February 5, 2026
Home » ପୁରୀ ଜିଲ୍ଲା ତୃତୀୟ ଦିଶା ବୈଠକ ଅନୁଷ୍ଠିତ

ପୁରୀ ଜିଲ୍ଲା ତୃତୀୟ ଦିଶା ବୈଠକ ଅନୁଷ୍ଠିତ

0
WhatsApp Image 2026-01-22 at 6.00.34 PM (1)

ପୁରୀ:  ପୁରୀ ଜିଲ୍ଲା ତୃତୀୟ ଉନ୍ନୟନ ସମନ୍ବୟ ଓ ପରିଚାଳନା କମିଟି ବା ଦିଶା ବୈଠକ ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା।ଏଥିରେ ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର ଅଧ୍ୟକ୍ଷତା କରିବା ସହ ସମସ୍ତ ସରକାରୀ ଯୋଜନା ଜନସାଧାରଣଙ୍କ ହିତ ପାଇଁ ଉଦ୍ଦିଷ୍ଟ।ସାଧାରଣ ଲୋକ ମାନଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ଯୋଗାଇବା ଆମର କର୍ତ୍ତବ୍ୟ।ତେଣୁ ପ୍ରତ୍ୟେକ ବିଭାଗ ନିଷ୍ଠାର ସହ କାର୍ଯ୍ୟ କରି ଲୋକ ମାନଙ୍କୁ ତାହାର ସୁଫଳ ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ।ଅଧ୍ୟକ୍ଷ ଓ ଅନ୍ୟ ସଦସ୍ୟ ମାନେ ବିଭିନ୍ନ ବିଭାଗ ଉପରେ ଯେଉଁ ମତାମତ ଦେଇ ସମସ୍ୟା ଉପସ୍ଥାପନ କରୁଛନ୍ତି ତାହାର ସମାଧାନ ପାଇଁ ତ୍ବରାନ୍ବିତ ପ୍ରକ୍ରିୟାରେ କାର୍ଯ୍ୟ କରିବାକୁ ଡା ପାତ୍ର ପରାମର୍ଶ ଦେଇଥିଲେ।ଏହି ବୈଠକ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଓ ଜିଲ୍ଲାର ବିକାଶ ପାଇଁ ଅଭିପ୍ରେତ।ଯଦି କୌଣସି ଅଧିକାରୀ ବିନା ସୂଚନା ରେ ବୈଠକରେ ଅନୁପସ୍ଥିତ ରହୁଛନ୍ତି ତେବେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଥିଲେ।ଏହି ବୈଠକରେ କାକଟପୁର ବିଧାୟକ ତୁଷାର କାନ୍ତି ବେହେରା, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର,ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ପୁରୀ ବିଧାୟକ ସୁନୀଲ କୁମାର ମହାନ୍ତି,ଜିଲ୍ଲା ପରିଷଦ ର ଅଧ୍ୟକ୍ଷା ସ୍ବପ୍ନାରାଣୀ ସ୍ବାଇଁ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଶଂଗ୍ରହଣ କରିଥିଲେ।ଗ୍ରୀଷ୍ମ ଋତୁ ଆସୁଥିବାରୁ ପାନୀୟ ଜଳ ସଂକଟର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।ତେବେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ର ବିଭିନ୍ନ ପ୍ରକଳ୍ପ ର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇ ସମସ୍ତ ଲୋକ ପ୍ରତିନିଧି ମାନଙ୍କ ସହ ଯୋଗାଯୋଗ ରଖି କାର୍ଯ୍ୟ ତ୍ବରାନ୍ବିତ ପାଇଁ ପରାମର୍ଶ ଦିଆଯାଇଥିଲା।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ,କୃଷି ଓ କୃଷକ କଲ୍ୟାଣ, ପ୍ରାଣୀ ସମ୍ପଦ ଓ ଦୁଗ୍ଧ ଉତ୍ପାଦନ, ମୃତ୍ତିକା ସଂରକ୍ଷଣ, ଉଦ୍ୟାନ କୃଷି, ଭିନ୍ନକ୍ଷମ ସଶକ୍ତିକରଣ, ସାମାଜିକ ନ୍ୟାୟ ଓ ସଶକ୍ତିକରଣ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ,ଯୁବ ବ୍ୟାପାର ଓ କ୍ରୀଡା,ଜଳ ସମ୍ପଦ, ଖଣି, ଶିଳ୍ପ ପ୍ରଗତି ଓ ଆନୁଷଙ୍ଗିକ ବାଣିଜ୍ୟ, ପରିସଂଖ୍ୟାନ କାର୍ଯ୍ୟକ୍ରମ, ସଂଖ୍ୟା ଲଘୁ ବ୍ୟାପାର, ଗମନାଗମନ ଓ ରାଜପଥ, ଗ୍ରାମ୍ୟ ଉନ୍ନୟନ, ସମବାୟ, ଶକ୍ତି, ଅର୍ଥ, ଇଲୋକ୍ଟ୍ରୋନିକ୍ସ ଓ ଆଇଟି, ସାଧାରଣ ପ୍ରଶାସନ ଓ ଜନ ଶୁଣାଣି, ମହିଳା ଓ ଶିଶୁ ବିକାଶ, ଖାଦ୍ୟ ଓ ସାଧାରଣ ବଣ୍ଟନ, ପଞ୍ଚାୟତିରାଜ, ପାନୀୟ ଜଳ ଓ ପରିମଳ,ଗୃହ ନିର୍ମାଣ ଓ ସହରି ବିକାଶ, ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ର ଯୋଜନା ଗୁଡିକ ସମ୍ପର୍କରେ ଆଲୋଚନା କରାଯାଇ ପ୍ରକଳ୍ପ କାର୍ଯ୍ୟ କୁ ତ୍ୱରାନ୍ୱିତ କରିବାକୁ ସାଂସଦ ଡା ପାତ୍ର ପରାମର୍ଶ ଦେଇଥିଲେ।ପ୍ରାରମ୍ଭରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ସମସ୍ତଙ୍କୁ ସ୍ୱାଗତ କରିବା ସହ ବିଭିନ୍ନ ଯୋଜନା ର ଜିଲ୍ଲା ସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ।ଅଧ୍ୟକ୍ଷ ଙ୍କ ପରାମର୍ଶ କ୍ରମେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି କାର୍ଯ୍ୟସୂଚୀ ଅନୁସାରେ ବୈଠକ ପରିଚାଳନା ରେ ସହଯୋଗ କରିଥିଲେ।ପ୍ରାରମ୍ଭରେ ଅତିଥି ମାନେ ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରିଥିଲେ।ଅଧ୍ୟକ୍ଷ ଙ୍କ ପରାମର୍ଶ କ୍ରମେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ସମସ୍ତଙ୍କୁ ଜାତୀୟ ମତଦାତା ଦିବସ ର ଶପଥ ପାଠ କରାଇଥିଲେ।ଏଥିରେ ଜିଲ୍ଲାର ବିଭିନ୍ନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଧ୍ୟକ୍ଷା, ଏନଏସି ର ଅଧ୍ୟକ୍ଷ ଅଧ୍ୟକ୍ଷା,ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଶଂଗ୍ରହଣ କରିଥିଲେ।

 

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *