July 6, 2025
Home » ପୁରୀରେ ଅନ୍ତ୍ୟୋଦୟ ଗୃହ ଯୋଜନା ର ଶୁଭାରମ୍ଭ

ପୁରୀରେ ଅନ୍ତ୍ୟୋଦୟ ଗୃହ ଯୋଜନା ର ଶୁଭାରମ୍ଭ

0
WhatsApp Image 2025-03-31 at 2.28.52 PM

ଆଉ ରହିବନି କଚ୍ଚା ଘର। ଜରି ପାଲ ତଳେ ଗରିବ ଲୋକଙ୍କୁ ଆଉ ରହିବାକୁ ପଡିବ ନାହିଁ। କଚ୍ଚା ଘରେ ରହୁଥିବା ଲୋକମାନଙ୍କୁ ସରକାରଙ୍କ ପକ୍ଷରୁ ମିଳିବ ପକ୍କାଘର। ପୁରୀ ତାଳବଣିଆ ପଡ଼ିଆ ଠାରେ ଅନ୍ତ୍ୟୋଦୟ ଗୃହ ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏଭଳି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୧୨ ଶହ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି। ତେବେ ଘର ପାଇବା ପାଇଁ ହେଲେ କୌଣସି ଅଧିକାରୀ କିମ୍ବା ମଧ୍ୟସ୍ଥିଙ୍କୁ ଲାଞ୍ଚ କି ହାତଗୁଞ୍ଜା ଦେବାକୁ ପଡ଼ିବ ନାହିଁ।

ଯେକେହି ବି ଏଭଳି ବେଆଇନ୍ କାର୍ଯ୍ୟ କରିବେ ସେମାନଙ୍କ ବିରୋଧରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ। ପୁରୀ ତାଳବଣିଆ ପଡିଆ ଠାରେ ଆୟୋଜିତ ଅନ୍ତ୍ୟୋଦୟ ଗୃହ ଶୁଭାରମ୍ଭ ଯୋଜନା କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ପୁରୀ ବିଧାୟକ ସୁନିଲ୍ କୁମାର ମହାନ୍ତି, ସାଂସଦ ସମ୍ବିତ ପାତ୍ର, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ପୁରୀ ସଦର ବ୍ଲକ୍ ଅଧ୍ୟକ୍ଷ ଦିବାକର ପାତ୍ରଙ୍କ ସହ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *