February 16, 2026
Home » ପୁରୀରେ ବଲିଉଡ ଅଭିନେତ୍ରୀ ଜୁହି ଚାୱଲା

ପୁରୀରେ ବଲିଉଡ ଅଭିନେତ୍ରୀ ଜୁହି ଚାୱଲା

0
vlcsnap-2024-08-18-16h39m08s150

ପୁରୀରେ ବଲିଉଡ ଅଭିନେତ୍ରୀ ଜୁହି ଚାୱଲା। ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କରିଛନ୍ତି ବଲିଉଡର ବରିଷ୍ଠ ଅଭିନେତ୍ରୀ ତଥା ଫିଲ୍ମ ନିର୍ମାତା ଜୁହି ଚାୱଲା। ମହାପ୍ରଭୁଙ୍କ ଦର୍ଶନ କରି ସେ ନିଜକୁ ଭାଗ୍ୟବାନ ମନେ କରିଥିବା କହିଛନ୍ତି। ଆଜି ଏକାଦଶୀର ଏକ ଶୁଭ ଦିନରେ ମହାପ୍ରଭୁଙ୍କ ଡୋରି ତାଙ୍କୁ ପୁରୀ ଟାଣି ଆଣିଛି ବୋଲି ସେ କହିଛନ୍ତି। ତେବେ ମହାପ୍ରଭୁଙ୍କ ଦର୍ଶନ ସହ ମା ଲକ୍ଷ୍ମୀ, ବିମଳା ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କ ଦର୍ଶନ କରି ବେଶ୍ ଭାବ ବିଭୋର ହୋଇପଡିଥିବା କହିଛନ୍ତି ଜୁହି ଚାୱଲା। କିଛି ମାସ ହେଲା ମହାପ୍ରଭୁଙ୍କ ଦର୍ଶନ ପାଇଁ ସେ ଶ୍ରୀମନ୍ଦିର ଆସିବାକୁ ମନସ୍ତ କରିଥିଲେ। ତେବେ ମହାପ୍ରଭୁ ତାଙ୍କ ଆଶା ଆଜି ପୂରଣ କରିଥିବାରୁ ମହାପ୍ରଭୁଙ୍କ ପାଖରେ ସେ ନିଜକୁ ସମର୍ପଣ କରିଦେଇଥିବା କହିଛନ୍ତି। ସେହିପରି ମହାପ୍ରଭୁଙ୍କ ଆଶୀର୍ବାଦରୁ ୨୦୨୪ ଆଇପିଏଲ ମହାସମରରେ କେକେଆର୍ ଜିତାପଟ ହାସଲ କରିଥିବାରୁ ସେ ମହାପ୍ରଭୁ ଙ୍କୁ ଧନ୍ୟବାଦ ଦେବା ପାଇଁ ପୁରୀ ଆସିଥିବା କହିଛନ୍ତି। ଆଗକୁ ନିଜ କର୍ମମୟ ଜୀବନ କିଭଳି ସୁରୁଖୁରୁରେ ଚାଲିବ ଏବଂ ଦେଶବାସୀଙ୍କ ସୁଖ ସମୃଦ୍ଧି ମଧ୍ୟ କାମନା କରିଛନ୍ତି ବରିଷ୍ଠ ଅଭିନେତ୍ରୀ ଜୁହି ଚାୱଲା। ତେବେ ଆଗାମୀ ଦିନ ରେ ମଧ୍ୟ ମହାପ୍ରଭୁ ଙ୍କୁ ଦର୍ଶନ ପାଇଁ ଆସିବେ ବୋଲି ଜୁହି ଚାୱଲା କହିଥିଲେ।

 

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *