ପୁରୀ କଣାସରେ ଝାଡାବାନ୍ତି ଆତଙ୍କ

ପୁରୀ କଣାସରେ ଝାଡାବାନ୍ତି ବ୍ୟାପିବା ପ୍ରସଙ୍ଗ ।ପ୍ରତିକ୍ରିୟା ରଖିଲେ ସିଡି ଏମ ଓ ରୁପଭାନୁ ମିଶ୍ର ।ଦୂଷିତ ଦୟା ନଦୀ ପାଣି ପିଇବା ଯୋଗୁଁ ବ୍ୟାପୁଛି ରୋଗ । ଲାବରୋଟରି ଟେଷ୍ଟ ପରେ ଦୟା ନଦୀ ପାଣି ସଂକ୍ରମିତ ବୋଲି ଜଣାପଡିଛି ।ସିଡି ଏମ ଓ , ଡିପିଏମ୍,ଡି ପି ଏଚ ଓ,କଣାସ ମେଡିକାଲ୍ ଇନଚାର୍ଜ୍ ,ତହସିଲଦାର,ବିଡ଼ିଓ ଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ଯାଇ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି । ଦୟା ନଦୀ ପାଣି ନ ପିଇ ଟ୍ୟାଙ୍କର ରେ ଯାଉଥିବା ପାଣି ପିଇବା ସହ ନଳକୂପ ପାଣି ଅନ୍ୟ କାର୍ଯ୍ୟରେ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି।ଗ୍ରାମବାସୀ ମାନଙ୍କ ଆଲୋଚନା କରାଯାଇ ଦୟା ନଦୀ ଅଞ୍ଚଳରେ ବାଡ ପକାଇବାକୁ ନିଷ୍ପତ୍ତି ନିଆଯାଇଛି ।
ଏହାସହିତ ଟ୍ୟାଙ୍କର ରେ ଅଧିକ ପାଣି ଯୋଗାଇବାକୁ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ଗ୍ରାମବାସୀ ।ଏଥିସହିତ ORS,BLEACHING, ଏବଂ ହାଲୋଜିନ ବଟିକା ପ୍ରଭାବିତ ଅଞ୍ଚଳରେ ଯୋଗାଇ ଦିଆଯିବା ସହ ନଦୀ ଏପାଖରେ ଗୋଟିଏ ଓ ଅପର ପାର୍ଶ୍ଵରେ ଆଉ ଗୋଟିଏ କ୍ୟାମ୍ପ କରାଯାଇଛି ।ହ୍ୟାଣ୍ଡ ୱାସିଂ ଉପରେ ଗୁରୁତ୍ବ ଦିଆଯିବା ସହ ଅଞ୍ଚଳରେ ସଚେତନତା ପାଇଁ ପୋଷ୍ଟର ଏବଂ ଲିଫ୍ଲେଟ ବଣ୍ଟା ଯାଉଛି ।ଏହାସହିତ ଏଡି ଏମ ଓ ଡିଯିଜ୍ କଣ୍ଟ୍ରୋଲ,ମେଡ଼ିସିନ୍ ସ୍ପେଶିଆଲିଷ୍ଟ ମଧ୍ୟ ଆଜି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି ।ଗଡିଶା ଗଦା PHC ରେ ମଧ୍ୟ ସାଲାଇଁନ ଦେବାପାଇଁ ବ୍ୟବସ୍ଥା କରାଯାଇଛି ।
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )