March 15, 2025
Home » ପୁରୀ ଗସ୍ତ ରେ ରାଜସ୍ବ ମନ୍ତ୍ରୀ

ପୁରୀ ଗସ୍ତ ରେ ରାଜସ୍ବ ମନ୍ତ୍ରୀ

0

ପୁରୀ ଗସ୍ତ ରେ ଆସୀ ରାଜସ୍ବ ମନ୍ତ୍ରୀ ସୁରେଶ ପୁଜା ମହାପ୍ରଭୁ ଙ୍କୁ ଦର୍ଶନ କରିଛନ୍ତି। ଏହି ଅବସର ରେ ପୁରୀ ରେ ଥିବା ଦୀର୍ଘ ଦିନ ର ଜମିଜମା ସଂପର୍କିତ ସମସ୍ୟା ଉପରେ ରାଜସ୍ବ ମନ୍ତ୍ରୀ ମତ ରଖିଛନ୍ତି।ସେ କହିଛନ୍ତି ଓଡିଶା ରେ ଜମୀ ଜମା କୁ ନେଇ ଅନେକ ସମସ୍ୟା ରହିଚି। ପୁରୀ ରେ ମଧ୍ୟ ଜମିଜମା ସମସ୍ୟା ରହିଚି।ମହାପ୍ରଭୁ ଙ୍କ ନାମରେ ଅନେକ ଜମି ରହିଚି। ସେହିପରି ପୁରୀ ପୌର ପଳିକା ଅଧୀନରେ ଅନେକ ଜମି ରହିଛି। ଏହି ସମସ୍ୟା ଯୋଗୁଁ ଲୋକ ମାନେ ଅସୁବିଧା ଭୋଗୁଛନ୍ତି। ତେବେ ଏହାର କିଭଳି ସମାଧାନ ହୋଇ ପାରିବ ସେ ନେଇ ଅତୀତରେ କାର୍ଯ୍ୟ କରିଥିବା ଅନେକ ଅଭିଜ୍ଞ ରାଜସ୍ବ ଅଧିକାରି ଙ୍କ ସହ ସରକାର ଯୋଗାଯୋଗ ରେ ଅଛନ୍ତି। ଜମିଜମା ସମସ୍ୟା ସମାଧାନ ପାଈଁ ସରକାର୍ ଉଦ୍ୟମ କରୁଛନ୍ତି।

ଆମ ସରକାର ଭୂମି ହିନ ମାନଙ୍କୁ 4 ଡିସିମିଲ ଜମି ମାଗଣା ରେ ଦେବେ। ଯିଏ 4 ଡିସିମିଲ ଜାଗା ରେ ଘର କରିଥିବ ଭୂମି ହିନ ଥିଲେ ଉକ୍ତ ଯାଗା ସେହି ବ୍ୟକ୍ତି ଙ୍କ ନାମରେ ହେବ। ଏ ନେଇ ସରକାର ଆଇନ ରେ ସଂଶୋଧନ କରିବା ପାଈଁ ନିଷ୍ପତ୍ତି ନେଇ ଚନ୍ତି। ଯେଉଁ ବ୍ୟକ୍ତି ପୈତୃକ ସମ୍ପତି ଏକ ଡିସିମିଲ ପାଇଥିବ ତାକୁ ମଧ୍ୟ ସରକାର ଭୂମି ହିନ ଭାବେ ଗ୍ରହଣ କରିବେ। ଆଦିବାସୀ ଙ୍କ ଉନ୍ନତୀ ପାଇଁ ଜଙ୍ଗଲ ଜମି କୁ ଆମେ ମଧ୍ଯ ପଟ୍ଟା ପ୍ରଦାନ କରିବୁ। ଆଗାମି 5 ବର୍ଷ ରେ କେହି ଓଡିଶା ରେ ଭୂମିହୀନ ଯେଭଳି ନ ରହିବେ ସେ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସବୁ ସ୍କୁଲ ନିଜସ୍ଵ ପଟା ଆଗାମୀ 31 ତାରିଖ ଭିତରେ ପ୍ରଦାନ କରାଯିବ। ତେବେ ଗୋଚର ଓ ସରକାରୀ ଜମି ଜବରଦଖଲ କରିଥିବା ଜମି ମାଫିଆ ଙ୍କ ବିରୋଧ ରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ। ଯେଉଁ ଶିଳ୍ପ ପତି ମାନେ ଶିଳ୍ପ ନାମରେ ଅଧିକ ଜମି ହାତେଇ ଛନ୍ତି କିନ୍ତୁ ଦିର୍ଘ୍ 10 ବର୍ଷ ହେବ ଜମି ଅବ୍ୟବହୃତ ହୋଇ ରହିଛି ତାହାର ସମୀକ୍ଷା ପାଇଁ ଜିଲାପାଳ ଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *