ପୁରୀରେ ହାଇଆଲଟ୍
ଦିଲ୍ଲୀରେ ଭୟଙ୍କର କାର୍ ବିସ୍ପୋରଣ ପରେ ପୁରୀରେ ହାଇ ଆଲର୍ଟ ଜାରି କରାଯାଇଛି l ପୂର୍ବରୁ ଆତଙ୍କବାଦୀଙ୍କ ଟାର୍ଗେଟରେ ପୁରୀ ରହିଥିବାରୁ ପୁରୀ ଏସପିଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଅଧିକାରୀ ମାନେ ସିଂହଦ୍ଵାର ଥାନାରୁ ଫ୍ଲାଗମାର୍ଚ୍ଚ କରି ଶ୍ରୀମନ୍ଦିର ଚାରିପଟେ ପରିକ୍ରମା କରିବା ସହ ବଡଦାଣ୍ଡରେ ପିସିଆର୍ ଭ୍ୟାନ୍ ପାଟ୍ରୋଲିଂ କରିଥିଲା। ଶ୍ରୀମନ୍ଦିର ଚାରିପଟେ ରକ୍ଷକ ଗାଡି ମଧ୍ୟ ଏହି ଫ୍ଲାଗମାର୍ଚ୍ଚରେ ସାମିଲ ହୋଇଥିଲା। ପୁରୀ ଉପକୂଳ ଅଞ୍ଚଳରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ସନ୍ଦିଗ୍ଧ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ପୁରୀର ବିଭିନ୍ନ ପ୍ରବେଶପଥ ଗୁଡିକରେ ପାଟ୍ରୋଲିଂକୁ ଜୋର୍ଦାର କରାଯିବା ସହ ନାକା କରାଯାଇଛି l ବିସ୍ପୋରଣ ପରେ ଶ୍ରୀମନ୍ଦିର ଚତୁପାର୍ଶ୍ଵ,ରେଲ୍ଓ୍ବେ ଷ୍ଟେଶନ, ବସଷ୍ଟାଣ୍ଡ ଓ ବେଳାଭୂମି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି। ଅନ୍ୟପଟେ ମେରାଇନ୍ ଥାନା ଅଧିକାରୀଙ୍କୁ ପାଟ୍ରୋଲିଂ କଡାକଡି କରିବା ସହ ସ୍ଥାନୀୟ ଲୋକଙ୍କ ସହ ଯୋଗାଯୋଗ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପାର୍କିଂ ସ୍ଥଳରେ କିମ୍ବା ରାସ୍ତାରେ କୌଣସି ଗାଡିକୁ ସନ୍ଦେହଜନକ ଅବସ୍ଥାରେ ରହିଥିବା ସୂଚନା ମିଳିଲେ ତୁରନ୍ତ ଯାଞ୍ଚ କରିବାକୁ କୁହାଯାଇଛି। ସେହିଭଳି କୌଣସି ଅଜଣା ବ୍ୟକ୍ତିଙ୍କ ଉପରେ ସନ୍ଦେହ ହେଲେ ପୋଲିସ ତୁରନ୍ତ ତାଙ୍କ ସମ୍ପର୍କରେ ତଥ୍ୟ ନେବାକୁ ପରାମର୍ଶ ଦିଆଯାଇଛି l ଏହାସହ ରେଳଷ୍ଟେସନରେ ସୁରକ୍ଷା ବ୍ୟବସ୍ତା କଡାକଡି ପାଇଁ ପୁରୀ ରେଲୱେ ପୋଲିସଙ୍କୁ ପରାମର୍ଶ ଦିଆଯାଇଛି । ଟ୍ରେନରେ ଯାଉଥିବା ଯାତ୍ରୀ ସହ ହୋଟେଲକୁ ଆସୁଥିବା ପର୍ଯ୍ୟଟକଙ୍କୁ ତନ୍ନତନ୍ନ କରି ଯାଞ୍ଚ କରିବା ସହ ସନ୍ଦେହଜନକ ବସ୍ତୁ ବା ବ୍ୟକ୍ତିଙ୍କ ଉପରେ ପୋଲିସ ନଜର ରଖିଥିବା ପୁରୀ ଏସ୍ପି ସୂଚନା ଦେଇଛନ୍ତି।
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
