December 24, 2025
Home » ପୁରୀ ଜିଲ୍ଲା ସ୍ତରୀୟ ସୁଶାସନ ସପ୍ତାହ ପାଳିତ

ପୁରୀ ଜିଲ୍ଲା ସ୍ତରୀୟ ସୁଶାସନ ସପ୍ତାହ ପାଳିତ

0
Screenshot 2025-12-24 173133

ପୁରୀ ୨୩/୧୨ ନିଜେ ସଠିକ ହେବା ଓ ଅନ୍ୟ କୁ ସଠିକ ହେବା ପାଇଁ ପ୍ରେରଣା ଦେବା।ଲୋକ ସେବା କୁ ତ୍ବରାନ୍ବିତ ସହ ଅଭିଯୋଗ ଗୁଡିକ ର ତ୍ବରିତ ସମାଧାନ ହିଁ ସୁଶାସନ ବା ଗୁଡ ଗଭର୍ଣ୍ଣାନ୍ସ ର ବଡ ଉପଲବ୍ଧି ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା।ଆଜି ପୂର୍ବାହ୍ନରେ ସର୍କିଟ ହାଉସ ଠାରେ ପୁରୀ ଜିଲ୍ଲା ସ୍ତରୀୟ ସୁଶାସନ ସପ୍ତାହ ପାଳନ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ଆମେ ଡିସେମ୍ବର ୧୯ ରୁ ୨୫ ତାରିଖ ପର୍ଯ୍ୟନ୍ତ ସୁଶାସନ ସପ୍ତାହ ପାଳନ କରୁଛନ୍ତି। ତେବେ ପ୍ରତ୍ୟେକ ଅଧିକାରୀ ବା କର୍ମଚାରୀ ପାଇଁ ପ୍ରତିଟି ଦିନ ସୁଶାସନ ଦିବସ ବୋଲି କହିଥିଲେ।ଜନ କଲ୍ୟାଣକାରୀ ଯୋଜନା କୁ ଲୋକ ମାନଙ୍କ ନିକଟରେ ପହଞ୍ଚାଇବା, ଲୋକ ମାନଙ୍କ ଅଭିଯୋଗ ଗୁଡିକ ର ଶିଘ୍ର ସମାଧାନ କରିବା, ନିଜ କାର୍ଯ୍ୟ ରେ ସ୍ବଛତା ଅବଲମ୍ବନ କରିବା, ନାଗରିକ କୈନ୍ଦ୍ରିକ କାର୍ଯ୍ୟ ନିର୍ବାହ କରିବା ଓ ପ୍ରଶାସନ ଗାଁରେ ଅଭିଯାନ କୁ ସଫଳ କରିବାକୁ ସେ ପରାମର୍ଶ ଦେଇଥିଲେ।ବର୍ତ୍ତମାନ କାର୍ଯ୍ୟ ରେ ସ୍ବଛତା ପାଇଁ ଡିଜିଟାଲ ପେମେଂଟ, ଅନଲାଇନ ମାଧ୍ୟମରେ କାର୍ଯ୍ୟ ପରିଚାଳନା, ଓସ୍ବାସ ମାଧ୍ୟମରେ ଫାଇଲ ପ୍ରୋସେସିଂ କୁ ଅଗ୍ରାଧିକାର ଦିଆଯାଉଛି ବୋଲି ସେ କହିବା ସହ ନିଷ୍ଠାପର ଓ ସମୟାନୁସାରେ ଲୋକ ମାନଙ୍କୁ ଉପଯୁକ୍ତ ସେବା ଯୋଗାଇ ଦେବାକୁ ପରାମର୍ଶ ଦେଇଥିଲେ।ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ବିକଶିତ ଓଡିଶା ଓ ବିକଶିତ ଭାରତ ଲକ୍ଷ୍ୟ ରେ ବିବିଧ ଭିଜନ ପ୍ରସ୍ତୁତ କରାଯାଇଛି।ପଞ୍ଚାୟତ ସ୍ତରରେ ମଜବୁତ କରିବା ସହ ପ୍ରତ୍ୟେକ ଙ୍କୁ ସର୍ବନିମ୍ନ ସୁବିଧା ଯଥା ଗୃହ, ବିଦ୍ୟୁତ, ପାନୀୟ ଜଳ, ଶୌଚାଳୟ, ଶିକ୍ଷା, ସ୍ବାସ୍ଥ୍ୟ ଇତ୍ୟାଦି ଯୋଗାଇବାର ଯୋଜନା କରାଯାଇଛି।ଗରିବୀ ହଟାଇବା, ସାମାଜିକ ସୁରକ୍ଷା କୁ ସୁନିଶ୍ଚିତ କରିବା ହିଁ ସୁଶାସନ ର ମୂଳ ଲକ୍ଷ୍ୟ ବୋଲି ସେ କହିଥିଲେ।ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ ସମସ୍ତେ ସଠିକ ଭାବେ ଦାୟିତ୍ୱ ନିର୍ବାହ ପାଇଁ ପରାମର୍ଶ ଦେଇଥିଲେ।ଉପ ଜିଲ୍ଲାପାଳ ରାଜ କିଶୋର ଜେନା ଲୋକ ଙ୍କ ଆବଶ୍ୟକତା ପୂରଣ ପାଇଁ କେବଳ ଚିଠି କରି କାମ ସାରିଦେବା ନୁହେଁ ବରଂ ଆବଶ୍ୟକତା ପୂରଣ କରି ହିତାଧିକାରୀ ମୁହଁରେ ହସ ଫୁଟାଇବା ଆମ ସମସ୍ତ ଙ୍କ କର୍ତ୍ତବ୍ୟ।ଆଜିକାଲି ସମସ୍ତ କାର୍ଯ୍ୟ ଅନଲାଇନ ହେଉଥିବା ବେଳେ ନିମାପଡା ତହସିଲ ରେ ରାଜ୍ୟର ପ୍ରଥମ କିଓସ୍ ସେବା ମାଧ୍ୟମରେ ଲୋକ ମାନଙ୍କୁ ରାଜସ୍ବ ସେବା ଯୋଗାଣ ଆଉ ଏକ ପାଦ ଆଗକୁ ନେବା ର ପ୍ରୟାସ ବୋଲି ସେ କହିଥିଲେ।କାର୍ଯ୍ୟକ୍ରମ ରେ ସିଡିଏମଓ ଡା ଅକ୍ଷୟ କୁମାର ଶତପଥୀ ଓ ଅନ୍ୟାନ୍ୟ ଅଧିକାରୀ ମାନେ ସେମାନଙ୍କ ବିଭାଗର ସଫଳତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ।ପ୍ରାରମ୍ଭରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ସମସ୍ତଙ୍କୁ ସ୍ବାଗତ କରିବା ସହ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ।ଶେଷରେ ଡେପୁଟି କଲେକ୍ଟର ବିବେକାନନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ, ଅନୁସ୍ରବ ଗନ୍ତାୟତ,ସହକାରୀ ନିର୍ଦ୍ଦେଶକ ପର୍ଯ୍ୟଟନ ସରୋଜ କାନ୍ତ ପ୍ରଧାନ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା,ଜିଲ୍ଲା ମଙ୍ଗଳ ଅଧିକାରୀ ମମତାରାଣୀ ପରିଡା ଓ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ବର୍ଷ ଡିସେମ୍ବର ୧୯ ରୁ ୨୫ ତାରିଖ ପର୍ଯ୍ୟନ୍ତ ସୁଶାସନ ସପ୍ତାହ ପାଳନ ହେଉଛି।ପୁରୀ ଜିଲ୍ଲାରେ ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡାଙ୍କ ପରାମର୍ଶ କ୍ରମେ ସମସ୍ତ ବ୍ଲକ, ତହସିଲ ଓ ଅନ୍ୟାନ୍ୟ କାର୍ଯ୍ୟାଳୟ ମାନଙ୍କରେ ସୁଶାସନ ସପ୍ତାହ ପାଳିତ ହୋଇଅଛି।

Leave a Reply

Your email address will not be published. Required fields are marked *