ପୁରାତନ ଡାକ୍ତର ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଧନା

ବ୍ରହ୍ମପୁର ସରସତୀ ବିଦ୍ୟା ମନ୍ଦିର, ନୀଳକଣ୍ଠ ନଗର, ପ୍ରାଙ୍ଗଣରେ ପୁରାତନ ଛାତ୍ର ଛାତ୍ରୀ ଡାକ୍ତର ମାନଙ୍କର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ନିଟ୍-୨୦୨୪ ରେ କୃତକାର୍ଯ୍ୟ ହୋଇ ଏମ୍.ବି.ବି.ଏସ୍. ପାଇଥିବା ୧୪୭ ଜଣ ଛାତ୍ରଛାତ୍ରୀମାନଙ୍କୁ ସମ୍ବଦ୍ଧନା ଜ୍ଞାପନ କରାଯାଇଥିଲା । ନିଟ୍- ୨୦୨୪ ପରୀକ୍ଷାରେ ଅନୁଷ୍ଠାନ ଠାରେ ତାଲିମ ନେଇଥିବା ଶ୍ରୀମାନ୍ କୁଳଦିପ ବେହେରା ସର୍ବୋଚ୍ଚ ୭୦୫ ମାର୍କ ରଖୁଥିୃବାରୁ ଅନୁଷ୍ଠାନ ତରଫରୁ ତଙ୍କୁ ବିଶେଷ ସମ୍ବର୍ଦ୍ଧନା ଦେବାସହ ଏକ ମଟର ସାଇକେଲ ଦିଆଯାଇ ଥିଲା।ସବୁ ବର୍ଷ ଭଳି ନିଟ୍-୨୦୨୪ ରେ ସଫଳତା ଅର୍ଜନ କରି ବିଭିନ୍ନ ଭେଷଜ ମହାବିଦ୍ୟାଳୟରେ ଅଧୟନରତ ଥିବା ୧୪୭ ଜଣ ଛାତ୍ରଛାତ୍ରୀମାନଙ୍କୁ ସତନ୍ତ୍ର ଭାବେ ସମ୍ବନ୍ଧିତ କରାଯାଇଥିଲା । ନୀଳକଣ୍ଠନଗର ସରସ୍ବତୀ ବିଦ୍ୟା ମନ୍ଦିରରୁ ଉତ୍ତୀର୍ଣ୍ଣ ହୋଇଥିବା ଅନୁଷ୍ଠାନର ସମସ୍ତ ଏମ.ବି.ବି.ଏସ୍ ପୂର୍ବ ଛାତ୍ରଛାତ୍ରୀମାନଙ୍କୁ ନିମନ୍ତ୍ରଣ କରାଯାଇ ସମସ୍ତଙ୍କୁ ସମ୍ବନ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପାଞ୍ଚଶହରୁ ଊର୍ଦ୍ଧ୍ଵ ପୂର୍ବ ଡାକ୍ତର ଛାତ୍ରଛାତ୍ରୀ ଯୋଗଦେଇ ଅନୁଷ୍ଠାନକୁ ଗୌରବାନ୍ବିତ କରିଛନ୍ତି ।
ଉକ୍ତ କର୍ଯ୍ୟ କ୍ରମରେ ମୁଖ୍ୟ ଅତିଥୁ ରୂପେ ମାନ୍ୟବର ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ, ସମ୍ମାନିତ ଅତିଥି ରୂପେ ଚିକିଟୀ ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ମନୋରଞ୍ଜନ ଦ୍ୟାନସାମନ୍ତରାୟ, ଓଡ଼ିଶା ସାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ, ଭୁବନେଶ୍ୱରର ମାନ୍ୟବର କୂଳପତି ପ୍ରଫେସର ଡ. ମାନସ ରଞ୍ଜନ ସାହୁ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ର ଆଂଚଳିକ ମହାପ୍ରବନ୍ଧକ ଶ୍ରୀଯୁକ୍ତ ହରିକୃଷ୍ଣ ପଣ୍ଡା, ବ୍ରହ୍ମପୁର ଏମ୍.କେ.ସି.ଜି ମେଡ଼ିକାଲ କଲେଜର ସହକାରୀ ସହଯୋଗୀ ପ୍ରାଧ୍ୟାପକ ଡ. ଚନ୍ଦନ ଗନ୍ତାୟତ ମଂଚାସୀନ ରହି ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହିତ କରିଥିଲେ ।
। ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଏସ୍.ମୋହନ ରାଓ ମତାଂସୀନ ଅତିଥୁମାନଙ୍କର ପରିଚୟ ପ୍ରଦାନ କରିଥିବାବେଳେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସୁବ୍ରତ କୁମାର ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ ସମ୍ପର୍କରେ ଆଲୋକପାତ କରିଥିଲେ । ଶେଷରେ ଅନୁଷ୍ଠାନର ଶୈକ୍ଷିକ ପ୍ରଶାସକ ଶ୍ରୀମାନ୍ ଲମାଧବ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଏକ ବିଶାଳ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ପରିଚାଳନା ସମିତିର ଯୁଗ୍ମସମ୍ପାଦକ ଶ୍ରୀ ନୀଳକଣ୍ଠ ସାହୁ, କୋଷାଧକ୍ଷ ଶ୍ରୀ ସୋମନାଥ ନନ୍ଦ, ସଦସ୍ୟା ଶ୍ରୀମତୀ ବାସନ୍ତୀ ବେହେରା, ଉପଦେଷ୍ଟାମଣ୍ଡଳୀରେ ଥୁବା ଶ୍ରୀ ନରସିଂହ ଚୌଧୁରୀ, ଶ୍ରୀମତୀ ପ୍ରଣତୀ ସାମଲ, ଶ୍ରୀମତୀ ମମତା ପାଣିଗ୍ରାହୀ, ଶ୍ରୀ ସୁଦର୍ଶନ ପାଢ଼ୀ, ଶ୍ରୀ ପୂର୍ଣଚନ୍ଦ୍ର ପଣ୍ଡା, ଶ୍ରୀ ହରେକୃଷ୍ଣ ପାଢ଼ୀ, ଶ୍ରୀ ଭେଙ୍କେଟ୍ ରାଓ, ଡ. ରାଜେନ୍ଦ୍ର ଡାକୁଆ, ଡ. ପ୍ରସନ୍ନ କର, ଶ୍ରୀ ଦେବେନ୍ଦ୍ର ପାଢ଼ୀ ଏବଂ ଅନ୍ୟ କର୍ମକର୍ତାଙ୍କ ସହ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ପ୍ରଧାନାଚାର୍ଯ୍ୟ ଶ୍ରୀ ସୁରେଶ ଆଚାର୍ଯ୍ୟ ଉପସ୍ଥିତ ରହି ସମସ୍ତଙ୍କୁ ଆନ୍ତରିକ ଅଭିନନ୍ଦନ ଜ୍ଞାପନ କରିଛନ୍ତି।