନ୍ତି। ଏବଂ ପିଲାମାନଙ୍କର ନାମ ମନରେ ନେଇ ଝାଡୁରେ ଦାଣ୍ଡ ଓଳେଇ ଥାନ୍ତି । ସେହିପରି ଭାବରେ ମା’ମାନେ ନିର୍ଜଳା ଉପବାସ ରହି ଦିନତମାମ ନିଷ୍ଠାର ସହକାରେ ଏହି ପୂଜା କରିଥାନ୍ତି। ପିଲାମାନଙ୍କର ଶୁଭ ମନାସିବା ସହିତ ଯମ ଦଣ୍ଡରୁ ମୁକୁଳିବା ନିମନ୍ତେ ମା’ମାନେ ଏହି ଓଷା କରିଥାନ୍ତି।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *