February 10, 2026
Home » ପୁରୀରେ ବାତ୍ୟା ପ୍ରଭାବରେ ଗଛ ପଡିଲା।

ପୁରୀରେ ବାତ୍ୟା ପ୍ରଭାବରେ ଗଛ ପଡିଲା।

0
WhatsApp Image 2025-10-28 at 12.16.56 PM (1)

ପୁରୀରେ ବାତ୍ୟାର ପ୍ରଭାବ। ଲଗାଣ ବର୍ଷା ଓ ପବନରେ ପୁରୀର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡି ଥିବା ବେଳେ ଏଵେ ରାସ୍ତା ଉପରେ ନଡିଆ ଗଛ ପଡିଥିବା ଦେଖିବାକୁ ମିଳିଛି। ପୁରୀରେ ଆଜି ପବନର ବେଗ ବଢିଥିବାରୁ ଏହାର ପ୍ରଭାବରେ ବନମାଳୀପୁର ଅଞ୍ଚଳରେ ରାସ୍ତା ଉପରେ ଗୋଟିଏ ନଡିଆ ଗଛ ପଡି ରାସ୍ତା ଅବରୋଧ ହୋଇଥିଲା। ଖବରପାଇ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଂଚି କଟର୍ ମେସିନ୍ ସାହାଯ୍ୟରେ ଗଛକୁ କାଟି ରାସ୍ତା ସଫା କରିଥିଲେ। ତେବେ ବାତ୍ୟାର ପ୍ରତିଟି ପରିସ୍ଥିତିରେ ଅଗ୍ନିଶମ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ଟେଲିଫୋନ ଯୋଗେ ଅଧିକାରୀ ପ୍ରଭାତ ରାଉତ କହିଛନ୍ତି।

 

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *